www.samajalive.in
Thursday, December 11, 2025
14.1 C
Bhubaneswar

ମଜୁରୀ ମାଗିବାରୁ କଟୁରୀ ଚୋଟ; ଆହତଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର

କେଶଦୁରାପାଳ:  କାମ କରି ମଜୁରୀ ମାଗିବାରୁ ମଜୁରୀ ବଦଳରେ ଜଣେ ବ୍ୟକ୍ତିଙ୍କୁ ଦୃବୃର୍ତ୍ତ ମାନେ କଟୁରୀରେ ହାଣି ଗୁରୁତର କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଥାନା ଅଞ୍ଚଳର କଣ୍ଟିପାଳ ପଞ୍ଚାୟତ ପଇତା ପାଣି ଗ୍ରାମରେ । ଗ୍ରାମର କିଛି ଲୋକ ବିଭୀଷଣ ହୋଙ୍କୁ କଟୁରୀରେ ମରଣାନ୍ତକ ଆକ୍ରମଣ କରିଛନ୍ତି  । ବିଭୀଷଣଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ଅଭିଯୋଗ ଅନୁସାରେ  ବିଭୀଷଣ ହୋ କିଛି ଦିନ ପୂର୍ବେ ବନ ବିଭାଗର ଠିକାଦାର ଜରିଆରେ କାମ କରିଥିଲେ । ହେଲେ ଆଜି ଯାଏ ମଜୁରୀ ମିଳିନଥିବାରୁ ଗ୍ରାମର ପ୍ରତାପ ନାଇକ ଓ ଚେମୁଟୁ ନାଇକଙ୍କୁ ପାଉଣା ମାଗିଥିଲେ । ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା ।  ଆଜି  ବିଭୀଷଣ  ନିଜ ଧାନ ଜଗି ଥିବା ବେଳେ ପ୍ରତାପ ନାଇକ ଓ ଚେମୁଟୁ ତାଙ୍କୁ ଏକ ଧାରୁଆ କଟୁରୀରେ ଆକ୍ରମଣ କରି ଥିଲେ । ଏଥିରେ ବିଭୀଷଣ ହୋ ଗୁରୁତର ଆହତ ହୋଇଥିଲେ । ବିଭୀଷଣଙ୍କ ସ୍ତ୍ରୀ ଓ ପରିବାର ଲୋକ ମିଶି ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାକୁ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କୁ କଟକ ପଠାଇ ଦେଇଥିବା ସୂଚନା ମିଳିଛି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories