www.samajalive.in
Wednesday, December 10, 2025
14.1 C
Bhubaneswar

କରୋନା ହେଲା କାଳ, ଚିନ୍ତାରେ ଫଳ ବ୍ୟବସାୟୀ

ଫୁଲବାଣୀ: କରୋନା ସାଜିଛି ବ୍ୟବସାୟୀମାନଙ୍କ ପାଇଁ କାଳ। ଫଳରେ ପୂର୍ବ ବର୍ଷ ମାନଙ୍କ ପରି ଚଳିତ ବର୍ଷ ଲୁଗା ଦୋକାନମାନଙ୍କରେ ସେଭଳି ଭିଡ଼ ନ ଥିବା ବେଳେ ଅନ୍ୟ ଦୋକାନମାନଙ୍କରେ ମଧ୍ୟ ସେଭଳି ଭିଡ଼ ନଥିବା ଦେଖାଯାଇଛି। ଦୀର୍ଘମାସ ହେଲା କ୍ଷତି ସହୁଥିବା ବ୍ୟବସାୟୀମାନେ ଦଶହରା ସମୟରେ କିଛିଟା ଅଧିକ ବ୍ୟବସାୟ କରିବେ ବୋଲି ଆଶା ବାନ୍ଦିଥିଲେ ମଧ୍ୟ ତାହା ସଫଳ ହୋଇ ପାରିନାହିଁ। ଫଳରେ ଲୁଗା ବ୍ୟବସାୟୀମାନେ ଚିନ୍ତାରେ ଥିବା ବେଳେ ସେହିଭଳି ଦୁଶ୍ଚିନ୍ତାରେ ପଡ଼ିଛନ୍ତି ବହୁ ଫଳ ବ୍ୟବସାୟୀ। ସେମାନଙ୍କର ମଧ୍ୟ ସେହି ସ୍ଥିତି। ଗତ ପାର୍ବଣ ପରି ଚଳିତ ପାର୍ବଣରେ ସେଭଳି ବିକ୍ରି ନାହିଁ ବୋଲି କହିଛନ୍ତି ଫଳ ବ୍ୟବସାୟୀ ସୌଭାଗ୍ୟ ରଂଜନ ପଟ୍ଟନାୟକ, ମିଟୁ ପାତ୍ର। ଗତ ବର୍ଷ ମାନଙ୍କରେ ଯେସଭଳି ଅଧିକ ମାତ୍ରରେ ଫଳ କୟ କରୁଥିଲେ ତାହାକୁ ଆଖି ଆଗରେ ରଖି ବ୍ୟବସାୟୀମାନେ ସେହି ରକମଣ ଜିନିଷ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଗ୍ରାହକ ମାନେ ଏବେ ସେହିଭଳି ଭାବେ ଫଳ କ୍ରୟ କରୁ ନଥିବା କହିଛନ୍ତି ବ୍ୟବସାୟୀ ଅଶ୍ୱିନୀ କୁମାର ବେହେରା ଓ ଚନ୍ଦନ ପଟ୍ଟନାୟକ। ନିଶ୍ଚିତ ଭାବେ କ୍ଷତି ସହିବାକୁ ପଡିବ ବୋଲି ସେମାନେ ପ୍ରକାଶ କରିଛନ୍ତି। କାଁ ଭାଁ ଗ୍ରାହକମାନେ ଆସି ଫଳ କ୍ରୟ କରୁଥିବାର ପ୍ରକାଶ କରିଛନ୍ତି ରାସ୍ତାକଡ଼ରେ ଥିବା ଫଳ ବ୍ୟବସାୟୀମାନେ। ବିଶେଷ କରି କରୋନା ଯୋଗୁଁ ଗ୍ରାମାଞ୍ଚଳରୁ ସେହି ପରିମାଣରେ କେହି ଆସୁ ନ ଥିବା ବେଳେ ସହରାଞ୍ଚଳରେ ମଧ୍ୟ ସେହିଭଳି ଭାବେ କ୍ରୟ କରୁ ନ ଥିବାର ପ୍ରକାଶ କରିଛନ୍ତି ଅନେକ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories