www.samajalive.in
Monday, December 8, 2025
14.1 C
Bhubaneswar

ବାଙ୍କୀ ମହାବିଦ୍ୟାଳୟ ୱେବସାଇଟରେ ଉପଲବ୍ଧ ହେଉନି ଶେଷ ବର୍ଷ ମାର୍କ

ବାଙ୍କୀ(ଡମପଡ଼ା): ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରମୁଖ ମହାବିଦ୍ୟାଳୟ ହୋଇଥିବା ବେଳେ ଦୂରଦୂରାନ୍ତରୁ ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ଆସିଥାନ୍ତି। ଶିକ୍ଷାଦାନ ବ୍ୟବସ୍ଥା ଉନ୍ନତମାନର ହୋଇଥିବା ବେଳେ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଥାଏ ବାଙ୍କୀ ମହାବିଦ୍ୟାଳୟ। ଚଳିତ କୋଭିଡ କଟକଣା ପାଇଁ ଅନଲାଇନ୍ ମାଧ୍ୟମରେ +୩ ଶେଷ ବର୍ଷ ପରୀକ୍ଷା ଏବଂ ଦୁଇଟି ବିଭାଗର ପିଜି ପରୀକ୍ଷା କରାଯାଇଥିôବା ବେଳେ ଗତ ୨୮ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। କିନ୍ତୁ ପରୀକ୍ଷା ଫଳର ପ୍ରକାଶନର ୫ ଦିନ ପରେ ମଧ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କ ମାର୍କ ଅନଲାଇନରେ ଦେଖିବାରୁ ବଂଚିତ ହୋଇଛନ୍ତି।

ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ନିଜସ୍ୱ ଅଫିସିଆଲ ୱେବସାଇଟ୍ ରହିଥିବା ବେଳେ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରତିବର୍ଷ ମହାବିଦ୍ୟାଳୟ ତରଫରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏକ ବେସରକାରୀ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି। ନାମକୁ ମାତ୍ର ୱେଭ୍ ସାଇଟ ରହିଥିଲେ ମଧ୍ୟ ବିଭିନ୍ନ ସମୟରେ ଅପଡେଟ୍ ହେଉନଥିବା ଦେଖାଯାଇଛି। ଯାହା ଫଳରେ ପରୀକ୍ଷା ଫଳର ପ୍ରକାଶନର ଏତେ ଦିନ ପରେ ମଧ୍ୟ ବିଦ୍ୟାର୍ଥୀମାନେ ପରୀକ୍ଷା ଫଳ ଦେଖିବାରୁ ବଂଚିତ ହୋଇଛନ୍ତି। ମହାବିଦ୍ୟାଳୟ ତରଫରୁ ଅର୍ଥ ଖର୍ଚ୍ଚ କରଯାଉଥିବା ବେଳେ କେଉଁଥି ପାଇଁ ଏହାକୁ ଅପଡେଟ୍ କରାଯାଉନାହିଁ ଏବଂ ବିଦ୍ୟାର୍ଥୀମାନେ ପରୀକ୍ଷା ଫଳରୁ ବଂଚିତ ହେବା ପରେ ଅଭିଭାବକମାନେ ମହାବିଦ୍ୟାଳୟର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ନାମକୁ ମାତ୍ର ମହାବିଦ୍ୟାଳୟ ୱେବସାଇଟରେ ପରୀକ୍ଷା ଫଳ ପ୍ରକାଶନର ଫଟୋ ଏବଂ ପାସ୍ ଫେଲ୍ ତାଳିକା ଦିଆଯାଇଥିବା ଦେଖିବାକୁ ମିଳିଛି। ଅନଲାଇନ୍ ଯୁଗରେ ମହାବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ମାର୍କସିଟ୍ ତାଲିକା ଦେଖିବାରୁ ବଂଚିତ ରଖାଯିବା ପରେ ଆମେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଯୋଗଯୋଗ କରିଥିଲେମଧ୍ୟ ଯୋଗାଯୋଗ ସମ୍ଭବପର ହୋଇନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories