www.samajalive.in
Thursday, December 11, 2025
18.1 C
Bhubaneswar

ଟ୍ରକ୍‌ରୁ ୫୬ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ରାମନାଗୁଡା :  ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ଗୁମୁଡା ଅଞ୍ଚଳରୁ ବୁଧବାର ଏକ ଟ୍ରକ୍‌ରୁ ୫୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଟ୍ରକ୍ ଡ୍ରାଇଭର ଓ ତାର ସହଯୋଗୀ ସହିତ ଟ୍ରକ୍ ମାଲିକକୁ ଗିରଫ କରାଯାଇଛି।
ଗୁଡାରି ପୁଲିସ ଥାନା ଏସଆଇ ପି. ଜୈନଙ୍କ ସୂଚନା ଅନୁସାରେ, ବୁଧବାର ଏକ ୧୪ ଚକିଆ ଟ୍ରକ୍‌ରେ ଗଜପତିର ରାଇପଙ୍ଗାରୁ ଉତ୍ତରପ୍ରଦେଶକୁ ପଦ୍ମପୁର, ଗୁମୁଡା ଓ ରାମନାଗୁଡ଼ା ଦେଇ ଗଞ୍ଜେଇ ଚାଲାଣ ହେଉଥିବା ପୁଲିସ ସୂଚନା ପାଇଥିଲା। ପରେ ପୁଲିସ ପକ୍ଷରୁ ତୁରନ୍ତ ଗାଡ଼ି ଯାଞ୍ଚ ଆରମ୍ଭ ହୋଇଥିଲା।ଏହି ସମୟରେ ପୁଲିସ ଏକ(ଆରଜେ-୧୪ଜିକେ-୧୦୩୬) ନମ୍ବର ଟ୍ରକରୁ ଗଞ୍ଜେଇ ଜବତ କରିଛି। ଏହି ସମୟରେ ଅଭିଯୁକ୍ତ ଡ୍ରାଇଭର ଓ ତାର ସହଯୋଗୀ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ପୁଲିସ ସେମାନଙ୍କୁ କାବୁ କରି ଥାନାକୁ ଆଣିଛି। ତେବେ ଜବତ ଗଞ୍ଜେଇର ଓଜନ ୫୭୨ କିଲୋ ହୋଇଥିବାବେଳେ ଏହାର ମୂଲ୍ୟ ୫୬ ଲକ୍ଷ ୯୦ ହଜାର ଟଙ୍କା ବୋଲି କୁହାଯାଉଛି। ଏଥିସହିତ ଟ୍ରକ୍, ଏଟିଏମ କାର୍ଡ ଓ ଗୋଟେ ଜିଓ ମୋବାଇଲ ଫୋନ ଜବତ ହୋଇଛି। ସେହିପରି ପୁଲିସ ଗଞ୍ଜେଇ ଚାଲାଣର ମୂଳ ସ୍ରୋତକୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ଏସଡିପିଓ ରାଜ କିଶୋର ଦାଶ ସୂଚନା ଦେଇଛନ୍ତି।।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories