www.samajalive.in
Saturday, December 6, 2025
26.1 C
Bhubaneswar

ୟୁପି ପରେ ହରିୟାଣାରେ ମଧ୍ୟ ‘ଲଭ୍‌ ଜିହାଦ’ ରୋକିବାକୁ ଆସିବ ଆଇନ

ଚଣ୍ଡିଗଡ଼ : ଉତ୍ତରପ୍ରଦେଶ ପରେ ହରିୟାଣା ସରକାର ମଧ୍ୟ ‘ଲଭ୍‌ ଜିହାଦ’ ବିରୋଧରେ ଏକ ଆଇନ ଆଣିବା ବିଷୟରେ ଚିନ୍ତା କରୁଛି । ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ,​‌ ଫରିଦାବାଦର ବଲ୍ଲଭଗଡରେ ନିକିତା ତୋମର ହତ୍ୟା ପରେ ରାଜ୍ୟରେ  ‘ଲଭ୍‌ ଜିହାଦ’ ମାମଲା ସରଗରମ୍ ହୋଇ ଉଠିଛି । ଅନିଲ ବିଜ୍ ଟ୍ୱିଟ କରି କହିଛନ୍ତି ଯେ ହରିୟାଣାରେ ଲଭ୍  ଜିହାଦ ବିରୋଧରେ ଏକ ଆଇନ ନେଇ ବିଚାର ବିମର୍ଶ ଜାରି ରହିଛି।

ଫରିଦାବାଦ ହତ୍ୟା ମାମଲାର ଶୁଣାଣି ଫାଷ୍ଟ ଟ୍ରାକରେ କରିବାକୁ ହରିୟାଣା ସରକାର ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି। ଗୃହମନ୍ତ୍ରୀ ବିଜ୍ ମଧ୍ୟ ଏହି ସୂଚନା ମଧ୍ୟ ପ୍ରଦାନ କରିବା ସହ ଟ୍ୱିଟ୍ କରି ଲେଖିଛନ୍ତି ଯେ ଏହି ମାମଲାରେ ଅଭିଯୁକ୍ତଙ୍କୁ ଶୀଘ୍ର ଦଣ୍ଡ ଦିଆଯିବ।

- Advertisement -

ଫରିଦାବାଦ ପୁଲିସକୁ ଯଥାଶୀଘ୍ର କୋର୍ଟରେ ଅଭିଯୋଗ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଜଙ୍କ କହିବା ଅନୁଯାୟୀ, ଏସଆଇଟି ୨୦୧୮ରୁ ବର୍ତ୍ତମାନ ପର୍ଯ୍ୟନ୍ତ ବଲ୍ଲଭଗଡ ମାମଲାର ତଦନ୍ତ କରିବ। ଫାଷ୍ଟ ଟ୍ରାକ କୋର୍ଟରେ ପ୍ରତିଦିନ ମାମଲାର ଶୁଣାଣି ହେବ। ଏହି ମାମଲାରେ କହିଛନ୍ତି ଯେ କୌଣସି ଦୋଷୀକୁ ସୁରକ୍ଷା ପ୍ରଦାନ କରାଯିବ ନାହିଁ ବୋଲି ହରିୟାଣାର ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି।

ଲଭ୍ ଜିହାଦ ଦୃଷ୍ଟି କୋଣରୁ ଅନୁଧ୍ୟାନ କରାଯିବ

ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି ଯେ ୨୦୧୮ରୁ ବଲ୍ଲଭଗଡ ମାମଲାର ତଦନ୍ତ କରାଯିବ। କାରଣ ୨୦୧୮ରେ ଝିଅ ଅପହରଣ ଅଭିଯୋଗ ଦାଖଲ କରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ପରିବାରର ଲୋକମାନେ ଏକ ସତ୍ୟପାଠ ଦେଇ ମାମଲା ପ୍ରତ୍ୟାହାର କରି ନେଇ ଥିଲେ। ଏହି ମାମଲାର ମଧ୍ୟ ପୁନଃ ଯାଞ୍ଚ ହେବ ବୋଲି ସେ କହିଛନ୍ତି। କେବଳ ଏତିକି ନୁହେଁ, ଶ୍ରୀ ବିଜ୍ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଧାର୍ମିକ ପରିବର୍ତ୍ତନ ଏବଂ ଲଭ୍ ଜିହାଦ ଦୃଷ୍ଟିରୁ ମଧ୍ୟ ଏହି ଘଟଣାର ଅନୁସନ୍ଧାନ କରାଯିବ।

ସୂଚନା ଯୋଗ୍ୟ, ଉତ୍ତର ପ୍ରଦେଶ ସରକାର କ୍ରମବର୍ଦ୍ଧିଷ୍ଣୁ ‘ଲଭ୍‌ ଜିହାଦ’ ମାମଲା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବେ। ଜଉନପୁରଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କଲାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘୋଷଣା କରିଛନ୍ତି। ଏହି ଆଇନ ବଳରେ ‘ଲଭ୍‌ ଜିହାଦର ରାମ ନାମ ସତ୍ୟ ହୈ’ ବା ଅନ୍ତ ଘଟିବ ବୋଲି ଯୋଗୀ କହିଛନ୍ତି। ଆଲ୍ଲାହାବାଦ ହାଇକୋର୍ଟ ବିବାହ ପାଇଁ ଧର୍ମାନ୍ତରୀକରଣ ଅପରିହାର୍ଯ୍ୟ ନୁହେଁ ବୋଲି ଶୁକ୍ରବାର ଦେଇଥିବା ରାୟ ଆଧାରରେ ଏହି ଆଇନ ଆଣିବେ ବୋଲି ଯୋଗୀ କହିଛନ୍ତି। ଲଭ୍‌ ଜିହାଦକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ଓ ସଂଗଠନ ଏଥିପ୍ରତି ସତର୍କ ରହିବାକୁ ସେ ଚେତାବନୀ ଶୁଣାଇଛନ୍ତି। ଜାତୀୟ ମହିଳା ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା ମଧ୍ୟ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରି ରାଜ୍ୟରେ ବୃଦ୍ଧି ପାଉଥିବା ଲଭ୍‌ ଜିହାଦ ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କରିଥିଲେ।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories