www.samajalive.in
Friday, December 12, 2025
19.1 C
Bhubaneswar

ୱେବିନାର ମାଧ୍ୟମରେ ବାଙ୍କୀ ପଣ୍ଡିତେ ଗୋବିନ୍ଦ ରଥେ ଶୀର୍ଷକ ଆଲୋଚନା ଚକ୍ର

ବାଙ୍କୀ :  ପଣ୍ଡିତ ଗୋବିନ୍ଦ ରଥ ପ୍ରତିଷ୍ଠାନ ତଥା ଓଡିଆ ସାହିତ୍ୟ ଟୁଙ୍ଗିର ମିଳିତ ସହଯୋଗରେ ଓଡିଶାର ସୁଯୋଗ୍ୟ ସନ୍ତାନ ବାଙ୍କୀ ମାଟିର ବିପ୍ଲବୀ ବୀର ପଣ୍ଡିତ ଗୋବିନ୍ଦ ରଥଙ୍କ ୧୭୨ତମ ଜୟନ୍ତୀ ଅବସରରେ ରବିବାର ୱେବିନାର ମାଧ୍ୟମରେ ବାଙ୍କୀ ପଣ୍ଡତେ ଗୋବିନ୍ଦ ରଥେ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭାରତର ଓ ଭାରତ ବାହାରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଓଡିଆ ଭାଷା,ସାହିତ୍ୟ ତଥା ସମାଜ ପ୍ରତି ଅବଦାନ ବିଷୟରେ ଗୋବିନ୍ଦ ରଥଙ୍କର ଜାତୀୟତା ବୋଧ ସମ୍ପର୍କରେ ଆଲୋଚନା କରାଯାଇଛି।

ଏହି ପରିପ୍ରେକ୍ଷୀରେ ପଣ୍ଡିତ ରଥଙ୍କ ଜୀବନୀ ଉପରେ ଆଧାରିତ ପ୍ରବନ୍ଧ ଏବଂ କବିତା ମାନ ସ୍ଥାନ ପାଇଥିବା ଗୋଥ ନାମକ ଗୋଟିଏ ଭର୍ଚ୍ଚିଆଲ ସ୍ମରଣିକା ଉନ୍ମୋଚିତ ହୋଇଯାଇଛି। ଓଡିଆ ସାହିତ୍ୟ ଟୁଙ୍ଗିର ବରିଷ୍ଠ ସଦସ୍ୟା ଡଃ. ସୁନନ୍ଦା ମିଶ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲା ବେଳେ ଡଃ. ତନ୍ମୟ ପଣ୍ଡାଙ୍କ ବନ୍ଦେ ଉତ୍କଳ ଜନନୀ ଗାୟନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପଣ୍ଡିତ ଗୋବିନ୍ଦରଥ ପ୍ରତିଷ୍ଠାନର ଅଧ୍ୟକ୍ଷ ଡଃ. ପଦାରବିନ୍ଦ ରଥ ଗୋବିନ୍ଦ ରଥଙ୍କ ସାମଗ୍ରୀକ ଜୀବନୀ ଅବତାରଣ କରିଥିଲେ। ଏହି ୱେବିନାର କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଡଃ. ଫଣୀନ୍ଦ୍ର ଭୂଷଣ ନନ୍ଦ ରଥେ ଆପଣେଙ୍କ ବହୁମୁଖୀ ପ୍ରତିଭା ବିଷୟରେ ତଥ୍ୟ ଭିତ୍ତିକ ବର୍ଣ୍ଣନା ଦେଇଥିଲେ।

- Advertisement -

ଅଧ୍ୟାପକ ମନୋଜ କୁମାର ମହାପାତ୍ର, ୧୦ମ ଶ୍ରେଣୀର ଛାତ୍ର ଅମୃତେସ ଖଟୁଆ, ସୁକୃତୀ ମହାପାତ୍ର, ଶକୁନ୍ତଳା ମଲ୍ଲିକଙ୍କ ଆଲୋଚନା ଓ କବିତା ସାରଗର୍ଭକ ହୋଇଥିଲା। ପ୍ରତିଷ୍ଠାନର ପରିଚାଳିକା ତଥା ଟ୍ରଷ୍ଟି ପ୍ରତିଭା ନନ୍ଦ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ। ଓଡିଆ ସାହିତ୍ୟ ପୁଞ୍ଜିର ନିର୍ଦ୍ଦେଶକ ଗଣ ପ୍ରଶାନ୍ତ ଭୂୟାଁ,ଡଃ. ସୁନନ୍ଦା ମିଶ୍ର, ତନ୍ମୟ ପଣ୍ଡା, ଧିରେନ୍ଦ୍ର କର ପ୍ରମୁଖ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ପ୍ରତିଷ୍ଠାନର ବାଙ୍କୀ ଶାଖା ସଦସ୍ୟ ବିଦ୍ୟାଧର ଖଟୁଆ ଏବଂ ଶୀତାକାନ୍ତ ପାଣିଗ୍ରାହୀ ପଣ୍ଡିତ ଗୋବିନ୍ଦ ରଥଙ୍କ ସମ୍ପର୍କରେ ବିଷୟଗତ ଆଲୋଚନା କରିଥିଲେ। ପଣ୍ଡିତ ଗୋବିନ୍ଦ ରଥଙ୍କ ଭଳି ବିରଳ ବ୍ୟକ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ମାନଙ୍କୁ ଆଧାର କରି ଏକ ଗ୍ରନ୍ଥାବଳୀ ପ୍ରକାଶ କରିବାକୁ ଓଡିଶା ରାଜ୍ୟ ଓଡିଆ ଭାଷା ତଥା ସମାଜ ପ୍ରତି ଥିବା ଅଜସ୍ର ଅବଦାନକୁ ଦୃଷ୍ଟି ରଖି ତାଙ୍କର ଜନ୍ମ ଦିବସକୁ ରାଜ୍ୟ ସ୍ତରରେ ପାଳନ କରାଯିବାକୁ ଏହି ୱେବିନାର କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories