www.samajalive.in
Monday, December 8, 2025
13.1 C
Bhubaneswar

ପୋଷା କୁକୁର ବାୟୁ ସେନା ମୁଖ୍ୟ: ପୁଡ଼ୁଲ୍ ପ୍ରଜାତି କୁକୁର ’ଫୁଫୁ’କୁ ନିଯୁକ୍ତି ଦେଲେ ଥାଇଲାଣ୍ଡ ରାଜା

ରାଜା ମହାରାଜାମାନଙ୍କ ସଉକ କାହିଁରେ କ’ଣ । ଏବର ଯୁଗରେ ଥାଇଲାଣ୍ଡର ରାଜା ଏହାର ଜୀବନ୍ତ ଉଦାହରଣ । ରାଜାଙ୍କର ୩ ପତ୍ନୀ ଅଛନ୍ତି, ଏହା ସତ୍ବେ ତାଙ୍କ ନିକଟରେ ରହିଛନ୍ତି ୨୦ ଜଣ ସେକ୍ସ ସୋଲଜର (ଯେଉଁମାନଙ୍କୁ ବ୍ୟକ୍ତିଗତ ଅଙ୍ଗରକ୍ଷୀ ମାନ୍ୟତା ଦିଆଯାଇଛି) । ଏବେ ନିକଟରେ ଥାଇ ରାଜା ତାଙ୍କର ପୁଡ଼ୁଲ୍ ପ୍ରଜାତିର ପୋଷା କୁକୁର ‘ଫୁଫୁ’କୁ ଦେଶର ବାୟୁ ସେନା ମୁଖ୍ୟ ଭାବରେ ନିଯୁକ୍ତି ଦେଇଛନ୍ତି । କେବଳ ସେତିକି ନୁହେଁ ଏହି କୁକୁର, ନିଜର ବ୍ୟକ୍ତିଗତ ଅଙ୍ଗରକ୍ଷୀ, ପତ୍ନୀ ଓ ଚାକରବାକରଙ୍କୁ ଧରି ଜର୍ମାନ ବୁଲିବାକୁ ଯାଇଛନ୍ତି । ସେଠାରେ ଏକ ପଞ୍ଚତାରକା ହୋଟେଲର ୪ର୍ଥ ମହଲାକୁ ସମ୍ପୂର୍ଣ୍ଣ ଭାବରେ ରାଜା ଓ ତାଙ୍କ ଲୋକଙ୍କ ପାଇଁ ବୁକିଂ କରାଯାଇଛି ।

- Advertisement -

ଥାଇଲାଣ୍ଡରେ ସରକାରଙ୍କ ନୀତିକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋ​‌ଷ ଲାଗି ରହିଛି । କେବଳ ସରକାର ନୁହେଁ ରାଜାଙ୍କ ବିରୋଧରେ ଲୋକମାନେ ନିଜର କ୍ରୋଧ ପ୍ରକଟ କରୁଛନ୍ତି ।  ରାଜା ମହା ଭାଜିରାଲୋଙ୍ଗକର୍ଣଙ୍କ ବିରୋଧରେ ମଧ୍ୟ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।  ପ୍ରଧାନମନ୍ତ୍ରୀ ପ୍ରଧାନ ଖାନ ଓଚାଙ୍କ ଇସ୍ତଫା ଏବଂ ଜରୁରୀକାଳୀନ ପରିସ୍ଥିତି ଘୋଷଣା ହେବା ପରେ ଏକ ସମୟରେ ୪ଜଣ ରୁ ଅଧିକ ଲୋକଙ୍କ ସମାବେଶ ଉପରେ ନିଷେଧାଦେଶ ଜାରି ହୋଇଛି, କିନ୍ତୁ ଏହା ସତ୍ତ୍ୱେ ଗତ ଏକ ସପ୍ତାହ ଧରି ବିକ୍ଷୋଭକାରୀମାନେ ଏକତ୍ରିତ ହୋଇ ରାଜତନ୍ତ୍ର ବିରୋଧରେ ଗଣତନ୍ତ୍ର ଦାବି କରି ଆସୁଛନ୍ତି ।

ରାଜତନ୍ତ୍ର ବିରୁଦ୍ଧରେ ଥାଇଲ୍ୟାଣ୍ଡର ଲୋକଙ୍କ କ୍ରୋଧ ମଧ୍ୟ ସ୍ବାଭାବିକ ।  କରୋନା ସଂକ୍ରମଣ ଏବଂ ତାଲାବନ୍ଦ ଯୋଗୁଁ ଦେଶର ଲୋକମାନେ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ଥାଇ ରାଜା ତାଙ୍କର ୨୦ ସେକ୍ସ ସୋଲଜର, ୪ ପତ୍ନୀ ଏବଂ ସମସ୍ତ ଚାକରଙ୍କ ସହ ଜର୍ମାନୀ ଗସ୍ତରେ ଅଛନ୍ତି । ଏଠାରେ ଏକ ପଞ୍ଚତାରକା ହୋଟେଲର  ଏକ ପୂରା ମହଲା ରାଜା ଏବଂ ତାଙ୍କ  ସହଯୋଗୀମାନଙ୍କ ପାଇଁ ବୁକ୍ କରାଯାଇଛି ।

ରାଜା ମହା ୱାଚର୍ଲୋଙ୍ଗକୋନଙ୍କ କାହାଣୀ ମଧ୍ୟ ଅତ୍ୟନ୍ତ ରୋମାଞ୍ଚକର । ଜର୍ମାନର ଏକ ସମ୍ବାଦପତ୍ରରେ ପ୍ରକାଶିତ ରିପୋର୍ଟ ଅନୁସାରେ ୬୮ ବର୍ଷୀୟା ରାଜା ସୁନ୍ଦର ମହିଳାମାନଙ୍କୁ ଭଲ ପାଆନ୍ତି ଏବଂ ତାଙ୍କ ହାରାମରେ ୨୦ ଯୌନ ସୈନ୍ୟ (ସେକ୍ସ ସୋଲଜର) ରହିଛନ୍ତି । ତାଙ୍କର ତିନୋଟି ପତ୍ନୀ ଥିଲେ ଏବଂ ନିକଟରେ ଆଉ ଏକ ବିବାହ କରିଛନ୍ତି ।  ତାଙ୍କର ଫୁଫୁ ନାମକ ଏକ କୁକୁର ଅଛି ଯାହାକୁ ସେ ସମ୍ପୂର୍ଣ୍ଣ ରାଜକୀୟ ଣୈଳୀରେ  ଦେଶର ବାୟୁସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ତା ପାଇଁ ଅଲଗା ସିଟ୍ ଅଛି ଏବଂ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି |

ରାଜା ତାଙ୍କର ଜଣେ ପତ୍ନୀଙ୍କୁ ଏକ ବର୍ଷ ଜେଲରେ ରଖିବା ପରେ ତାଙ୍କ ଦଣ୍ଡକୁ କ୍ଷମା କରି ଦେଇଛନ୍ତି ଏବଂ ତାଙ୍କୁ  ହରାମରେ ଯୋଗଦେବାକୁ ଅନୁମତି ଦେଇଛନ୍ତି। ରାଜା ୩୫ ବର୍ଷିୟ ସିନେଟର   ଭୋଙ୍ଗୱାଜିରାପାକାଡିଙ୍କୁ ବିବାହ କରିଥିଲେ କିନ୍ତୁ ତାଙ୍କୁ କୌଣସି କାରଣରୁ ୩ ମାସ ଜେଲ ପଠାଇ ଦେଇଥିଲେ । ମାତ୍ର ତାଙ୍କୁ ବର୍ଷକ ପରେ ତାଙ୍କୁ ଜେଲରୁ ମୁକ୍ତ କରାଯିବା ପରେ ରାଜାଙ୍କ ସହ ଜର୍ମାନୀ ପଠାଯାଇଛି । ଜର୍ମାନୀର ଖବରକାଗଜ  ଅନୁଯାୟୀ, ରାଜା ଭାଜିରାଲୋଙ୍ଗକର୍ଣ ଓରଫ ଦଶମ ରାମ ଦକ୍ଷିଣ ଜର୍ମାନୀର ଆଲପାଇନ୍ ହୋଟେଲରେ ରହୁଛନ୍ତି ଏବଂ ହୋଟେଲର ୪ର୍ଥ ମହଲା ରାଜାଙ୍କ ପାଇଁ ବୁକିଂ କରାଯାଇଛି । ଏଠାରେ ତାଙ୍କ ପାଇଁ ଏକ ହାରେମ ନିର୍ମାଣ କରାଯାଇଛି ।


ଖବର ଅନୁଯାୟୀ, ଥାଇଲ୍ୟାଣ୍ଡର ରାଜାଙ୍କର ସମ୍ପତ୍ତି ୩୦ ବିଲିୟନ ଡଲାରରୁ ଅଧିକ। ଜର୍ମାନରେ  ମହାରାଜାଙ୍କ ହରାମକୁ ଥାଇଲ୍ୟାଣ୍ଡରୁ ସ୍ୱତନ୍ତ୍ର ଭାବେ ସୁନା ଓ ରୂପା ମୂଲ୍ୟବାନ ଜିନିଷରେ ସଜାଯାଇଛି | କୂଟନୈତିକ ସମ୍ପର୍କ ଯୋଗୁଁ ଜର୍ମନ ସରକାର ରାଜାଙ୍କ କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରୁନାହାନ୍ତି । ଏଥିଲାଗି ଥାଇଲାଣ୍ଡରେ ରାଜାଙ୍କୁ ବେଶ୍ ସମାଲୋଚନାର ଶିକାର ହେବାକୁ ପଡ଼ିଛି । କିନ୍ତୁ ରାଜାଙ୍କୁ ସମାଲୋଚନା କଲେ ୧୫ ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ଥିବାରୁ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

Hot this week

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

Related Articles

Popular Categories