www.samajalive.in
Sunday, December 7, 2025
26.1 C
Bhubaneswar

ଶିତରାତିରେ ଅସହାୟଙ୍କୁ କମ୍ବଳ ବାଣ୍ଟିଲେ ସମାଜସେବୀ 

ବାଙ୍କୀ : ବିଭିନ୍ନ ସମୟରେ ସମାଜସେବା କରି ଚର୍ଚ୍ଚାରେ ରହିଥିବା ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ରଗଡି ଗ୍ରାମର ସମାଜସେବୀ ଲକ୍ଷ୍ମୀପ୍ରସାଦ ରାଉତ ଭୁବନେଶ୍ୱରର  ବିଭିନ୍ନ ଅଂଚଳରେ ଖୋଲା ଆକାଶ ତଳେ ରହୁଥିବା ଅସହାୟମାନଙ୍କୁ କମ୍ବଳ ବଣ୍ଟନ କରିଛନ୍ତି । ପୂର୍ବରୁ ମାତୃବନ୍ଦନା କରିବା ପାଇଁ ଜନସାଧାରଣଙ୍କ ସାହାଯ୍ୟ ଆଶା କରି ଦଶହରାରେ ରଗଡି ଗ୍ରାମ ପଂଚାୟତର ଶବର ସାହିରେ ଶତାଧିକ ମହିଳାଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ । ଯାହାକୁ ନେଇ ଅଂଚଳବାସୀ ତାଙ୍କୁ ପ୍ରଶଂସା କରିଥିଲେ । ପରବର୍ତ୍ତୀ ସମୟରେ ଶୀତକୁ ଲକ୍ଷ୍ୟ କରି କମ୍ବଳ ବଣ୍ଟନ କରିବା ଉଦ୍ଦେଶ୍ୟରେ ନିଜ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିବାବେଳେ ଜନସାଧାରଣ ସହଯୋଗର ହାତ ମଧ୍ୟ ବଢ଼ାଇଥିବା ଦେଖିବାକୁ ମିଳିଥିଲା ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories