www.samajalive.in
Saturday, December 6, 2025
26.1 C
Bhubaneswar

ପୋଖରୀରୁ ହାତୀଛୁଆର ମୃତଦେହ ଉଦ୍ଧାର

କଳାବାଡ଼ିଆ: ଶିମିଳିପାଳ ଅଭୟାରଣ୍ୟ ପାଦଦେଶର ନାଫ୍ରି ପଞ୍ଚାୟତ ଝିଙ୍କପାହାଡ଼ି ଗ୍ରାମରେ ପୋଖରୀ ଭିତରୁ ଏକ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି। ତିନି-ଚାରି ଦିନ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। କିଛି ଦିନ ହେବ ୩୦ ଟିକିଆ ହାତୀପଲ ବୁଲାବୁଲି କରୁଥିବାର ଦେଖିବାକୁ ମିଳିଥିଲା। ଗ୍ରାମବାସୀ ପୋଖରୀକୁ ଯାଇଥିବାବେଳେ ଭାସମାନ ଅବସ୍ଥାରେ ହାତୀ ଛୁଆର ମୃତଦେହ ଦେଖିବାକୁ ପାଇଥିଲେ। ଖବର ପାଇ ବାଙ୍ଗିରିପୋଷି ରେଞ୍ଜ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହାତୀ ଛୁଆର ବୟସ ଦୁଇ-ତିନି ମାସ ହେବ ବୋଲି ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ପରେ ମୃତର ପ୍ରକୃତ କାରଣ ଜଣାପଡ଼ିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories