www.samajalive.in
Saturday, December 6, 2025
19.1 C
Bhubaneswar

ବିଦ୍ୟୁତ ଶୁଳ୍କ ବୃଦ୍ଧି, ଶ୍ରମ ଆଇନ ପରିବର୍ତ୍ତନ ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ୩ ଦିନିଆ ଧାରଣା ଓ ସତ୍ୟାଗ୍ରହ

ଭୁବନେଶ୍ବର : ଦେଶରେ ଓ ରାଜ୍ୟରେ କୋଭିଡ଼୍‍-୧୯ ସଂକ୍ରମଣ ପରିସ୍ଥିତିରେ ଜନସାଧାରଣଙ୍କୁ ଉଚିତ୍‍ ସ୍ୱାସ୍ଥ୍ୟ ବ୍ୟବସ୍ଥା, ରୋଜଗାର ଓ ଆର୍ଥିକ ସହାୟତା ଦେବା ପରିବର୍ତ୍ତେ କୋଭିଡ଼୍‍ର ସଟ୍‍ଡାଉନ୍‍, ଲକ୍‍ଡାଉନ୍‍, ରାଜନୈତିକ ଓ ଆନ୍ଦୋଳନ ଉପରେ କଡ଼ା ପ୍ରତିବନ୍ଧକର ସୁଯୋଗ ନେଇ କେନ୍ଦ୍ର ସରକାର ୪ ଟି ଲେବର କୋର୍ଡ଼, ୨ଟି ଚାଷୀ ବିରୋଧି ଆଇନ୍‍ ଅତ୍ୟାବଶ୍ୟକୀୟ ଆଇନ୍‍ ସଂଶୋଧନ ଓ ରେଲୱେ ପ୍ରତିରକ୍ଷା, ବ୍ୟାଙ୍କ, କୋଲ ପ୍ରଭୁତି ଶିଳ୍ପକୁ ଘରୋଇକରଣ କରିବା, ନାଲ୍‌କୋ, ସେଲ୍‌ଫ, ଭେଲ, ଏଚ୍‍.ପି.ସି.ଏଲ ଏବଂ ଏନ୍‍.ଟି.ପି.ସି ପ୍ରଭୃତି ଶିଳ୍ପକୁ ପୁଞ୍ଜି ପ୍ରତ୍ୟାହାର କରିବା, ବେକାରୀ ବୃଦ୍ଧି, ଦରଦାମ୍‍ ବୃଦ୍ଧି ଓ ରାଜ୍ୟ ସରକାରଙ୍କର ବିଦ୍ୟୁତ୍‍ ଶୁଳ୍କକୁ ସଂପୂର୍ଣ୍ଣ ଘରୋଇକରଣ କରିବା ପୂର୍ବରୁ ୟୁନିଟ୍‍ ପିଛା ୨୦ ପଇସା ବୃଦ୍ଧି କିରବା ଓ କାର୍ଯ୍ୟ ନିଘଣ୍ଟ ସମୟକୁ ୮ ଘଣ୍ଟା ରୁ ୧୨ ଘଣ୍ଟାକୁ ବୃଦ୍ଧି କରିବା ବିରୁଦ୍ଧରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖା ତରଫରୁ ଆଜି ସମସ୍ତ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ସତ୍ୟାଗ୍ରହ ଆରମ୍ଭ ହୋଇଛି। ଏହି ଧାରଣା କାର୍ଯ୍ୟକ୍ରମ ତା. ୦୩/୧୧/୨୦୨୦ ରିଖ ରୁ ତା. ୦୫/୧୧/୨୦୨୦ ରିଖ ପର୍ଯ୍ୟନ୍ତ ଚାଲିବ। ଧାରଣାର ଶେଷ ଦିନ ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ଦିଆଯିବ।
ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା ଯାଜପୁର, ଯାଜପୁରରୋଡ଼, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ରାଉରକେଲା, ମୟୁରଭଞ୍ଜ, ବଲାଙ୍ଗିର, ସୋନପୁର, ନୂଆପଡ଼ା, ରାୟଗଡ଼ା, କୋରାଫୁଟ, ଗଞ୍ଜାମ, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର,କଟକ, କନ୍ଧମାଳ ସମେତ ସମସ୍ତ ଜିଲ୍ଲାରେ ଆଜିଠାରୁ ୩ ଦିନିଆ ଧାରଣା ଆରମ୍ଭ ଚାଲିଛି। ଆଜି ଭୁବନେଶ୍ୱରଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ଓଡ଼ିଶା ଶାଖାର ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଣ୍ଟିଆ, ସାଧାରଣ ସଂପାଦକ – କିଶୋର ଜେନା, ଉପସଭାପତି-ମଦନ ମୋହନ ଧଳଙ୍କ ନେତୃତ୍ୱରେ ଧାରଣା ଦିଆଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୁଗ୍ମ ସାଧାରଣ ସଂପାଦକ- ଅକ୍ଷୟ ତ୍ରିପାଠୀ, କୋଷାଧ୍ୟକ୍ଷ-ଧରଣୀଧର ସ୍ୱାଇଁ, ସମ୍ପାଦିକା – ବିଣାପାଣୀ ସାମଲ, ସୁକୁମାର ଦେଓ, ଶ୍ରୀମତୀ ସିଲି ସେଠୀ, ଜୟକୃଷ୍ଣ ମାଲିଆ, ପି.କେ ଦାଶ, ରଶ୍ମିରଞ୍ଜନ ପରିଡ଼ା, ଉଦୟନାଥ ରାଉତ, ଅବ୍‍ଦୁଲ ସହିଦ୍‍, ମାନସ ପାତ୍ର, ନିଳମଣୀ ବରେଡ଼, ତପତି ଦତ୍ତ, ଖଗେଶ୍ୱର ସ୍ୱାଇଁ, ଗୋବର୍ଦ୍ଧନ ଜେନା, ଲିଲି ନାୟକ ଏବଂ ବିଚିତ୍ର ଭୋଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories