www.samajalive.in
Sunday, December 7, 2025
18.1 C
Bhubaneswar

ପୁଲିସ୍ ଗାଡ଼ି ବୋଲି . . . . . .

ଫୁଲବାଣୀ : ପୂର୍ବ ଦିନ ଅପେକ୍ଷା ଆଜି ବଜାରରେ ସାମାନ୍ୟ ଗହଳି ଲାଗିରହିଥିଲା। ତେବେ ବ୍ୟବସାୟୀ ସେତେ ନଥିଲେ ମଧ୍ୟ ସାଧାରଣ ଜନତାଙ୍କ ଯାତାୟତ ବେଶ୍ ଅଧିକ ଥିବାର ଦେଖାଯାଇଥିଲା। କିନ୍ତୁ ବଜାରରେ ଟ୍ରାଫିକ୍ ସମସ୍ୟା ଦେଖାଯାଇଥିବା ବେଳେ ଏକ ପୁଲିସ୍ ଗାଡ଼ି ଦୀର୍ଘ ସମୟଧରି ମୁଖ୍ୟ ବଜାର ମୁଖ୍ୟ ରାସ୍ତାରେ ରହିବା ଫଳରେ ଯାତାୟତରେ ସମସ୍ୟା ଉପୁଜୁଥିଲା। ଲୋକଙ୍କୁ ସଚେତନତା କରିବା ସହିତ ଟ୍ରାଫିକ୍ ନିୟମ ନ ମାନିଲେ ଫାଇନ୍ କାଟୁଥିବା  ପୁଲିସ୍ ପ୍ରଶାସନର ଏକ ଗାଡ଼ି ରାସ୍ତା ମଝିରେ ଦୀର୍ଘ ସମୟଧରି ଅଟକି ରହିବା ଫଳରେ ଅନେକ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ସେହି ପୁଲିସ ଗାଡ଼ି ଫୁଲବାଣୀ ଥାନାର ହୋଇନଥିବା ବେଳେ ଏହା କେଉଁ ଥାନାର ତାହା ଜଣାପଡ଼ିନାହିଁ। ତେବେ ଦୀର୍ଘ ସମୟ ଧରି ରାସ୍ତାରେ ଅଟକି ରହିଥିବା ଗାଡ଼ି ସଂପର୍କରେ କେତେକ ସଚେତନ ନାଗିରିକ ବାରମ୍ବାର ପ୍ରଶ୍ନ କରିବା ଫଳରେ ଗାଡ଼ିଟି ସେଠାରେ ଚାଲିଯାଇଥିବାର ଦେଖାଯାଇଛି।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories