www.samajalive.in
Thursday, December 11, 2025
14.1 C
Bhubaneswar

ନିର୍ବାଚନ ଅଧିକାରୀଙ୍କ ନିକଟରେ କଂଗ୍ରେସର ଅଭିଯୋଗ: ସରକାରୀ ଘରେ ବିଜେଡ଼ି ପ୍ରଚାର ଅଫିସ

ଭୁବନେଶ୍ୱର: ଚଳିତ ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ତିର୍ତୋଲ ନିର୍ବାଚନ ମଣ୍ଡଳୀରେ ଖୋଲା ଖୋଲି ଭାବରେ ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ କରୁଛି ବୋଲି ଅଭିଯୋଗ କରିଛି କଂଗ୍ରେସ  । ଦଳର ମୁଖପାତ୍ର  ତଥା ଆଇନ୍‍ଜୀବୀ ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥି, ରଂଜିତ୍‍ ଦାଶ ଓ ଜିନେଶ ଦାସ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ  ତିର୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତର କୀର୍ତନପୁର ଗ୍ରାମରେ ଥିବା ସରକାରୀ ଘରକୁ ବିଜେଡି ନିଜର ନିର୍ବାଚନୀ କାର୍ଯ୍ୟାଳୟ କରିଅଛି। ଉକ୍ତ ସରକାରୀ ଗୃହରେ ବିଜୁ ଜନତା ଦଳ ତା’ର ନିର୍ବାଚନୀ କାର୍ଯ୍ୟାଳୟ ଖୋଲି ଆଦର୍ଶ ଆଚରଣ ବିଧିର ଖୋଲା ଖୋଲି ଉଲଂଘନ କରୁଅଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଏ ବିଷୟରେ ଅଭିଯୋଗ କଲେ ମଧ୍ୟ ସେ ନୀରବ ରହିବା ସହିତ ଏହାକୁ ନଜର ଅନ୍ଦାଜ କରୁଛନ୍ତି। ସରକାରୀ ଘରକୁ ଦଳୀୟ କାର୍ଯ୍ୟାଳୟ ଭାବରେ ଶାସକ ବିଜେଡି ବ୍ୟବହାର କରୁଥିଲା ବେଳେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପାଖରେ ବାରମ୍ବାର ଫେରାଦ ହେବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଏଥିରୁ ସ୍ପଷ୍ଟ ଅନୁମେୟ ଜିଲ୍ଲା ପ୍ରଶାସନ ସରକାରୀ ଦଳର ହାତବାରିସୀ ସାଜି ଏଭଳି ବେଆଇନ୍‍ କାମକୁ ସମର୍ଥନ ଜଣାଉଛନ୍ତି। ଏଣୁ ପ୍ରଦେଶ କଂଗ୍ରେସ ତରଫରୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଧିବଦ୍ଧ ଭାବରେ ଲିଖିତ ଅଭିଯୋଗ କରାଯାଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରାଯାଇଛି ବୋଲି ଦଳ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories