www.samajalive.in
Wednesday, December 10, 2025
26.1 C
Bhubaneswar

୬୫ ବର୍ଷରେ ବ୍ରିଟିଶ୍ ବାନ୍ଧବୀଙ୍କୁ ବିବାହ କଲେ ପ୍ରସିଦ୍ଧ ଆଇନଜୀବୀ ହରିଶ ସାଲଭେ; ଦିନକୁ ନିଅନ୍ତି ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି

ପୂର୍ବତନ  ଭାରତୀୟ ସଲିସିଟର ଜେନେରାଲ ତଥା ପ୍ରସିଦ୍ଧ ଆଇନଜୀବୀ ହରିଶ ସାଲଭେ ଏବେ ଚର୍ଚାରେ । ୬୫ବର୍ଷ ବୟସରେ ସେ ତାଙ୍କର ପ୍ରଥମ ପତ୍ନୀ ମୀନାକ୍ଷୀ ସାଲଭେଙ୍କୁ ଛାଡ଼ପତ୍ର ଦେଇ ୫୬ ବର୍ଷ ବୟସ୍କା ବ୍ରିଟିଶ୍ ମହିଳା ବାନ୍ଧବୀ କରୋଲିନଙ୍କୁ ବିବାହ କରିଛନ୍ତି । ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ଲଣ୍ଡନର ଏକ ଚର୍ଚରେ ଏହି ବିବାହ ଶେଷ ହୋଇଛି ।

- Advertisement -

କରୋଲିନ ଜଣେ କଳାକାର ଓ ହରିଶଙ୍କ ସହ ତାଙ୍କର ଦୀର୍ଘଦିନ ହେଲା ପ୍ରେମ ସମ୍ପର୍କ ଥିବା କୁହାଯାଉଛି । ନିଜ ପେଶାରେ ହରିଶ ସାଲଭେ ଯେତିକି ବିଖ୍ୟାତ ନିଜ ଜୀବନ ଣୈଳୀକୁ ନେଇ ମଧ୍ୟ ସେ ସେତିକି ଚର୍ଚିତ । ସେ ପିଆନୋ ବଜାଇବା, ବହି ପଢ଼ିବା ଓ ବେଣ୍ଟଲି କାର୍ ଚଳାଇବାକୁ ଭଲ ପାଆନ୍ତି । ନୂଆନୂଆ ମୋବାଇଲ୍ ବ୍ୟବହାର କରିବା ତାଙ୍କର ପସନ୍ଦ ଓ ନିୟମିତ ଭାବରେ ସେ ମୋବାଇଲ ସେଟ୍ ବଦଳାଇଥାଆନ୍ତି । କୁହାଯାଏ ଆଇନଜୀବୀ ହରିଶ ସାଲଭେ ନିଜର ମହକିଲଙ୍କଠାରୁ ଦୈନିକ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫି ନେଇଥାଆନ୍ତି । ମୁକେଶ ଅମ୍ବାନୀ, ରତନ ଟାଟା, ସଲମନ ଖାଁ, ଭୋଡ଼ାଫୋନ ପରି ବଡ଼ବଡ଼ ଲୋକ ଓ କମ୍ପାନୀ ପାଇଁ ସେ ମାମଲା ଲଢ଼ିଥାଆନ୍ତି।  ତେବେ ପାକିସ୍ଥାନରେ ବନ୍ଦୀଥିବା କୁଳଭୂଷଣ ଯାଦବଙ୍କ ନିମନ୍ତେ   ଆନ୍ତର୍ଜାତିକ ନ୍ୟାୟାଳୟରେ ପକ୍ଷ ରଖିବା ପରେ ସେ ଦେଶରେ ବେଶ୍ ଚର୍ଚିତ ହୋଇଥିଲେ । ଏହି ମହଙ୍ଗା ଓକିଲ କୁଳଭୂଷଣ ମାମଲାରେ ମାତ୍ର ୧ ଟଙ୍କା ଫି ନେଇଥିଲେ।

ନିଜର ରାଜକୀୟ ଅନ୍ଦାଜ ଓ ଜୀବନଣୈଳୀ ପାଇଁ ହରିଶ ଆଇନଜୀବୀ ମହଲରେ ବେଶ୍ ଚର୍ଚିତ । ଦିଲ୍ଲୀରେ ତାଙ୍କର ଅଟ୍ଟାଳିକା ୮୦୦ ବର୍ଗ ମିଟର ଜମି ଉପରେ ଅବସ୍ଥିତ । ଦିଲ୍ଲୀର ଅଭିଜିତ ପାଲାମ ମାର୍ଗରେ ଥିବା ତାଙ୍କର ଅଟ୍ଟାଳିକାର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ଆକଳନ କରାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ତାଙ୍କର ଦିନକର ଫି’ ସାଢ଼େ ୪ ଲକ୍ଷ ଟଙ୍କାରୁ ଆରମ୍ଭ ଓ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ସେ ଫି ଦାବି କରିଥାଆନ୍ତି । ତାଙ୍କର ତାଙ୍କର ନ୍ୟାୟିକ ଅଭିଜ୍ଞତା ହେତୁ ହରିଶ ସାଲଭେ ମଧ୍ୟ ଭାରତର ପ୍ରଭାବଶାଳୀ ବ୍ୟକ୍ତି ଭାବରେ ପରିଗଣିତ । ଇଣ୍ଡିଆଟୁଡ଼େ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ଦେଶରେ ତାଙ୍କର ସ୍ଥାନ ୪୩ । ସେ ଦୀର୍ଘଦିନ ଧରି ଦେଶର ସର୍ବାଧିକ ଆୟକର ଦେଉଥିବା ବ୍ୟକ୍ତିଙ୍କ ତାଲିକା ମଧ୍ୟରେ ରହିଛନ୍ତି । ୨୦୧୦-୧୧ରେ ତାଙ୍କର ଘୋଷିତ ସମ୍ପତ୍ତି ପରିମାଣ ପ୍ରାୟ ୩୫ କୋଟି ଟଙ୍କା ଥିଲା ଓ ଏବେ ତାଙ୍କର ବାର୍ଷିକ ଆୟ ୬୦ରୁ ୭୦ କୋଟି ଟଙ୍କା ଏବଂ ମୋଟ ସମ୍ପତ୍ତିର ମୂଲ୍ୟ ୨୦୦ କୋଟିର ଅଧିକ ବୋଲି ଗଣମାଧ୍ୟମରେ ଚର୍ଚା ହେଉଛି ।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories