www.samajalive.in
Thursday, December 11, 2025
13.1 C
Bhubaneswar

ଗାଁ ମଝିରେ ମହିଳାଙ୍କୁ ଉଲଗ୍ନ କରି ମାଡ !

କବିସୂର୍ଯ୍ୟନଗର : ଜଣେ ଅସହାୟ ମହିଳାଙ୍କୁ ନିକଟ ସମ୍ପର୍କୀୟମାନେ ଗାଁ ମଝିରେ ଉଲଗ୍ନ କରି ନିସ୍ତୁକ ମାଡ ମାରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର ବ୍ଲକ ବାଲ୍ୟସରା ପଞ୍ଚାୟତ ଅନ୍ତର୍ଗତ ସଦାବର୍ତ୍ତ ନୂଆଗାଁରେ। ସାନଭାଇର ସ୍ତ୍ରୀ ଉପରେ ବଡଭାଇର ଛାଇ ପଡିବା ପାପ ବୋଲି ହିନ୍ଦୁ ଧର୍ମରେ ବିବେଚନା କରାଯାଏ। ହେଲେ ଆଜି ସେ ସବୁ ରୀତିନୀତି ଓ ପରମ୍ପରା ଲୋପ ପାଇ ଯାଇଥିବା ଏହି ଆକ୍ରମଣ ଘଟଣାରୁ ସ୍ପଷ୍ଟ ଅନୁମିତ। ଜମି ବିବାଦକୁ ନେଇ ଦେଢଶୂର ନିଜ ଭାଇ ବୋହୂକୁ ଘରୁ ଟାଣି ଆଣି ଗାଁ ମଝିରେ ଉଲଗ୍ନ କରି ମାଡ ମାରିଛନ୍ତି।
ମିଳିଥିବା ସୂଚନା ଅନୁସାରେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସଦାବର୍ତ୍ତ ନୂଆଗାଁ ଅଞ୍ଚଳର ଅଶୋକ ସ୍ୱାଇଁ କୌଣସି କାରଣରୁ ବାହାରେ ରହୁଛନ୍ତି। ତାଙ୍କ ପତ୍ନୀ ଗାୟତ୍ରୀ ସ୍ୱାଇଁ ଓ ଦେଢଶୂରଙ୍କ ପରିବାର ସହ ଜମିଜମା ନେଇ ବିବାଦ ଲାଗି ରହିଛି। ଜମି ଭାଗ ମାଗିବାକୁ କେନ୍ଦ୍ର କରି ଭାଇବୋହୂ ଓ ଦେଢଶୂର ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଆଜି ଉଗ୍ର ରୂପ ନେଇଥିଲା। ଗାୟତ୍ରୀଙ୍କୁ ତାଙ୍କ ଦେଢଶୂର ସନାତନ ସ୍ୱାଇଁ ଓ ପୁତୁରା ହର୍ଷ ସ୍ୱାଇଁ ଲୁଗା ଓ ଚୁଟି ଟାଣି ଘୋଷାଡି ଘୋଷାଡି ମାଡ ମାରିଛନ୍ତି। ମହିଳାଙ୍କ ଆର୍ତ୍ତ ଚିତ୍କାର ସତ୍ତ୍ବେ ବାପା-ପୁଅ ଅମାନୁଷିକ ଭାବେ ମହିଳାଙ୍କ ଚୁଟି ଧରି ଘୋଷାଡି ଘୋଷାଡି ଗାଁ ଦାଣ୍ଡରେ ନେଇଥିଲେ। ଏଭଳି ଅଭାବନୀୟ ଦୃଶ୍ୟ ଗ୍ରାମବାସୀଙ୍କ ସମ୍ମୁଖରେ ହେଉଥିଲେ ମଧ୍ୟ ମହିଳାଙ୍କୁ ଉଦ୍ଧାର କରିବାକୁ କେହି ଆଗେଇ ଆସିନଥିଲେ ବରଂ ସଭିଏଁ ନିରବଦ୍ରଷ୍ଟା ସାଜିଥିଲେ। ଜଣେ ନୁହେଁ କି ଦୁଇଜଣ, ଏକାଥରକେ ଜଣେ ମହିଳାଙ୍କୁ ଗୋଟିଏ ପରିବାରର ଚାରିଜଣ ତଳେ ପକାଇ ନିସ୍ତୁକ ମାଡ ମାରି ଚାଲିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ସମଗ୍ର ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମା’କୁ ଉଦ୍ଧାର କରିବାକୁ ଆସିଥିବା କୁନି ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇଛି । ଦେଢଶୂର ସନାତନ ପୈତୃକ ଜମି ଅକ୍ତିଆର କରିଛନ୍ତି। ଭାଇବୋହୂ ଜମି ଭାଗ ମାଗିବାରୁ ତାଙ୍କୁ ଏଭଳି ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ କବିସୂର୍ଯ୍ୟନଗର ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି। ପୁଲିସ ଗାଁରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଖବର ଲେଖାହେବା ସୁଦ୍ଧା ପୁଲିସ ଏ ସଂକ୍ରାନ୍ତରେ କାହାକୁ ଗିରଫ କରି ନାହିଁ। ଆକ୍ରମଣର ଶିକାର ମହିଳାଙ୍କ ସ୍ବାମୀ ଗାଁ ବାହାରେ ରହୁଛନ୍ତି। ଘଟଣା ସମ୍ପର୍କରେ ଥାନାରେ ଜଣାଇବା ପରେ ପରେ ମହିଳା ଜଣକ ମହିଳା କମିଶନଙ୍କ ଦ୍ବାରସ୍ଥ ହେବାକୁ ଭୁବନେଶ୍ବର ଚାଲି ଯାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories