www.samajalive.in
Saturday, December 13, 2025
17.1 C
Bhubaneswar

ଘର ଥାଇ ଚାଷ ଜମିରେ ବିତୁଛି ଜୀବନ; ଜାଗା ବିକିବାକୁ ମନା କରିବାରୁ ପଡୋଶୀଙ୍କ ଆକ୍ରୋଶର ଶିକାର, ଶୁଣିଲାନି ପୁଲିସ

ବଲାଙ୍ଗିର : ଘରଡିହ ବିକିଲେନି ବୋଲି ପଡୋଶୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି ବଲାଙ୍ଗିର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଭୁତିଆରବାହାଲ ଗାଁର ପଦ୍ମିନୀ ଭୋଇ ଓ ତାଙ୍କ ପରିବାର। ତାଙ୍କ ଡିହ ଲାଗିଥିବା ଜାଗାରେ ରହୁଥିବା ତାଙ୍କ ପଡୋଶୀ ତାଙ୍କୁ ଜାଗା ବିକିବା ପାଇଁ ଧମକ ଦେଉଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ପରିସ୍ଥିତି ଏମିତି ଯେ ପଡୋଶୀଙ୍କ ନିର୍ଯ୍ୟାତନା ସହିନପାରି ୧୫ ଦିନ ହେଲା ଚାଷଜମିରେ ରହୁଛନ୍ତି ପଦ୍ମିନୀ ଓ ତାଙ୍କ ପରିବାର।
ସୂଚନା ଅନୁସାରେ, ୧୫ ଦିନ ହେଲା ଖରା ଶୀତ ସହି ଚାଷ ଜମିରେ ରହୁଛନ୍ତି ଦେଓଗାଁ ଥାନା ଅନ୍ତର୍ଗତ ଭୁତିଆରବାହାଲ ଗାଁର ପଦ୍ମିନୀ ଭୋଇ ଓ ତାଙ୍କ ପରିବାର ଲୋକ। ଘର ପାଖରେ ଥିବା ପଡୋଶୀ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିବା ଏହି ପଦ୍ମିନୀ ଜୀବନ ଭୟରେ ଘର ଛାଡି ଜମିରେ ରହୁଥିବାବେଳେ ପୁଲିସ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ପଦ୍ମିନୀ ଭୋଇ ଓ ତାଙ୍କ ସ୍ୱାମୀ ପଞ୍ଚାନନ ଭୋଇଙ୍କୁ ଗାଁର କେଶବ ଭାଟି ତାଙ୍କ ଜାଗାକୁ ବିକ୍ରୀ କରିବା ପାଇଁ ଚାପ ପକାଇ ଆସୁଥିଲେ। ପଞ୍ଚାନନଙ୍କ ଘରକୁ ଲାଗି ତାଙ୍କ ଡିହ ଥିବାବେଳେ ତାଙ୍କୁ ଧମକ ଚମକ ଦେଇ ତାଙ୍କ ଜାଗା ଭିତରକୁ ସେମାନେ ଘର ତୋଳିଛନ୍ତି। ତଥାପି ପଞ୍ଚାନନ ଓ ପଦ୍ମିନୀ ନୀରବ ରହିଥିଲେ। ପରେ ସମସ୍ତ ଜାଗାକୁ ଅକ୍ତିଆର କରିବା ପାଇଁ କେଶବ ଭାଟି, ନରହରି ଭାଟି ଓ ପରିବାର ଅନ୍ୟ ସଦସ୍ୟମାନେ ଗତ ୧୦ ତାରିଖରେ ପଦ୍ମିନୀ ଘରେ ଏକାକି ଥିବାବେଳେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ପରେ ଘର ଉପରକୁ ଟେକା ପଥର ମାରିବା ସହିତ ପରିବାରର ସମସ୍ତ ସଦସ୍ୟମାନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ଫଳରେ ଜୀବନ ବିକଳରେ ପଦ୍ମିନୀ ଓ ପଞ୍ଚାନନ ନିଜ ଛଅ ପୁଅଝିଅକୁ ନେଇ ନିଜ ଚାଷ ଜମିରେ ଲୁଚି ରହିଥିଲେ। ସେହିଦିନଠାରୁ ସେମାନେ ନିଜ ଘର ଛାଡି ଜମିରେ ରହୁଥିବାବେଳେ ଏନେଇ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ ପୁଲିସ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବାବେଳେ ସୋମବାର ଜିଲାପାଳଙ୍କୁ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଜାଗା ପାଇଁ ତାଙ୍କ ଜୀବନକୁ ବିପଦ ଥିବାବେଳେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦ୍ମିନୀ ଦାବି କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories