ବାଙ୍କୀ: ବାଙ୍କୀ ବିଜେପି ପକ୍ଷରୁ ପଞ୍ଚାୟତ ସମ୍ପର୍କ ଅଭିଯାନ ଦ୍ୱିତୀୟ ଦିନରେ ପହଞ୍ଚିଛି । ସୁବର୍ଣ୍ଣପୁର ମଣ୍ଡଳ ସଭାପତି ପ୍ରସନ୍ନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବାଉଁଶପୁଟ ଗ୍ରାମପଞ୍ଚାୟତର ଭୁଆସୁଣୀ ମନ୍ଦିର ପୀଠରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥିଭାବେ ବାଙ୍କୀ ବିଜେପି ନେତା ଶୁଭ୍ରାଂଶୁ ମୋହନ ପାଢୀ ଯୋଗଦେଇ ବୁଥ୍ ସ୍ତରରୁ ଭାଜପାକୁ ମଜବୁତ କରିବା ସହିତ ପଂଚାୟତ ସଂପର୍କ ଅଭିଯାନ ଜରିଆରେ ଜନସାଧାରଣଙ୍କ ସୁଖଦୁଃଖରେ ଭାଗିଦାର ହୋଇ ସମସ୍ୟା ସଂପର୍କରେ ଅବଗତ ହେବା କାର୍ୟ୍ୟକ୍ରମର ମୂଳଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ପଞ୍ଚାୟତରୁ ଦୁର୍ନୀତିକୁ ବନ୍ଦ କରିବା ସହିତ ଗରିବ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତକରି ଆତ୍ମନିର୍ଭର ଶୀଳ ପଂଚାୟତ ଗଠନ ଲକ୍ଷ୍ୟରେ ବିଜେପି ଚେଷ୍ଟା ଜାରି ରଖିଛି ବୋଲି ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଗୌରାଙ୍ଗ ବେହେରା, ବାପୁନୀ ଜେନା, ସଂଗ୍ରାମ ବିଭୂତିରାୟ, ପ୍ରଫୁଲ ପୃଷ୍ଟି, ପ୍ରସନ୍ନ ପଣ୍ଡା, ସିଲନ ରାଉତ ପ୍ରମୁଖ ଯୋଗଦେଇଥିଲେ ।
Popular Categories



