ବିବାହର ୧୧ଦିନ ପରେ ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ

0

ଝାରସୁଗୁଡା: ଲଇକେରା ଥାନା ଓଡିଆପାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିବାହର ମାତ୍ର ୧୧ଦିନ ପରେ ଜଣେ ନବ ବିବାହିତ ଯୁବକର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଧରଣୀଧର ଲୁହା(୩୫) ଗତ ୮ତାରିଖରେ ସମ୍ବଲପୁର ଜିଲା କୁଚିଣ୍ଡର ନିକଟସ୍ଥ କୁହାପଡା ଗ୍ରାମରେ ବିବାହ କରିଥିଲେ। କିଛଦିନ ପୂର୍ବରୁ ଧରଣୀଙ୍କ ସ୍ତ୍ରୀ ବାପଘରକୁ ଯାଇ କୁରୁବାର ସକାଳେ ଫେରିଥିଲେ। ଖରାପ ହୋଇ ପଡିଥିବା ଏକ କୁଲରକୁ ସଜାଡିବା ବେଳେ ବିଦ୍ୟୁତ ଆଘାତରେ ଆସି ଧରଣୀ ଅଚେତ ହୋଇ ପଡିଥିଲେ। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଲଇକେରା ଡାକ୍ତରଖାନାକୁ ନେଇଥିଲେ ମାତ୍ର ସେଠାରେ କେହି ଡାକ୍ତର ନଥିବାରୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply