www.samajalive.in
Saturday, December 6, 2025
26.1 C
Bhubaneswar

ପାରାଦୀପ ବନ୍ଦରରେ ଅଘଟଣ, ଜାହାଜ ଉପରେ ଭାଙ୍ଗି ପଡ଼ିଲା କ୍ରେନ୍

ପାରାଦ୍ୱୀପ: ପାରାଦ୍ୱୀପ ବନ୍ଦରର ମଲ୍ଟି ପରପର୍ସ ବା ଏମପିବି ବର୍ଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ବର୍ଥ ଉପରେ ଥାଇ ଲୋଡିଂ କରୁଥିବା ଏକ ସୋର୍ କ୍ରେନ୍ ଅଧାରୁ ଭାଙ୍ଗି ପଡ଼ି ଜାହାଜ ଉପରେ ପଡ଼ିଛି। ତେବେ ଏହା କ୍ରେନ୍ ର ରୋପ୍ ଛିଡିବା କାରଣ ରୁ କି କ୍ରେନ୍ ର ଡେଣା ଭାଙ୍ଗିବା କାରଣ ରୁ ଏପରି ଘଟିଛି ତାହା ଅସ୍ପଷ୍ଟ ରହିଛି। ତେବେ ଏହି ଜାହାଜର ନାମ ଏମଭି ଆମନସି ମାକ୍ସିମୁ୍ସ ବୋଲି ଜଣାପଡ଼ିଛି। ଏହା ପ୍ରଥମେ ଡୋଲୋମାଇଟ୍ ଲୋଡ୍ କରି ସାରିବା ପରେ ଲାଇମ୍ ଷ୍ଟୋନ୍ ଲୋଡ୍ କରୁଥିଲା। କିନ୍ତୁ ଏହା ଅତ୍ୟଧିକ ଓଜନ ହୋଇଥିବାରୁ ଏବଂ କ୍ରେନଟି ତାର କ୍ଷମତା ବାହାରେ ଅଧିକ ଲୋଡିଂ କରୁଥିବାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ତେବେ ଏହି କ୍ରେନ୍ ଟି ଜାହାଜ ଉପରେ ଛିଡି ପଡ଼ିବା ପରେ ଜାହାଜର କର୍ମଚାରୀ ମୃତାହତ ହୋଇଛନ୍ତି କି ନାହିଁ ସେନେଇ କୌଣସି ସୁଚନା ମିଳିନାହିଁ।

Hot this week

ସ୍ୱାମୀ ହତ୍ୟାକରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories