www.samajalive.in
Saturday, December 13, 2025
21.1 C
Bhubaneswar

ଅନିଶ୍ଚିତତାରେ ସ୍ମାର୍ଟସିଟି ପ୍ରକଳ୍ପ; ୩୧ ପ୍ରକଳ୍ପରୁ ୪ କାର୍ଯ୍ୟକ୍ଷମ, ୭ପ୍ରକଳ୍ପ ନିର୍ମାଣ ଶେଷ

ଭୁବନେଶ୍ୱର: ରାଜଧାନୀକୁ ଅଧିକ ସୁନ୍ଦର ଏବଂ ସ୍ମାର୍ଟସିଟିରେ ପରିଣତ କରିବା ନେଇ ଅନେକ ପ୍ରକଳ୍ପ ପ୍ରସ୍ତୁତ ହୋଇଥିଲା। ହେଲେ ବିଭିନ୍ନ କାରଣରୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼ (ବିଏସ୍‌ସିଏଲ) ପ୍ରକଳ୍ପ ଏବେ ଅନିଶ୍ଚିତତା ଭିିତରକୁ ଠେଲି ହୋଇଯାଇଛି।
ବିଭାଗୀୟ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ୨୦୧୯-୨୦ରେ ୩୧ ପ୍ରକଳ୍ପର କାର୍ୟ୍ୟ ସମ୍ପାଦନ ଦାୟିତ୍ୱ ନେଇଥିଲା। ପ୍ରକଳ୍ପ କାର୍ୟ୍ୟ ପାଇଁ ଅନୁମୋଦନ ମିଳିଥିଲେ ସୁଦ୍ଧା ସେଥି ମଧ୍ୟରୁ ସୋସିଆଲ ଇକ୍ୟୁଇଟି ସେଣ୍ଟର, ସ୍ମାର୍ଟପାର୍କ, ଇଣ୍ଟିଗ୍ରେଟେଡ଼ ପବ୍ଲିକ ସର୍ଭିସ ସେଣ୍ଟର, ପବ୍ଲିକ ବାଇସାଇକଲ ସେଆରିଂ (ମୋ ସାଇକଲ) ଆଦି ମାତ୍ର ୪ଟି ପ୍ରକଳ୍ପ କାର୍ୟ୍ୟ ସମ୍ପୂର୍ଣ୍ଣ ହୋଇଛି। ମାତ୍ର ୭ଟି ପ୍ରକଳ୍ପର ନିର୍ମାଣ କାର୍ୟ୍ୟ ସରିଥିବା ବେଳେ ଅନ୍ୟ ପ୍ରକଳ୍ପ ଅଧାପନ୍ତରିଆ ହୋଇ ପଡ଼ିରହିଛି। ଅପରପକ୍ଷରେ ନିର୍ମାଣ କାର୍ୟ୍ୟ ସରିଥିବା ପ୍ରକଳ୍ପଗୁଡ଼ିକ କାର୍ୟ୍ୟକ୍ଷମ ହୋଇନାହିଁ। ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଦୁଇଟି ପ୍ରକଳ୍ପ ଯଥା- ରେଲୱେ ଷ୍ଟେସନ ମଲ୍ଟି ମୋଡାଲ ହବ୍‌, ବିଡିଏ ଏବଂ ଜନପଥ ଗଭର୍ଣ୍ଣମେଣ୍ଟ ହାଉସିଂ ରିଡେଭଲପମେଣ୍ଟ ପ୍ରକଳ୍ପ ନିର୍ମାଣ ବିଭାଗ ଅଧୀନକୁ ସ୍ଥାନାନ୍ତର କରାଯାଇଛି। ତେବେ ସ୍ମାର୍ଟସିଟି ଅଧୀନରେ ୨୯ଟି ପ୍ରକଳ୍ପ ଦାୟିତ୍ୱ ରହିଛି।
କରୋନା କଟକଣା ଏବଂ ସଂକ୍ରମଣ ଭୟ କାରଣ ଅନେକ ସମସ୍ୟା ସୃଷ୍ଟି ହେଉଛି। ଫଳରେ ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ଅନେକ ମାତ୍ରାରେ ବାଧାପ୍ରାପ୍ତ ହେଉଛି। ଅପରପକ୍ଷରେ ନିର୍ମାଣ କାର୍ୟ୍ୟ କିଛି ବାହାର ରାଜ୍ୟର ଠିକା ସଂସ୍ଥା ନେଇଛନ୍ତି। କରୋନା କଟକଣା କାରଣରୁ ସେମାନଙ୍କ କାର୍ୟ୍ୟରେ ବିଭିନ୍ନ ପ୍ରକାର ବାଧା ଉପୁଜୁଥିବା ପ୍ରତିକ୍ରିୟା ରଖିଛନ୍ତି। ସ୍ମାର୍ଟସିଟି ଅଧିକାରୀଙ୍କ କହିବା ଅନୁଯାୟୀ ୨୦୧୯ ବାତ୍ୟା ଫଣି, ସାଧାରଣ ନିର୍ବାଚନ, ଠିକାଦାରଙ୍କ ବିକ୍ଷୋଭ ଏବଂ ଚଳିତ ବର୍ଷ ମାର୍ଚ୍ଚ ମାସରୁ କରୋନା କଟଣା, ଲକ୍‌ଡାଉନ୍‌ ଏବଂ ସଟ୍‌ଡାଉନ୍‌ କାରଣରୁ ଦୁଇମାସରୁ ଊର୍ଦ୍ଧ୍ବ ଧରି ପ୍ରକଳ୍ପ ନିର୍ମାଣ କାର୍ୟ୍ୟ ସମ୍ପୂର୍ଣ୍ଣ ବନ୍ଦ ଥିଲା। ଯାହାର ଫଳସ୍ୱରୂପ ସ୍ମାର୍ଟସିଟି କାର୍ୟ୍ୟାଳୟ ପକ୍ଷରୁ ପ୍ରତ୍ୟେକ ପ୍ରକଳ୍ପ କାର୍ୟ୍ୟର ଅବଧିକୁ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି। ମୁଖ୍ୟତଃ ସ୍ମାର୍ଟସିଟି ପ୍ରକଳ୍ପରେ କାର୍ୟ୍ୟ କରୁଥିବା ଅଧିକାଂଶ କୁଶଳୀ ଶ୍ରମିକ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ ଆଦିି ରାଜ୍ୟରୁ ଆସି କାର୍ୟ୍ୟ କରିଥାନ୍ତି। ସେମାନେ ଆସିପାରୁ ନଥିବାରୁ ନିର୍ମାଣ କାର୍ୟ୍ୟରେ ବାଧା ଉପୁଜୁଥିବା ଜଣାପଡ଼ିଛି। ସମସ୍ତ ଅଧାପନ୍ତରିଆ ପ୍ରକଳ୍ପ କାର୍ୟ୍ୟ ବର୍ଦ୍ଧିତ ଅବଧି ମଧ୍ୟରେ ସାରିବା ସହ ଏଗୁଡ଼ିକୁ କାର୍ୟ୍ୟକ୍ଷମ କରାଯିବା ଲକ୍ଷ୍ୟ ରଖାଯାଇଥିବା ନେଇ ସ୍ମାର୍ଟସିଟି ମହାପ୍ରବନ୍ଧକ(ଇଞ୍ଜିନିରିଂ) ଅଶ୍ୱିନୀ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories