ଆକ୍ସନ୍‍ ନୁହେଁ କମେଡ଼ି ଫିଲ୍ମ ପାଇଁ ମନ ବଳାଇଛନ୍ତି ଜିମ୍ମି ଶେର୍‍ଗିଲ୍‍

0

ମୁମ୍ବଇ : ବଲିଉଡ଼୍‍ ଅଭିନେତା ଜିମ୍ମି ଶେର୍‍ଗିଲ୍‍ ଆକ୍ସନ୍‍ ଫିଲ୍ମ ପରିବର୍ତ୍ତେ ବର୍ତ୍ତମାନ କମେଡ଼ି ଫିଲ୍ମ କରିବାକୁ ମନ ବଳାଇଛନ୍ତି। ‘ଏ ୱେଡ଼୍‍ନେସ୍‍ ଡ଼େ’, ‘ମଦାରୀ’ ଓ ‘ମୁକ୍କେବାଜ୍‍’ ଭଳି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଜିମ୍ମି କହିଛନ୍ତି, ମୋତେ ଲାଗୁଛି ମୁଁ ମୋ ଜୀବନରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଆସିଛି, ହେଲେ ବର୍ତ୍ତମାନ ଅଧିକ କମେଡ଼ି ଫିଲ୍ମ କରିବାକୁ ଚାହୁଁଛି। ମୋତେ ଏହିଭଳି ଫିଲ୍ମରେ କାମ କରିବାକୁ ବହୁତ ଭଲ ଲାଗେ କାରଣ ଏଥିରେ ଅଭିନୟ କରିବା ଦ୍ୱାରା ମୁଁ ଆରାମ ଅନୁଭବ କରିଥାଏ। ତେଣୁ ମୁଁ ଅଧିକରୁ ଅଧିକ କମେଡ଼ି ଫିଲ୍ମ କରିବାକୁ ଚାହୁଁଛି।
ଖୁବ୍‍ଶିଘ୍ର ରିଲିଜ୍‍ ହେବାକୁ ଯାଉଥିବା ‘ସାହେବ ବିୱି ଔର୍‍ ଗ୍ୟାଙ୍ଗ୍‍ଷ୍ଟାର୍‍- ୩’ରେ ଜିମ୍ମି ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମର ଟ୍ରେଲର୍‍ ଓ ଗୀତ ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟତା ହାସଲ କରିଛି। ଏଥିରେ ଜିମ୍ମିଙ୍କ ସହ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ। ପୂର୍ବରୁ ଏ ଦୁହେଁ ବହୁ ପିଲ୍ମରେ ଏକାଠି ଅଭିନୟ କରି ସାରିଛନ୍ତି। ‘ସାହେବ ବିୱି ଔର୍‍ ଗ୍ୟାଙ୍ଗ୍‍ଷ୍ଟାର୍‍- ୩’ ଆସନ୍ତା ୨୭ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି।

Leave A Reply