www.samajalive.in
Thursday, December 11, 2025
18.1 C
Bhubaneswar

ଡଙ୍ଗା ବୁଡି ୬ ମତ୍ସଜୀବୀ ନିଖୋଜ

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଓ ବାଲିଆପାଳ ମଝିରେ ଥିବା କର୍ତ୍ତନୀୟ ବନ୍ଦରରେ ଅଘଟଣ ଘଟି ୪ ଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ରବିବାର ଭୋର ୪ଟା ସମୟରେ ଉଚ୍ଚ ଜୁଆର ଆସିବା ଫଳରେ ପାଖାପାଖି ଥିବା ୩ଟି ଯନ୍ତ୍ରଚାଳିତ ଡଙ୍ଗା ବା ଭୁଟୁଭୁଟି ଓଲଟି ପଡିଥିଲା । ଫଳରେ ଏଥିରେ ମୋଟ ୧୬ ଜଣ ମତ୍ସଜୀବୀ ବୁଡି ଯାଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଭୁଟୁଭୁଟିର ମତ୍ସ୍ୟଜୀବୀମାନେ ତୁରନ୍ତ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଜୀବିତ ଉଦ୍ଧାର କରିଥିଲେ। ଖବର ପାଇଁ ଓଡ୍ରାଫ ଦଳ ଓ ଅଗ୍ନିଶମ ବିଭାଗ ପହଞ୍ଚି ଦିନ ପ୍ରାୟ ୧୨ଟା ବେଳେ ଅନ୍ୟ ୬ ଜଣଙ୍କୁ ଉଦ୍ଧାର କରିଥିଲେ । ଏପର୍ଯ୍ୟନ୍ତ ଅନ୍ୟ ୪ ଜଣ ମତ୍ସ୍ୟଜୀବୀ ନିଖୋଜ ରହିଛନ୍ତି। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି। ସମସ୍ତ ମତ୍ସ୍ୟଜୀବୀ ଭୋଗାରାଇ ଅଞ୍ଚଳରେ ବୋଲି ଜଣାପଡିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories