www.samajalive.in
Saturday, December 13, 2025
26.1 C
Bhubaneswar

ବାଚସ୍ପତିଙ୍କ ସହ ରୋହିଗାଁ ପଞ୍ଚାୟତିରାଜ ପ୍ରତିନିଧିଙ୍କ ଆଲୋଚନା, ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ

ଭୁବନେଶ୍ୱର: ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ରୋହିଗାଁ ପଞ୍ଚାୟତିରାଜ ପ୍ରତିନିଧିଗତ ସାକ୍ଷାତ କରି ପଞ୍ଚାୟତର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ବାଚସ୍ପତିଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ କୁକୁଡ଼ାଖଣ୍ଡି ବ୍ଲକ୍‌ର ରୋହିଗାଁ ପଞ୍ଚାୟତରେ ଥିବା ପାଣ୍ଡିଆଝୋଳି ଗ୍ରାମରେ ଥିବା ବିଦ୍ୟାଳୟକୁ ଅନତି ଦୂରରେ ଥିବା ଗ୍ରାମରେ ଅନ୍ତର୍ଭୁକ୍ତ କରିବାକୁ ଯାଉଥିବାରୁ ଗ୍ରାମବାସୀଙ୍କ ତରଫରୁ ପଞ୍ଚାୟତିରାଜ ପ୍ରତିନିଧିମାନେ ଆପତ୍ତି ଦର୍ଶାଇଥିଲେ। ଦୁଇ ଗ୍ରାମ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିବାରୁ ଅନ୍ୟ ଗ୍ରାମକୁ ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରିସ୍ଥିତି ହୃଦୟଙ୍ଗମ କରି ପାଣ୍ଡିଆଝୋଲିଠାରେ ହିଁ ବିଦ୍ୟାଳୟ ରହିବ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେବା ସହ ଶିକ୍ଷାମନ୍ତ୍ରୀ ଓ ଗଞ୍ଜାମ ଜିଲାପାଳଙ୍କ ସହ ଏ ସଂପର୍କରେ ଆଲୋଚନା କରିଥିଲେ ।

ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉକ୍ତ ବିଦ୍ୟାଳ ୟକୁ ପରିଭ୍ରମଣରେ ଯାଇ ଆବଶ୍ୟକୀୟ ରିପୋର୍ଟ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ରୋଡ୍‌ ଡିଭାଇଡର୍‌ ମଧ୍ୟରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପଦକ୍ଷେପ ନେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛିା। ଆଗାମୀ ତିନିଚାରି ଦିନ ଭିତରେ ବାଚସ୍ପତି ଗସ୍ତ କରି ଏହାର ଭୂମିପୂଜା କରିବେ ବୋଲି ମଧ୍ୟ ସୂଚନା ମିଳିଛି। ବାଚସ୍ପତିଙ୍କ ସହ ସାକ୍ଷାତ ଆଲୋଚନାରେ ରୋହିଗାଁ ସରପଞ୍ଚ ପ୍ରତିନିଧି ବୈଷ୍ଣବ ଜେନା, ସମିତି ସଭ୍ୟା ପ୍ରତିନିଧି ବସନ୍ତ କୁମାର ସ୍ୱାଇଁ, ଯୁବନେତା ସନାତନ ସଂଗ୍ରାମ ସିଂଙ୍କ ସମେତ ଗ୍ରାମବାସୀ ଯୋଗଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories