www.samajalive.in
Saturday, December 6, 2025
19.1 C
Bhubaneswar

ଆଇପିଏଲ ବେଟିଂ ଉପରେ ପୁଲିସ ଚଢ଼ାଉ : ୫ ଗିରଫ

ସମ୍ବଲପୁର: ପୂର୍ବରୁ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସମ୍ବଲପୁରରେ ଦିନକୁ ଦିନ ପୁଲିସ କାର୍ଯ୍ୟାନୁଷ୍ଠାନ ଢ଼ିଲା ରହୁଥିବାରୁ ଅନେକ ପ୍ରକାରର ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଆଇପିଏଲ ଆରମ୍ଭ ହେବା ଦିନ ଠାରୁ କୋଭିଡ – ୧୯ ନିୟମର ଖୋଲାଖୋଲି ଉଲ୍ଲଂଘନ କରି କିଛି ବଡ ହୋଟେଲ ଗୁଡିକରେ ବଡ ପରଦାରେ ଆଇପିଏଲ ମ୍ୟାଚ ପ୍ରଦର୍ଶନ ସହିତ ବ୍ୟାଟିଂ ଓ ମଉଜମସ୍ତିର ବ୍ୟବସ୍ଥା କରାଯାଇଥିବାର ଖବର ଶତବାର୍ଷିକ ଖବର କାଗଜ ‘ସମାଜ’ ରେ ପ୍ରକାଶିତ ହୋଇଥିଲା। ଏହାର ପ୍ରଭାବରେ ପୁଲିସ କିଛି ଦିନ ସକ୍ରିୟ ହୋଇଥିବା ବେଳେ କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ରହିଥିଲା। ଏଣୁ ସହରର ବିଭିନ୍ନ ଥାନାଞ୍ଚଳ ଗୁଡିକରେ ବେଆଇନ ଆଇପିଏଲ ବେଟିଂ ଖୁଲମଖୁଲା ଚାଲୁ ଥିବା ବେଳେ ପୁଲିସକୁ ବହୁ ଅପବାଦର ସମ୍ମୁଖୀନ ହେବାକୁ ପଡ଼ିଛି। ତେବେ ଶନିବାର ସମ୍ବଲପୁର ପୁଲିସର ୩ଟି ସ୍ୱତନ୍ତ୍ର ଦଳ ଆଇପିଏଲ ବେଟିଂ ସ୍ଥାନ ଉପରେ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିବା ସହିତ ମାତ୍ର ନଗଦ ୧୫ ହଜାର ୧୫୦ ଟଙ୍କା, ୫ ଟି ମୋବାଇଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ବୋଲି ପୁଲିସ ସୂଚନା ପ୍ରଦାନ କରିଛି। ସଦର ଏସଡିପିଓ ତପନ କୁମାର ମହାନ୍ତି ଙ୍କ ସୂଚନାନୁଯାୟୀ ପୁଲିସର ସ୍ୱତନ୍ତ୍ର ଦଳ ଚଢ଼ଉ ସମୟରେ ଦୁର୍ଗାପାଲିର ସୋମନାଥ ଘୋଷ (୩୮), ସାକ୍ଷୀପଡାର ବିନୋଦ ସୋରେନ (୩୨), ସୁନାପାଲିର ବିକାଶ ରାଉତ (୨୫), ମୁଙ୍ଗାପଡାର ରାକେଶ ନିଖାତିଆ (୨୮) ଓ ତଅଁଲାପଡାର ବାବଲୁ ପ୍ରଧାନ (୩୦) ଙ୍କୁ ଗିରଫ କରିଛି। ଏହି ମାମଲାରେ ଯଥାକ୍ରମେ କ୍ଷେତରାଜପୁର ଥାନାରେ ମାମଲା ନଂ ୨୭୨/୨୦୨୦, ଧନୁପାଲି ଥାନାରେ ମାମଲା ନଂ ୪୪୪/୨୦୨୦ ଓ ୪୪୫/୨୦୨୦, ଅଇଁଠାପାଲି ଥାନାରେ ମାମଲା ନଂ ୫୫୭/୨୦୨୦ ଏବଂ ଟାଉନ ଥାନାରେ ମାମଲା ନଂ ୪୧୪/୨୦୨୦ ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି। ଏହି ଅଭିଯୁକ୍ତ ମାନେ ନିରୀହ ଜନତାଙ୍କୁ ଅଧିକ ଲାଭ ଆଶା ଦେଖାଇ ବିଭିନ୍ନ ଅନଲାଇନ ବେଟିଂ ସାଇଟ ଜରିଆରେ ଏହି କାଣ୍ଡ ଭିଆଇ ଠକୁଥିଲେ ବୋଲି ପୁଲିସ କହିଛି। ଅନ୍ୟ ପଟରେ ସହରର ଅନେକ ସ୍ଥାନରେ ବେଟିଂ ଚାଲୁଥିବା ବେଳେ ବ୍ରହ୍ମପୁର ଘଟଣା ପରେ ପୁଲିସ ତାର ଭାବମୂର୍ତ୍ତି ଚମକାଇବା ପାଇଁ ବେଟିଂରେ ଲିପ୍ତ ଥିବା କିଛି ଛୋଟ ମାଛ ମାନଙ୍କୁ ଧରିଥିବା ବେଳେ କିନ୍ତୁ ବଡ ମାଛ ମାନେ ନିର୍ଭୟରେ ଏବେ ମଧ୍ୟ ବେଟିଂ ଧନ୍ଦା ଜାରି ରଖିଛନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories