www.samajalive.in
Saturday, December 6, 2025
19.1 C
Bhubaneswar

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ସହ ଗୋଟିଏ ଗାଡି ଜବତ

ଲମତାପୁଟ: : କୋରାପୁଟ ଜିଲା ଦୁଇ ଥାନା ଅଞ୍ଚଳରୁ ପ୍ରାୟ ଦେଢ କୋଟିର ଗଞ୍ଜେଇ ଜବତ ହୋଇଥିବା ରବିବାର ଜଣାପଡିଛି। କୋରାପୁଟ-ମାଲକାନଗିରି ସୀମା ହନୁମାଳରୁ ୮ କ୍ୱିଣ୍ଟାଲ ୧୨ କେଜି ଗଞ୍ଜେଇ ଜବତ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ , ଗୋଟିଏ କି ଦୁଇଟି ବସ୍ତା ନୁହେ ପାଖାପାଖି ୪୦ ଗୋଟି ଗଞ୍ଜେଇ ଭର୍ତ୍ତି ବସ୍ତାକୁ ମାଛକୁଣ୍ଡ ଓ ପାଡୁଆ ପୁଲିସ ଜବତ କରିବାରେ ସଫଳ ହେଇଛି । କୋରାପୁଟ ଏସପି ମୁମେଶ ଭାମୋଙ୍କ ନିର୍ଦେଶରେ ଏବଂ ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ରଙ୍କ ନେତୃତ୍ୱରେ ଲମତାପୁଟ, ମାଛକୁଣ୍ଡ ଓ ଜଳାପୁଟ ପୁଲିସଟିମ କୋରାପୁଟ-ମାଲକାନଗିରି ଜିଲ୍ଲା ସୀମାନ୍ତବର୍ତ୍ତି ହନୁମାଲ ଗାଁର ଗୋବର୍ଦ୍ଧନ ଦଳାଇଙ୍କ ଘରେ ଗଞ୍ଜେଇ ରହିଥିବା ସୂଚନା ପାଇଥିଲେ ।
ପରେ ପୁଲିସ ସୂଚନା ଅନୁଯାୟୀ ଗୋବର୍ଦ୍ଧନ ଦଳାଇଙ୍କ ବନ୍ଦ ଘରେ ରାତି ସାରା ସ୍ୱର୍ଚ ଅପରେସନ କରିଥିଲେ ଏବଂ ୨୭ ବସ୍ତାରୁ ଉର୍ଦ୍ଧ ଗଂଜେଇ ଜବତ କରିବାରେ ସଫଳ ହୋଇଥିଲେ । ଜବତ ସମସ୍ତ ଗଂଜେଇ ମାଛକୁଣ୍ଡ ଥାନାକୁ ଅଣାଯାଇ ଓଜନ କରାଯାଇଥିଲା । ସମସ୍ତ ଜବତ ଗଂଜେଇ ୮ କ୍ୟୁଣ୍ଟାଲ ୧୩ କେଜି ୭୦୦ ଗ୍ରାମ ରହିଥିବା ପୁଲିସ ଜାଣିବାକୁ ପାଇଥିଲେ । ତେବେ ଏହି ଘଟଣାରେ ପୁଲିସ କାହାରିକୁ ଗିରଫ କରି ନାହିଁ । ଜବତ ଗଞ୍ଜେଇ ଅନ୍ତରାଜ୍ୟରେ ଆନୁମାନିକ ୮୦ଲକ୍ଷ ଟଙ୍କାରୁ ଉର୍ଦ୍ଧ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ତାହା ୨୫ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ପ୍ରକାଶ କରିଛନ୍ତି ।
ଠିକ ସେହିପରି ପାଡୁଆକୁ ପୁଲିସକୁ ମଧ୍ୟ ମିଳିଛି ଏକ ବଡ ସଫଳତା । ରାତ୍ର ପେଟ୍ରୋଲିଂ ସମୟରେ ପାଡୁଆ ଅଂଚଳରୁ ଏକ ୪୦୭ ଗାଡି ଆନ୍ଧ୍ରପ୍ରଦେଶ ଅଞ୍ଚଳକୁ ଗଞ୍ଜେଇ ଭର୍ତି କରି ଚୋରା ଚାଲାଣ କରୁଥିବା ବେଳେ ବଡ ଦେବତା ଛକ ନିକଟରେ ପାଡୁଆ ପୁଲିସ ହାତରେ ଧାରା ପଡିଥିଲା । ପୁଲିସର ଗାଡି ଯାଂଚ ଦେଖି ଗଂଜେଇ ମାଫିଆ ମାନେ ଅନ୍ଧାରର ସୁଯୋଗ ନେଇ ଗଂଜେଇ ମାଫିଆମାନେ ଗାଡି ଛାଡି ଫେରାର ହୋଇ ଯାଇଥିଲେ । ପରେ ପୁଲିସ ଗାଡି ସହ ଗଂଜେଇକୁ ଥାନାରେ ଆଣି ଓଜନ କରିଥିଲେ ଏବଂ ୫ କ୍ୟୁଣ୍ଟାଲ ୨୫ କେଜି ଗଂଜେଇ ରହିଥିବା ଜାଣିବାକୁ ପାଇଥିଲେ । ଜବତ ଗଞ୍ଜେଇର ହାରାହାରି ମୂଲ୍ୟ ଅନ୍ତରାଜ୍ୟ ରେ ୫୦ ଲକ୍ଷ ରୁ ଉର୍ଦ୍ଧ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ୧୫ ଲକ୍ଷ ହେବ ବୋଲି ପୁଲିସ ପ୍ରକାଶ କରିଛି । ତେବେ ଗତ ୨୨ ତାରିଖ ମଧ୍ୟ କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ମାଛକୁଣ୍ଡ ପୁଲିସ ଏକଟାପୁଟ ଗାଁରେ ଚଡାଉକାରୀ ପ୍ରାୟ ଏକ କୋଟି ଟଙ୍କାର ଉର୍ଦ୍ଧ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲେ । ମାଛକୁଣ୍ଡ ଓ ପାଡୁଆ ପୁଲିସ ଗୋଟିଏ ରାତିରେ ପ୍ରାୟ ଦେଢ଼ କୋଟି ଟଙ୍କାର ଗଂଜେଇ ଜବତ କରିବାରେ ସଫଳ ହୋଇଛନ୍ତି ।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories