ମୁଖୀଗୁଡା: ବାନେର-ଲଡୁଗାଁ ରାସ୍ତା ଶିବରାମପୁର ବୁଲାଣି ନିକଟରେ ଆଜି ଏକ ବାଇକ ଦୁର୍ଘଟଣା ହେବାରୁ ଜଣକର ମୃତ୍ୟୁ ଘଟିଛି। ଜୟପାଟଣା ଥାନା ଅନ୍ତର୍ଗତ ବାନେର ଗ୍ରାମର ପର୍ଶୁରାମ ପଟ୍ଟନାୟକ(୩୭) ଏକ ବାଇକରେ ଲୁହାବାହାଲରୁ ନିଜ ଗାଁକୁ ଫେରୁଥିବା ବେଳେ ଦିନପ୍ରାୟ ୧୧ଟା ୩୦ମିନିଟ ସମୟରେ ଲଡୁଗାଁ-ବାନେର ରାସ୍ତା ଶିବରାମପୁର ବୁଲାଣି ନିକଟରେ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ ଗଛରେ ପିଟି ହୋଇଥିଲା। ତାଙ୍କୁ ଜୟପାଟଣା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗ ଅଣାଯାଇଥିଲା।ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ଜୟପାଟଣା ପୋଲିସ ଘଟଣାର ତଦନ୍ତ କରୁଛି। ଅଦ୍ୟାବଧି ଶବ ବ୍ୟବଚ୍ଛେଦ କରାଯାଇ ନାହିଁ।
Popular Categories



