www.samajalive.in
Friday, December 12, 2025
14.1 C
Bhubaneswar

ଏନ୍‍ଆରଆଇ ଦମ୍ପତି ଭୂମିକାରେ ପ୍ରିୟଙ୍କା-ରାଜକୁମାର; ଦେଖନ୍ତୁ ‘ଦି ହ୍ୱାଇଟ୍‍ ଟାଇଗର୍‍’ର ଟ୍ରେଲର୍‍

ମୁମ୍ବଇ: ଦୀର୍ଘ ଦିନର ବିରତି ପରେ ପୁଣି ରୂପେଲୀ ପରଦାରେ ନଜର ଆସିବେ ବଲିଉଡ଼ର ଦେଶୀଗର୍ଲ ଭାବେ ପରିଚିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଅଭିନେତା ରାଜକୁମାର ରାଓଙ୍କ ସହ ପ୍ରିୟଙ୍କାଙ୍କୁ ଖୁବ୍‍ଶୀଘ୍ର ‘ଦି ହ୍ୱାଇଟ୍‍ ଟାଇଗର୍‍’ ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ ଦର୍ଶକ। ଯାହାର ଟ୍ରେଲର ରିଲିଜ୍‍ ହୋଇସାରିଛି। ବୁଧବାର ରିଲିଜ୍‍ ହୋଇଥିବା ଏହି ଟ୍ରେଲରରେ ଦମ୍ଦାର ଲୁକ୍ରେ ନଜର ଆସିଛନ୍ତି ପ୍ରିୟଙ୍କା ଓ ରାଜକୁମାର। ଟ୍ରେଲର ରିଲିଜ ହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ହିଁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଯାଇଛି।

‘ଦି ହ୍ୱାଇଟ୍‍ ଟାଇଗର୍‍’ ଜରିଆରେ ଏହି ଯୋଡ଼ିକୁ ପ୍ରଥମ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ। ଏଥିସହ ଆଦର୍ଶ ଗୌରବ ମଧ୍ୟ ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ୨୦୦୮ରେ ଆସିଥିବା ଅରବିନ୍ଦ ଅଡିଗାଙ୍କ ନୋଭେଲ ‘ଦି ହ୍ୱାଇଟ ଟାଇଗର’ ଉପରେ ଆଧାରିତ । ଏଥିରେ ପ୍ରିୟଙ୍କା ଓ ରାଜକୁମାରଙ୍କୁ ଏନ୍ଆର୍ଆଇ ଦମ୍ପତି ଭୂମିକାରେ ଦେଖିବାକୁ ମିଳିବ । ଏଥିସହ ଆଦର୍ଶ ଗୌରବଙ୍କୁ ଏହି ଏନ୍ଆର୍ଆଇ ଦମ୍ପତିଙ୍କ ଚାକର ତଥା ଜଣେ ଡ୍ରାଇଭର ଭୂମିକାରେ ଦେଖିବାକୁ ମିଳିବ । ଯିଏକି ଏନ୍ଆର୍ଇ ମାଲିକଙ୍କ ସେବାରେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଦେଇଛି। ପରେ ସେ କିଭଳି ନିଜ ଜୀବନରେ ପରିବର୍ତ୍ତନ ଆଣିଛି ତାହା ଏହି ଫିଲ୍ମରେ ଦର୍ଶାଯାଇଛି । ଏହି ଟ୍ରେଲରକୁ ପ୍ରିୟଙ୍କା ଚୋପ୍ରା ନିଜ ଇନ୍‍ଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ଚଳଚ୍ଚିତ୍ର ଡିସେମ୍ବର ମାସରେ କେତୋଟି ସିନେମା ହଲ୍ରେ ରିଲିଜ ହେବ ଏବଂ ୨୦୨୧ ଜାନୁଆରୀ ୨୨ରେ ନେଟ୍‍ଫ୍ଲିକ୍ସରେ ରିଲିଜ ହେବ ବୋଲି ପ୍ରିୟଙ୍କା ସୂଚନା ଦେଇଛନ୍ତି ।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories