www.samajalive.in
Friday, December 12, 2025
14.1 C
Bhubaneswar

ଗ୍ୟାସଟିକ, କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଦୂର କରିଥାଏ ଲବଙ୍ଗ

ଶୀତ ଦିନ ଆରମ୍ଭ ହେଲଣି। ଋତୁ ବଦଳିବା ମାତ୍ରେ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ଦୂର କରିବା ପାଇଁ କିଛି ଘରୋଇ ଉପାୟ ବେଶ ସହାୟକ ହୋଇଥାଏ। ସେଭଳି କିଛି ଉପାୟ ମଧ୍ୟରୁ ଅନେକ ଜିନିଷ ଆମ ରୋଷେଇ ଘରେ ହିଁ ଉପଲବ୍ଧ। ଜିନିଷଟି ହେଉଛି ଲବଙ୍ଗ। ଲବଙ୍ଗରେ ଔଷୟୀୟ ଗୁଣ ଭରପୁର ମାତ୍ରାରେ ରହିଛି। ଏଥିରେ ପ୍ରୋଟିନ, କ୍ୟାଲସିୟମ, ଫସଫରସ, ପୋଟାସିୟମ, ଆଇରନ, କାର୍ବୋହାଇଡ୍ରେଟ୍ସ, ସୋଡିୟମ ଆଦି ରହିଛି। ଥଣ୍ଡା, କାଶରୁ ନେଇ ବିଭିନ୍ନ ପ୍ରକାର ରୋଗକୁ ଦୂର ପାଇଁ ଏହାକୁ ବ୍ୟବହାର କରାଯାଇଥାଏ।
ଥଣ୍ଡା,କାଶ ଜନିତ ସମସ୍ୟା ହେଲେ ପାଟିରେ ଗୋଟା ଲବଙ୍ଗ ଖାଇଲେ ଖୁବ ଆରାମ ଅନୁଭବ ହୋଇଥାଏ। ଶୀତଦିନେ ଏହା ଶରୀରକୁ ଉଷ୍ଣ ରଖିବାରେ ସହାୟକ ହୋଇଥାଏ। ଚା’ରେ ଲବଙ୍ଗ ପକାଇ ପିଇବା ଦ୍ୱାରା ଖୁବ ଲାଭ ମିଳିଥାଏ। ଏହି ଚା’ ଗଳାରେ ହେଉଥିବା ଯନ୍ତ୍ରଣାକୁ ଦୂର କରିଥାଏ।
ପେଟ ଜନିତ ବିଭିନ୍ନ ରୋଗ ଦୂର ପାଇଁ ଲବଙ୍ଗର ଖୁବ ସହାୟକ। ବଦହଜମି, ଗ୍ୟାସଟିକ, କୋଷ୍ଠକାଠିନ୍ୟ ଜନିତ ସମସ୍ୟା ଲବଙ୍ଗ ଦୂର କରିଥାଏ।
ସକାଳ ଖାଲିପେଟରେ ଏକ ଗ୍ଲାସ ପାଣିରେ ଲବଙ୍ଗ ତେଲ କିଛି ବୁନ୍ଦା ପକାଇ ପିଇଲେ ଖୁବ ଆରାମ ମିଳିଥାଏ।
କିଛି ଲୋକଙ୍କ ପାଟି ଦୁର୍ଗନ୍ଧ ହୋଇଥାଏ। ସେମାନଙ୍କ ପାଇଁ ଲବଙ୍ଗ ଖୁବ ଭଲ। ସକାଳେ ପାଟିରେ ଗୋଟା ଲବଙ୍ଗ ଖାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।
ଯେଉଁମାନଙ୍କ କେଶ ଝଡ଼ିବା ଜନିତ ସମସ୍ୟା ରହିଛି। ଏହି ସମସ୍ୟା ଦୂର କରିବା ପାଇଁ କେଶକୁ ଘନ କରିବା ପାଇଁ ଲବଙ୍ଗକୁ କିଛି ପାଣିରେ ପକାଇ ଉଷୁମ କରନ୍ତୁ। ସେହି ପାଣିରେ କେଶ ଧୁଅନ୍ତୁ।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories