www.samajalive.in
Tuesday, December 9, 2025
15.1 C
Bhubaneswar

୪୨ଟି ସ୍ଥାନରେ ଆୟକର ବିଭାଗର ଚଢ଼ଉ, ସନ୍ଦେହଜନକ ଦସ୍ତାବିଜ ଜବତ

ଆୟକର ବିଭାଗ ଦିଲ୍ଲୀ ଓ ଜାତୀୟ ରାଜଧାନୀ ଅଞ୍ଚଳ, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ଏହି ଚଢ଼ଉ ଅଭିଯାନରେ ଖାନତଲାସି କରାଯିବା ସହ ବହୁ ପଦାର୍ଥ ଜବତ କରାଯାଇଛି। କିଛିଲୋକ ନକଲି ବିଲିଂ ମାଧ୍ୟମରେ ବହୁ ଅର୍ଥ ଜମା କରିବା ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟରେ ସଂପୃକ୍ତ ଥିବାର ଜଣାପଡ଼ିବା ପରେ ଆୟକର ବିଭାଗ ଦ୍ୱାରା ଏଭଳି ଚଢ଼ଉ କରାଯାଇଥିଲା। ସର୍ବମୋଟ୍‍ ୪୨ଟି ପରିସରରେ ଖାନତଲାସୀ କରାଯାଇଛି।

ଖାନତଲାସୀ ସମୟରେ ଏହିସବୁ କାର୍ଯ୍ୟ ସହ ସଂପୃକ୍ତ ବ୍ୟକ୍ତି ଓ ମଧ୍ୟସ୍ଥମାନଙ୍କ ସମ୍ବନ୍ଧୀୟ ପ୍ରମାଣ, ଅର୍ଥ କାରବାର କରୁଥିବା ବ୍ୟକ୍ତିମାନଙ୍କର ନାମ, ଏହି ସବୁ କାର୍ଯ୍ୟର ଲାଭ ପାଇଥିବା ବ୍ୟକ୍ତିବିଶେଷଙ୍କର ନାମ ଓ କିଛି ଫାର୍ମର ନାମ ପଦାକୁ ଆସିଛି। ୫ଶହ କୋଟି ଟଙ୍କା ସମ୍ବଳିତ କାରବାର ସମ୍ବନ୍ଧୀୟ ଦସ୍ତାବିଜଗୁଡ଼ିକୁ ଜବତ କରାଯାଇଛି। ବହୁ ନକଲି କମ୍ପାନି ସମ୍ପର୍କରେ ଜଣାପଡ଼ିଛି ଓ ନକଲି ବିଲ୍‍ ଜରିଆରେ ବହୁ ପରିମାଣର ହିସାବ ବହିର୍ଭୁତ ନଗଦ ଅର୍ଥ ଉଠାଣ ବିଷୟରେ ପ୍ରମାଣ ହସ୍ତଗତ ହୋଇଛି। ସେହି ନକଲି କମ୍ପାନିଗୁଡ଼ିକରେ ବିଭିନ୍ନ ନକଲି କର୍ମଚାରୀମାନଙ୍କର ନାମ ଓ ଠିକଣା ପ୍ରଭୃତି ଥିବାର ପ୍ରମାଣ ମିଳିଛି ଓ ସେମାନଙ୍କ ନାମରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ଅର୍ଥ କାରବାର କରାଯାଇଛି। ସେହିଭଳି ନକଲୀ କର୍ମଚାରୀ, ଅଂଶୀଦାର ଓ ଅର୍ଥ କାରବାର କରୁଥିବା ବ୍ୟକ୍ତିମାନଙ୍କର ବୟାନ ରେକର୍ଡ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories