www.samajalive.in
Tuesday, December 9, 2025
26.1 C
Bhubaneswar

ଘର ଭିତରୁ ମା’- ପୁଅର ମୃତଦେହ ଉଦ୍ଧାର, ପୁଅ ମୃତ୍ୟୁରେ ମର୍ମାହତ ମା’ର ଆତ୍ମହତ୍ୟା ସନ୍ଦେହ

ରାଇଘର: ଘର ମଧ୍ୟରୁ ମା’ ଓ ପୁଅଙ୍କ ମୃତଦେହ ଉଦ୍ଧାର କରିଛି ରାଇଘର ଥାନା ପୁଲିସ। ମୃତ୍ୟୁର କାରଣ ଜଣାପଡିନି। ଏଭଳି ଏକ ସ୍ପର୍ଶ କାତର ଘଟଣା ଘଟିଛି ନବରଙ୍ଗପୁର ଜିଲା ରାଇଘର ଥାନା ଅନ୍ତର୍ଗତ କୁମୁଲି ପଞ୍ଚାୟତ ଯାମଧରା ଗ୍ରାମରେ। ମୃତକ ଦ୍ବୟ ହେଲେ ଯାମଧରା ଗ୍ରାମର ୪୫ ବର୍ଷୀୟା ତୁଲସୀ ହରିଜନ ଓ ତାଙ୍କ ବୃଦ୍ଧା ମା’ ୬୫ ବର୍ଷୀୟ ସାଇବେଣି ହରିଜନ। ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ଗ୍ରାମବାସୀ ଘର ପାଖକୁ ଯାଇ ସାଇବେଣୀଙ୍କୁ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଦେଖି ରାଇଘର ପୁଲିସକୁ ଖବର ଦେଇଥିଲେ।

ଥାନା ଅଧିକାରୀ ଅଭୟ କୁମାର ବେହେରା, ଏଏସଆଇ ପ୍ରଦୀପ କୁମାର ବାଘ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ପରିସ୍ଥିତି ଯାଞ୍ଚ କରି ସାଇବେଣୀ ଓ ପୁଅ ତୁଲସୀର ମୃତଦେହ ଉଦ୍ଧାର କରିଥିଲେ। ସେମାନଙ୍କ କେହି ସମ୍ପର୍କୀୟ ନଥିବାରୁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତୁଲସୀରାମ ଅତ୍ୟନ୍ତ ଗରିବ ଶ୍ରେଣୀର। କୁଲି ଖଟି ମା’-ପୁଅ ଗୁଜୁରାଈଣ ମେଣ୍ଟାଉଥିଲେ। କିଛି ଦିନ ତଳେ ଉଭୟ ମା’ ଓ ପୁଅ ଉଭୟଙ୍କ ସ୍ବାସ୍ଥ୍ୟ ଖରାପ ଥିଲା। ଅର୍ଥ ଅଭାବରୁ ରୋଗିଣା ପୁଅକୁ ଚିକିତ୍ସା କରାଇ ପାରିନଥିଲେ। ପୁଅର ଜୀବନ ଚାଲି ଯିବାରୁ ମର୍ମାହତ ମା’ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories