www.samajalive.in
Monday, December 8, 2025
13.1 C
Bhubaneswar

ପାକିସ୍ତାନ ଜେଲରେ ୨୦ବର୍ଷ, ୨ଦଶନ୍ଧି ପରେ ନିଜ ଗାଁ ମାଟିକୁ ଫେରିବେ ବିରଜୁ

  • ଭଉଣୀଙ୍କ ସାଙ୍ଗେ ଭିଡିଓକଲିଂରେ କଥା ହେଲେ ବିରଜୁ
  • କୁତ୍ରାର ଜଙ୍ଗାଟୋଲିରେ ଉତ୍ସାହ

ସୁନ୍ଦରଗଡ଼: ଏକ ପ୍ରକାର ମାନସିକ ବିକୃତ ହିଁ ବିରଜୁକୁ ଦୂର କରି ଦେଇଛି ନିଜ ଜନ୍ମ ମାଟି, ଜିଲା, ରାଜ୍ୟ ଓ ଦେଶରୁ ହେଲେ ଦୀର୍ଘ ୨୦ବର୍ଷ ଧରି ପାକିସ୍ତାନର ଜେଲରେ ବନ୍ଧୀ ଅବସ୍ଥାରେ ରହିବା ପରେ ଗତ ୨୬ ତାରିଖ ଦିନ ପାକିସ୍ତାନ ସରକାର ବିରଜୁଙ୍କୁ ୱାଘା ବୋର୍ଡ଼ରରେ ମୁକ୍ତ କରି ହସ୍ତାନ୍ତର କରିଛନ୍ତି। ସମୟ ଚକ୍ରରେ ପେସି ହୋଯାଇଥିବା ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କଟଙ୍ଗର ଜଙ୍ଗାଟୋଲି ଗ୍ରାମରେ ବସବାସ କରୁଥିବା କୋମଲିଆସ କୁଲୁଙ୍କ ପୁଅ ବିରଜୁ ଓରଫ ବିରଚୁ । ଏବେ ସେ ନିଜ ଗାଁ ମାଟିକୁ ଫେରି ଆସିବାର ଖବର ପ୍ରଚାରିତ ହେବା ପରେ ବିରଜୁଙ୍କ ପରିବାର ବର୍ଗ ଓ ଗ୍ରାମବାସୀ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି। ବିରଜୁଙ୍କ ଫେରିବା ସଂପର୍କରେ ଦାପ୍ତରିକ ସୂଚନା ପାଇବା ପରେ ସୁନ୍ଦରଗଡ଼ ପୁଲିସ ମଧ୍ୟ ବେଶ ସକ୍ରିୟ ହୋଇପଡ଼ିଛି। ଏସ୍‌ପି ସାଗରିକା ନାଥ ଖୁବ ଶୀଘ୍ର ସୁନ୍ଦରଗଡ଼ ପୁଲିସର ଏକ ଟିମକୁ ଅମୃତସର ପଠାଇ ତାଙ୍କୁ ସୁସ୍ଥ ଓ ସୁରକ୍ଷିତ ଅବସ୍ଥାରେ ଫେରାଇ ଆଣିବା ପାଇଁ ପଦକ୍ଷେପ ନେଉଥିବାର ଜଣାପଡ଼ିଛି।
ସୂଚନା ଯୋଗ୍ୟ ଯେ ପ୍ରାୟ ୨୫ ବର୍ଷ ତଳେ କୁଆଡ଼େ ବିରଜୁଙ୍କ ସାମାନ୍ୟ ମାନସିକ ବିକୃତ ଯୋଗୁଁ ସେ ଘରୁ କୁଆଡ଼େ ଚାଲିଯାଇଥିଲେ। ବାପା, ମା ଓ ପରିବାର ବର୍ଗ ପକ୍ଷରୁ ବହୁ ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କ ସଂପର୍କରେ କୌଣସି ସୂଚନା ମିଳିନଥିଲା, କିନ୍ତୁ ପରିବାର ବର୍ଗଙ୍କ ପକ୍ଷରୁ ବିରଜୁଙ୍କ ନିଖୋଜ ସଂପର୍କରେ କୌଣସି ସୂଚନା ପୁଲିସ କିମ୍ବା ପ୍ରଶାସନକୁ ଦିଆଯାଇନଥିଲା। ତେଣୁ ବିରଜୁଙ୍କ ନିଖୋଜ ଏକ ନିଖୋଜ ଘଟଣା ହୋଇ ରହିଯାଇଥିଲା ମାତ୍ର ପ୍ରତ୍ୟକ ବର୍ଷ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ହେଉଥିବା ଅଟକ/ବନ୍ଦୀ ଥିବା ବ୍ୟକ୍ତିବିଶେଷଙ୍କ ସଂପର୍କରେ ତଥ୍ୟର ଆଦାନ ପ୍ରଦାନ ପ୍ରକ୍ରିୟାରେ ବିରଜୁର ଅଟକ ପ୍ରସଙ୍ଗ ସାମ୍ନାକୁ ଆସିଥିଲା।
ଏ ସଂପର୍କରେ ସୁନ୍ଦରଗଡ଼ ଏସପିଙ୍କ କାର୍ଯ୍ୟାଳୟକୁ ମଧ୍ୟ ଯାଞ୍ଚ ପାଇଁ ନିର୍ଦ୍ଦେଶନାମା ଆସିଥିବାରୁ ଏସପିଙ୍କ ନିର୍ଦ୍ଦେଶ କ୍ରମେ କୁତ୍ରା ପୁଲିସ ବିରଜୁର ଗ୍ରାମକୁ ଯାଇ ତାଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ଏପରିକି ବିରଜୁଙ୍କ ଫଟୋ ଦେଖାଇବାରୁ ପରିବାର ଲୋକେ ତାଙ୍କୁ ଚିହ୍ନଟ କରିପାରିଥିଲେ। ପରେ ବିରଜୁଙ୍କ ଭଉଣୀ ବିରଜୁଙ୍କ ସହ ଭିଡିଓ କଲିଂରେ କଥା ବାର୍ତ୍ତା ହେବା ପରେ ସମସ୍ତ ଦ୍ୱନ୍ଦ ଦୂର ହୋଇଯାଇଥିଲା । ଏ ସଂପର୍କରେ ଏକ ସ୍ପଷ୍ଟ ରିପୋର୍ଟ ସୁନ୍ଦରଗଡ଼ ଏସପିଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା।
ସମସ୍ତ ତଥ୍ୟର ତର୍ଜମା କରାଯିବା ପରେ ବିରଜୁଙ୍କୁ ଗତ ୨୬ ତାରିଖ ଦିନ ପାକିସ୍ତାନ ସରକାର ୱାଘା ସୀମାରେ ଭାରତକୁ ହସ୍ତାନ୍ତର କରିଥିଲେ। ସେଠାରେ ତାଙ୍କ ଟେଷ୍ଟ କରାଯିବା ପରେ କୋଭିଡ ଲକ୍ଷଣ ଦେଖାଯିବାରୁ ତାଙ୍କୁ ଅମୃତସରସ୍ଥିତ ଏକ ସଂଗରୋଧ କେନ୍ଦ୍ରରେ ରଖାଯାଇ ଚିକିତ୍ସା କରାଯାଉଛି। ସଂଗରୋଧ ସମୟ ସରିଯିବା ପରେ ସୁନ୍ଦରଗଡ଼ର ଏକ ସ୍ୱତନ୍ତ୍ର ପୁଲିସ ଟିମ ଅମୃତସର ଯାଇ ବିରଜୁଙ୍କୁ ଫେରାଇ ଆଣିବ ବୋଲି ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ସୂଚନା ଦେଇଛନ୍ତି। ଏ ସଂପର୍କିତ ସମସ୍ତ କାଗଜପତ୍ର ଓ ଲେଖାଲେଖି ଜାରି ରହିଛି ବୋଲି ଜଣାପଡ଼ିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories