www.samajalive.in
Friday, December 12, 2025
23.1 C
Bhubaneswar

ବିନିକାରେ ପିଆଜ ଦର ଆକାଶ ଛୁଆଁ, ଅତିଷ୍ଠ ଗ୍ରାହକ

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଏବେ ସମସ୍ତ ପ୍ରକାର ପନିପରିବା ଅହେତୁକ ଦର ବୃଦ୍ଧି ପାଇଥିବା ବେଳେ ଏପରି ସ୍ଥିତିରେ କିନ୍ତୁ ସାଧାରଣ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପିଆଜ ଦର ଆକାଶ ଛୁଆଁ ଦର ବୃଦ୍ଧି ପାଇଛି। ଗତ କିଛି ଦିନ ହେଲା ବିନିକା ଅଞ୍ଚଳରେ କେବଳ ପିଆଜ ଦର ଅତ୍ୟଧିକ ବୃଦ୍ଧି ପାଉଥିବାରୁ ସାଧାରଣ ଗରିବ ପରିବାରରେ ପିଆଜ ଉଭାନ ହୋଇଯାଇଛି। ଏହି ଦର ବୃଦ୍ଧି ସମସ୍ତଙ୍କୁ ବାଧୁଥିବା ବେଳେ ଲୋକେ ଦର ବୃଦ୍ଧିରେ ପଡ଼ି ଅତିଷ୍ଠ ହୋଇ ପଡ଼ୁଛନ୍ତି। ଏକ ସପ୍ତାହ ହେଲା ବିନିକା ଦୈନିକ ବଜାର ସମେତ ଅଞ୍ଚଳର ବିଭିନ୍ନ ସ୍ଥାନରେ ବସୁଥିବା ହାଟ ଓ ଗ୍ରାମାଞ୍ଚଳର ଦୋକାନ ବଜାର ଗୁଡ଼ିକରେ ପନିପରିବା ଦର ଅହେତୁକ ଭାବରେ ବୃଦ୍ଧି ପାଉଥିବା ବେଳେ ପିଆଜ କିଣିବା ବେଳେ ସାଧାରଣ ଗ୍ରାହକ ଦର ବୃଦ୍ଧିରେ ପଡ଼ି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସୂଚନା ଅନୁସାରେ ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନରେ ପିଆଜ ଦର କୋଉଁଠି ୬୦ ତ ଆଉ କେଉଁଠି ୭୦ ଉପରେ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି। ଅଞ୍ଚଳରେ ସବୁଠି ଏଭଳି ଦରବୃଦ୍ଧିକୁ ଗ୍ରାହକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଏପରି ସ୍ଥିତିରେ ସାଧାରଣ ଗରିବ ଲୋକେ ପିଆଜ କିଣି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଯଦି ଏଭଳି ଆକାଶ ଛୁଆଁ ଦରକୁ ନିୟନ୍ତ୍ରଣ କରା ନ ଯାଏ ତାହେଲେ ଲୋକେ ବହୁ ଦୁର୍ଦ୍ଦଶା ଭୋଗିବେ ବୋଲି ଅଭିଯୋଗ ହୋଉଛି। ତେଣୁ ସମସ୍ୟା ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଯଥାଶୀଘ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବି ହେଉଛି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories