www.samajalive.in
Sunday, December 7, 2025
23.1 C
Bhubaneswar

ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାସ;  ୮ ଲକ୍ଷ ଟଙ୍କାର ମୋବାଇଲ ଜବତ, ୨ ଡକାୟତ ଗିରଫ

କେଶଦୁରାପାଳ : କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡରେ ଦିନ କୁ ଦିନ ଚୋରୀ ଡକାୟତି ବୃଦ୍ଧି ପାଉଥିବା ବେଳେ ଆଜି ଏକ ଡକାୟତି ଗ୍ୟାଙ୍ଗ ର ପର୍ଦ୍ଦାଫାସ ହୋଇଥିବା ଜଣାପଡ଼ିଛି।  ଏଥି ସହିତ ୮ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ ଜବତ କରାଯାଇ ଥିବା ବେଳେ ୨ ଜଣ ଡକାୟତ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ,  ଯାଜପୁର ଜିଲା କୋରେଇଁ ଥାନା ଅଂଚଳର ରାଜକିଶୋର ଦାସ୍ (୩୦) ଓ ତାରିଣୀ ପସାଦ ଦାସ (୩୦) ଏକ ପଲସର ବାଇକ୍ ଚୋରା ମୋବାଇଲ ନେଇ ଯାଉଥିବା ବେଳେ ସଇଲଙ୍ଗ ଛକ ନିକଟରେ ଜଣେ ବ୍ୟକ୍ତିଙ୍କର ମୋବାଇଲ ଝାମ୍ପି ନେଉଥିବା ବେଳେ ଭକ୍ତ ବ୍ୟକ୍ତି ଜଣକ  ଘସିପୁରା ପୁଲିସକୁ ଖବର ଦେଇଥିଲେ।  ଘସିପୁରା ପୁଲିସ ସେହି ପଲସର ବାଇକ୍ କୁ ପିଛା କରି ସେମାନଙ୍କୁ ଭଗାନଇ ଛକରେ କାବୁ କରିଥିଲେ। ସେମାନଙ୍କ ଠାରୁ ୪୦ ଟି ମୋବାଇଲ ସହିତ ଏକ ପଲସର ୨୨୦ ବାଇକୁ ଏକ ଲଙ୍କା ଗୁଣ୍ଡ ପାକେଟ ଏକ ଛୁରା ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ୫୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି । ଏହି ଚଢ଼ଉ ରେ ଘସିପୁରା ପୁଲିସ୍ ସହଯୋଗ କରିଥିବା ବେଳେରାଜ କିଶୋର ଦାସ୍ (୩୦) ଓ ତାରିଣୀ ପସାଦ ଦାସ ଙ୍କୁ ଘସିପୁରା ଥାନା କେ ଶ ନଂ ୧୮୯/୩୯୨ ରେ ସେମାନଙ୍କୁ କୋଟ ଚାଲାଣ କରିଥିବା ଜଣାପଡ଼ିଛି ।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories