www.samajalive.in
Wednesday, December 10, 2025
14.1 C
Bhubaneswar

ପାକିସ୍ତାନକୁ ଶକ୍ତ ଝଟକା : ଫଏଟିଏଫ୍ ସର୍ତ ପୂରଣରେ ବିଫଳ ପାକିସ୍ତାନ ପୁଣିଥରେ ଧୂଷର ତାଲିକାରେ ସାମିଲ

ପ୍ୟାରିସ୍‌ : ଆର୍ଥନୀତିକ ଆକ୍ସନ ଟାସ୍କ ଫୋର୍ସ (FATF) ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଥିବା ପାକିସ୍ତାନକୁ ପୁଣିଥରେ ଧୂଷର ତାଲିକାଭୂକ୍ତ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ ଆର୍ଥନୀତିକ ଆକ୍ସନ ଟାସ୍କ ଫୋର୍ସ(FATF)ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

୩୯ଟି ଦେଶକୁ ନେଇ ଗଠିତ ଆର୍ଥନୀତିକ ଆକ୍ସନ ଟାସ୍କ ଫୋର୍ସ (FATF)ଆନ୍ତର୍ଜାତିକ ସ୍ଥରରେ ଆତଙ୍କବାଦ ଓ ଆତଙ୍କବାଦୀ ସଙ୍ଗଠନକୁ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ଦେଶଗୁଡିକ ଉପରେ ନଜର ରଖିବା ସହ ସେମାନଙ୍କ କାର୍ଯ୍ୟକଳାପ ଅନୁଯାୟୀ ନିର୍ଦ୍ଧାରିତ ତାଲିକାରେ ରଖିଥାଏ। ଏହି ଅନୁଯାୟୀ ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଉଥିବା ପାକିସ୍ତାନକୁ ୨୭ଟି ପଏଣ୍ଟ ଉପରେ ପଦକ୍ଷେପ ନେବାକୁ ଆର୍ଥନୀତିକ ଆକ୍ସନ ଟାସ୍କ ଫୋର୍ସ (FATF) ପକ୍ଷରୁ କୁହାଯାଉଥିଲା। କିନ୍ତୁ ପାକିସ୍ତାନ ଗୋଟିଏ ବି ପଏଣ୍ଟ ଉପରେ ପଦକ୍ଷେପ ନେଇନଥିବା ଜଣାପଡିଥିଲା। ଏହି ୨୭ଟି ପଏଣ୍ଟ ମଧ୍ୟରୁ ୬ଟି ପଏଣ୍ଟ ଆତଙ୍କବାଦକୁ ଆର୍ଥିକ ସହାୟତା ଯୋଗାଣ ସହ ଜଡିତ। ଏଣୁ ପାକିସ୍ତାନକୁ ପୁଣିଥରେ ଧୂଷର ତାଲିକାଭୂକ୍ତ  କରାଯାଇଛି।  ପ୍ୟାରିସରେ ହେଉଥିବା ତିନି ଦିନିଆ ବୈଠକର ଆଜି ଶେଷ ଦିନ ହୋଇଥିବାରୁ, ଏଫଏଟିଏଫ ସଭାପତି ଡକ୍ଟର ମାର୍କସ ପ୍ଲେୟର ଗଣମାଧ୍ୟମକୁ ସୂଚନା ଦେଇ ପାକିସ୍ତାନକୁ ପୁଣିଥରେ ଧୂଷର ତାଲିକାଭୂକ୍ତ  କରାଯାଇଥିବା କହିଛନ୍ତି।

- Advertisement -

ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ ମୌଲାନା ମାସୁଦ ଅଜହର ଏବଂ ହାଫିଜ ସଇଦ ପ୍ରମୁଖ ଆତଙ୍କବାଦୀଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରିବା ଯୋଗୁଁ ଏଫଏଟିଏଫ୍ ପୁନର୍ବାର ପାକିସ୍ତାନକୁ ଧୂଷର ତାଲିକାଭୂକ୍ତ କରିଛି। ଜୈଶ-ଇ-ମହମ୍ମଦ (ଜେଏମ) ମୁଖ୍ୟ ଅଜହର, ଲଶ୍କର-ଏ-ତାଇବା (ଏଲଇଟି)  ବିରୋଧରେ ପାକିସ୍ଥାନ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁ । ସେହିପରି ଆତଙ୍କବାଦ ବିରୋଧ ଆଇନର ଧାରା ୪ ଅନୁସାରେ ୪୦୦୦ ଆତଙ୍କବାଦୀଙ୍କ ନାଁ ପାକିସ୍ଥାନ ମୂଳ ତାଲିକାରୁ ବାଦ ଦେଇଛି । ଏହାକୁ ଏଫଏଟିଏଫ୍ ଗୁରୁତର ସହ ଗ୍ରହଣ କରିଛି । ତେଣୁ ପାକିସ୍ଥାନ ପୁନର୍ବାର ଧୂଷର ତାଲିକା (ଗ୍ରେ ଲିଷ୍ଟ)ରେ ରହିଛି । ଆତଙ୍କବାଦ ବିରୋଧରେ କାର୍ଯ୍ୟସୂଚୀ ପ୍ରସ୍ତୁତ କରୁଥିବା ୪ ପ୍ରମୁଖ ଦେଶ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନ ନିଜ ମାଟି​‌ରେ​‌ ଆତଙ୍କବାଦ ବିରୋଧ​‌ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇସଲାମାବାଦର ପ୍ରତିଶ୍ରୁତିରେ ସନ୍ତୁଷ୍ଟ ନୁହନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories