www.samajalive.in
Sunday, December 14, 2025
26.1 C
Bhubaneswar

ନୂତ୍ତନ କୃଷି ଆଇନକୁ ବିରୋଧ କରି ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ସତ୍ୟାଗ୍ରହ

ବୌଦ୍ଧ :  କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦନ କରାଯାଇଥିବା ନୂତ୍ତନ କୃଷି ଆଇନକୁ ବିରୋଧ କରି ବୌଦ୍ଧଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସତ୍ୟାଗ୍ରହ କରାଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇ ନୂତ୍ତନ କୃଷି ଆଇନ ଗରିବ ଚାଷୀ ବିରୋଧୀ ହୋଇଥିବାବେଳେ ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ନୂତନ କୃଷି ଆଇନକୁ କଳା ଆଇନ ଭାବରେ ଅଭିହିତ କରି ଏହା କାର୍ଯ୍ୟକାରୀ ହେଲେ ପ୍ରକୃତ ଚାଷୀମାନେ ରୋଜଗାର ହରାଇବା ସହିତ ଦିନ ମଜୁରୀଆରେ ପରିଣତ ହେବା ସହିତ ପୁଞ୍ଜିପତି, ମହାଜନମାନେ ଅଧିକ ଲାଭବାନ ହେବେ ବୋଲି ଅଭିଯୋଗ କରାଯାଇଛି। ଏହି କଳା ଆଇନ ଯୋଗୁଁ ବିଭିନ୍ନ ଶସ୍ୟ ଓ ପନିପରିବା ପାଇଁ ପୂର୍ବରୁ ରହିଥିବା ସର୍ବନିମ୍ନ ସହାୟକ ମୂଲ୍ୟ ଆଉ ରହିବନାହିଁ । ଫଳରେ କୃଷକ ଓ କୃଷି ଶ୍ରମିକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଓ ବଡ ବଡ ବ୍ୟବସାୟୀମାନେ ପ୍ରଚୁର ଲାଭବାନ ହେବେ। ୨୦୧୫-୧୬ କୃଷି ଗଣନା ଅନୁଯାୟୀ ଦେଶର ୮୬ ପ୍ରତିଶତ ଚାଷୀଙ୍କ ୫ ଏକର ରୁ କମ ଚାଷଜମି ରହିଥିବାବେଳେ ନୂତନ କୃଷି ଆଇନ ଅନୁଯାୟୀ ଚାଷୀ ତାର ଉତ୍ପାଦିତ କୃଷି ଦ୍ରବ୍ୟକୁ ଯେକୌଣସି ସ୍ଥାନରେ ବିକ୍ରୟ କରିପାରିବ ଏବଂ ସରକାରୀ ମଣ୍ଡି ବ୍ୟବସ୍ଥା ରହିବନାହିଁ। ତେଣୁ ଏହାଦ୍ୱାରା ଗରିବ ଚାଷୀ ତାର ଫସଲର ଉପଯୁକ୍ତ ମୂଲ୍ୟ ପାଇପାରିବନାହିଁ ଏବଂ ବଡବଡ ଚାଷୀ ଓ ମୁନାଫାଖୋର ବ୍ୟବସାୟୀମାନେ ଲାଭବାନ ହେବେ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।  ଏହି ଚାଷୀବିରୋଧୀ କଳା କୃଷି ଆଇନକୁ ଦେଶର ୬୨ ଗୋଟି କୃଷକ ସଂଗଠନ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ତୁରନ୍ତ ଏହି କଳା ଆଇନ ପ୍ରତ୍ୟାହାର ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଜିଲା କଂଗ୍ରେସ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories