www.samajalive.in
Saturday, December 13, 2025
21.1 C
Bhubaneswar

ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ପୂରଣ ହେଉନି ଖାଲି ପଦବୀ

ନନ୍ଦନକାନନ : ଦୀର୍ଘ ୭ମାସ ବ୍ୟବଧାନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଖୋଲିଲା। ହେଲେ ଖାଲିଥିବା ପଦବୀ ପୂରଣ ହୋଇପାରିଲା ନାହିଁ। କେବଳ ଉପନିର୍ଦେଶକ (ଡିଏଫ୍‌ଓ) ପଦୋନ୍ନତି ପାଇ ଅନ୍ୟତ୍ର ବଦଳି ହୋଇ ନୂଆ ଉପନିର୍ଦେଶକ କାର୍ୟ୍ୟରେ ଯୋଗ ଦେଇଛନ୍ତି। ଅନ୍ୟ ଜଣେ ବନ୍ୟପ୍ରାଣୀ ଚିକିତ୍ସକଙ୍କ ପଦୋନ୍ନତି ହୋଇ ଅନ୍ୟତ୍ର ବଦଳି ହୋଇଥିଲେ ମଧ୍ୟ ସେ ଏଠାରେ କାର୍ୟ୍ୟ କରୁଛନ୍ତି।
ଦୁଇବର୍ଷ ପୂର୍ବେ ନନ୍ଦନକାନନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନର ୪ଜଣ ରେଞ୍ଜର ଏକ ସମୟରେ ଏସିଏଫ୍‌ ଭାବରେ ପଦୋନ୍ନତି ପାଇଥିଲେ। ଠିକ୍‌ ଏକ ବର୍ଷ ବ୍ୟବଧାନରେ ଆଉ ଦୁଇଜଣ ରେଞ୍ଜର ଏସିଏଫ୍‌ ଭାବରେ ପଦୋନ୍ନତି ପାଇଥିଲେ। ପଦୋନ୍ନତି ପାଇ ଅନ୍ୟତ୍ର କାର୍ୟ୍ୟ କରିବାର ନିୟମ ଥିଲେ ମଧ୍ୟ ଏଠାରେ ଦୁଇଜଣ କାର୍ୟ୍ୟ କରୁଛନ୍ତି। ତେବେ ୪ ରେଞ୍ଜର ପଦ ଖାଲି ପଡ଼ିଥିବାବେଳେ ୩ଜଣ ରେଞ୍ଜର କାର୍ୟ୍ୟ କରୁଛନ୍ତି। ପଦୋନ୍ନତି ପାଇଥିବା ନିରାପତ୍ତା ବିଭାଗର ରେଞ୍ଜର ସେହି କାର୍ୟ୍ୟ ତୁଲାଉଛନ୍ତି। ଜନ୍ତୁ ରେଞ୍ଜର ଦାୟିତ୍ବରେ ଥିବା ଅଧିକାରୀ ଅତିରିକ୍ତ ରାଜସ୍ବ ବିଭାଗ କାର୍ୟ୍ୟ ତୁଲାଉଛନ୍ତି। ଷ୍ଟୋର ଦାୟିତ୍ବରେ ଥିବା ରେଞ୍ଜର ସ୍ବତନ୍ତ୍ର ପ୍ରକଳ୍ପ କାର୍ୟ୍ୟ ସମ୍ଭାଳିଛନ୍ତି। ଅନ୍ୟ ଜଣେ ରେଞ୍ଜର ଡିଏଫ୍‌ଓ କାର୍ୟ୍ୟାଳୟରେ କାର୍ୟ୍ୟ କରୁଥିଲେ ସୁଦ୍ଧା ସେ ନିୟମିତ କାର୍ୟ୍ୟକୁ ଆସନ୍ତି ନାହିଁ। ସେହିପରି ରାଜ୍ୟ ଉଦ୍ଭିଦ ଉଦ୍ୟାନର ଅନ୍ୟ ଜଣେ ମହିଳା ରେଞ୍ଜର ଉଚ୍ଚତର ଶିକ୍ଷା ପାଇଁ ଲମ୍ବା ଛୁଟିରେ ଅଛନ୍ତି। ଡେପୁଟି ରେଞ୍ଜର ଏଠାରେ ଦୁଇଜଣଙ୍କ ଦାୟିତ୍ବ ତୁଲାଉଛନ୍ତି। ସେହିପରି ଜନ୍ତୁରକ୍ଷକ, ଜଗୁଆଳି, ରାତ୍ରି ଜଗୁଆଳି, ଝାଡୁଦାର, ପିଅନ, ଟିକଟ କଲେକ୍ଟର, ମାହୁନ୍ତ, ମେଟ, ବଙ୍ଗଳା ଚୌକିଦାର ସମେତ ୮୦ଟି ପଦ ଖାଲି ପଡ଼ିଛି। ଏହି ପଦବୀରେ ସ୍ଥାୟୀ ନିଯୁକ୍ତି ଦିଆ ନ ଯାଇ ଅଧିକ ବ୍ୟୟରେ ଏକ ଘରୋଇ ସଂସ୍ଥା ମାଧ୍ୟମରେ କର୍ମଚାରୀ ନିୟୋଜିତ ହେଉଛନ୍ତି। କେଉଁ ସ୍ବାର୍ଥରେ ଘରୋଇ ସଂସ୍ଥା ମାଧ୍ୟମରେ ଠିକା କର୍ମଚାରୀ ନିଯୁକ୍ତି ଦେଉଛନ୍ତି ତାହାର କୌଣସି ଉତ୍ତର ନାହିଁ।
ସେହିଭଳି ପଦୋନ୍ନତି ପାଇ ସେହି ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି ହେବାର ନିୟମ ରହିଛି। ଏହି ନିୟମକୁ ଉଲ୍ଲଙ୍ଘନ କରାଯାଇ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ଏଠାରେ ଅବସ୍ଥାପିତ କରାଯାଇଛି। ନନ୍ଦନକାନନ କ୍ୟୁରେଟର ପଦ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଗାଇଡଲାଇନ ଅନୁଯାୟୀ ପ୍ରାଣୀ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏହି ଗୁରୁତ୍ବପୂର୍ଣ୍ଣ କ୍ୟୁରେଟର ପଦରେ ଜଣେ ଏସିଏଫ୍‌ଙ୍କୁ ଅବସ୍ଥାପିତ କରାଯାଇଛି। ରେଞ୍ଜରରୁ ପଦୋନ୍ନତି ପାଇ ପର୍ୟ୍ୟଟକ ଏସିଏଫ୍‌ ପଦରେ ଥିବା ପଦାଧିକାରୀଙ୍କୁ କ୍ୟୁରେଟର ଭାବରେ ଅତିରକ୍ତ ଦାୟିତ୍ବ ଦିଆଯାଇଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପଶୁପକ୍ଷୀଙ୍କର ଜୀବନକୁ ସୁରକ୍ଷିତ ରଖିବା ପାଇଁ ଅଭିଜ୍ଞ ଜନ୍ତୁ କ୍ୟୁରେଟର, ରେଞ୍ଜର ସମେତ କର୍ମଚାରୀ ନିଯୁକ୍ତ ହେଲେ ଏହା ସୁରକ୍ଷିତ ରହିପାରିବ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories