www.samajalive.in
Saturday, December 6, 2025
19.1 C
Bhubaneswar

ରାଫେଲ ଗର୍ଜନରେ ଭୟଭୀତ ପାକିସ୍ତାନ; ଚୀନରୁ ତୁରନ୍ତ ୩୦ଟି ଜେ୧୦ ଲଢ଼ୁଆ ବିମାନ କିଣିବାକୁ ଯୋଜନା

ନୂଆଦିଲ୍ଲୀ: ଫ୍ରାନ୍ସରୁ  ଭାରତ ୩୬ ଲଢ଼ୁଆ ରାଫେଲ କିଣିବା ପରେ ପାକିସ୍ଥାନର ନିଦ ହଜି ଯାଇଛି । ରାଫେଲର ଗର୍ଜନ ଇମ୍ରାନ ଖାଁ ସରକାରଙ୍କୁ ରାତିରେ ଶୁଆଇ ଦେଉନାହିଁ । ତେଣୁ ରାଫେଲର ମୁକାବିଲା ନିମନ୍ତେ ଚୀନରୁ ଜରୁରୀକାଳୀନ ଭାବରେ ୩୦ରୁ ଅଧିକ ଜେ-୧୦ ଲଢ଼ୁଆ ଯୁଦ୍ଧ ବିମାନ ଓ କ୍ଷେପଣାସ୍ତ୍ର କିଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।  ସୂଚନାନୁସାରେ, ଅକ୍ଟୋବରରେ ପାକିସ୍ତାନର ଏକ ଦଳ ଚୀନ୍ ଗସ୍ତ କରି ୫୦ଟି ଜେ-୧୦ (ସିଇ) ଯୁଦ୍ଧ ବିମାନ କିଣିବା ନେଇ ଆଲୋଚନା ଶେଷ କରିଥିଲେ। ଏଥିମଧ୍ୟରୁ ୩୦ ଟି ଜେଟ ଏବଂ କ୍ଷେପଣାସ୍ତ୍ର ଜରୁରୀକାଳୀନ କ୍ରୟ ଅଧୀନରେ ତୁରନ୍ତ କ୍ରୟ କରାଯିବ |

୨୦୦୯ରେ ପାକିସ୍ତାନ ଚୀନରୁ ଜେ-୧୦ କ୍ରୟ ବିଷୟରେ ଆଲୋଚନା ଆରମ୍ଭ କରିଥିଲା, କିନ୍ତୁ ଜେଏଫ୍ ୧୭ ଜେଟର ମିଳିତ ଉତ୍ପାଦନ ବିଷୟରେ ଆଲୋଚନା ଆରମ୍ଭ ହେବା ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ରାଫେଲ ଜେଟ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ  ପାକିସ୍ତାନ ପୁଣି ଥରେ ଜେ-୧୦ କିଣିବାକୁ ଯୋଜନା କରୁଛି । ପାକିସ୍ତାନୀ ଅଧିକାରୀଙ୍କ ୧୩ ଜଣିଆ ଟିମ୍ ଏହି ଚୁକ୍ତି ଶେଷ କରିବାକୁ ଅକ୍ଟୋବର ୨୨ ରେ ଚୀନ୍ ଯାଇଥିଲେ ବୋଲି ସୂଚନା ମିଳିଛି ।

- Advertisement -


ଜେ-୧୦ (ସିଇ) ହେଉଛି ଚୀନ୍ ବାୟୁସେନାର ଜେ-୧୦ ସି ର ରପ୍ତାନି ସଂସ୍କରଣ ଏବଂ ଏହା ୪ର୍ଥ ପିଢ଼ିର ବିମାନ ବୋଲି ବିଶ୍ବାସ କରାଯାଏ । ୨୦୦୬ ରେ ଜେ-୧୦ ଚୀନ୍ ବାୟୁସେନାରେ ଅନ୍ତର୍ଭୁକ୍ତ କରାଯାଇଥିଲା | ଏଥିରେ ଉନ୍ନତ ରାଡାର (AESA) ସହ ୨୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର ରହିଛି । ଏକ ଇଞ୍ଜିନ ବିଶିଷ୍ଟ ଏହି ମିମାନ ୬୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାକୁ ସକ୍ଷମ । ଏଥିରେ ଏକ ସମୟରେ ୧୧ଟି କ୍ଷେପଣାସ୍ତ୍ର ଖଞ୍ଜାଯାଇ ପାରିବ  ।

ରଫେଲର ମୁକାବିଲାକ୍ଷମ କୌଣସି ଯୁଦ୍ଧ ବିମାନ ପାକିସ୍ଥାନ ନିକଟରେ ନାହିଁ । ପାକ୍ ବାୟୁସେନାରେ ରହିଥିବା ଚେଙ୍ଗଡ଼ୁ ଜେ-୭, ମିରାଜ ୩, ମିରାଜ ୨୦ ପରି ଯେଉଁ ଯୁଦ୍ଧବିମାନ ରହିଛି ତାହା ୫ ଦଶନ୍ଧିର ପୁରୁଣା ଏବଂ ଏହା ମିଗ୍ ୨୧ ସହ ସମାନ ବୋଲି ବିବେଚନା କରାଯାଏ । ଏହା ସହ ପାକିସ୍ଥାନ ନିକଟରେ ଆଧୁନିକ ଜେଏଫ୍ ୧୭ ବିମାନ ୧୧୦ଟି ଓ ଏଫ୍-୧୬ ବିମାନ ୭୫ଟି ରହିଛି । ମାତ୍ର ଭାରତୀୟ ମିଗ୍ ୨୯, ମିରେଜ ୨୦୦୦, ସୁଖୋଇ ୩୦ ତୁଳନାରେ ଏହା ଏତେ ପ୍ରଭାବଶାଳୀ ହେବ ନାହିଁ । ଏହି ପରିପ୍ରେକ୍ଷୀରେ ଭାରତ ନିକଟରେ ରାଫେଲ ଓ ଡ଼ିସେମ୍ବରରେ ରୁଷରୁ ମିଳିବାକୁ ଥିବା ଏସ-୪୦୦ ପ୍ରତିରକ୍ଷା ପ୍ରଣାଳୀକୁ ମୁକାବିଲା କରିବାର ସାମର୍ଥ୍ୟ ପାକିସ୍ଥାନ ନିକଟରେ ନାହିଁ । ତେଣୁ ଚୀନ ନିକଟରୁ ଜେ-୧୦ (ସିଇ) ବିମାନ କିଣିବା ପାଇଁ ପାକିସ୍ତାନ ବ୍ୟଗ୍ର ହୋଇ ପଡ଼ିଥିବା କୁହାଯାଉଛି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories