www.samajalive.in
Thursday, December 11, 2025
14.1 C
Bhubaneswar

ନବ ନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କୁ ଓଡିଶା ପ୍ରଭାରୀ ଚେଲ୍ଲାକୁମାରଙ୍କ ଗୁରୁମନ୍ତ୍ର: ‘ଲୋକଙ୍କ ସହ- ଲୋକଙ୍କ ପାଇଁ’

ଭୁବନେଶ୍ୱର : ଲୋକଙ୍କ ପାଖକୁ ଯାଅ, ସେମାନଙ୍କର ନିକଟତର ହୁଅ । ସାଧାରଣ ଲୋକଙ୍କ ଦୁଃଖସୁଖରେ ଭାଗିଦାର ହୁଅ । ନବନିଯୁକ୍ତ ଜିଲା କଂଗ୍ରେସ ସଭାପତିମାନଙ୍କୁ ଓଡ଼ିଶା ପ୍ରଭାରୀ ଡ଼. ଚେଲ୍ଲାକୁମାର ଦେଇଛନ୍ତି ଏହି ଗୁରୁମନ୍ତ୍ର । ରାଜ୍ୟ କଂଗ୍ରେସ ଭବନଠାରେ  ପ୍ରଦେଶ କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟରେ ପୁଣିଥରେ କଂଗ୍ରେସକୁ ଶକ୍ତିଶାଳୀ କରିବା ନିମନ୍ତେ ଜିଲା ସଭାପତିମା​‌ନେ ଅଣ୍ଟା ଭିଡ଼ିବା ଆରମ୍ଭ କରନ୍ତୁ ବୋଲି ଚେଲ୍ଲାକୁମାର କହିଛନ୍ତି ।

ସେ କହିଥିଲେ ଯେଆପଣମାନେ ଜିଲ୍ଲାର ଜଣେ ଜଣେ ଟାଣୁଆ ସଂଗଠକ। ଆପଣମାନେ ଦଳକୁ ଆହୁରି ସକ୍ରୀୟ ଓ ସୁଦୃଢ଼ କରିପାରିଲେ କଂଗ୍ରେସ ଦଳ ଆଗାମୀ ଦିନରେ ଶାସନ କ୍ଷମତାକୁ ଆସି ପାରିବ। ସେହିପରି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜିଲ୍ଲା ସଭାପତିମାନଙ୍କୁ କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମକୁ ଲୋକମାନଙ୍କ ପାଖରେ ପହଂଚାଇ ବିଶ୍ୱାସଭାଜନ ହେବାକୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ ବିଧାୟକ ତଥା ଜିଲ୍ଲା ସଭାପତି ସୁରେଶ କୁମାର ରାଉତରାୟ, ରମେଶ ଜେନା, ଦାଶରଥି ଗମାଙ୍ଗ, ଜର୍ଜ ତିର୍କୀ, ମାନସ ଚୌଧୁରୀ, ଅଂଶୁମାନ ମହାନ୍ତି, ମୀନାକ୍ଷୀ ବାହିନୀପତି, ଗିରିବାଳା ବେହେରା, ବିଶ୍ୱଜିତ୍‍ ଦାସ, ଅଜିତ ମଙ୍ଗରାଜ, ମନୋରଞ୍ଜନ ତ୍ରିପାଠୀ, ହେମନ୍ତ ଦାସ, ନିହାର ମହାନନ୍ଦ, ସୁବ୍ରତ ଦାସ, ଦିଲ୍ଲୀପ କୁମାର ବେହେରା, ନବକୁମାର ମିଶ୍ର, ସରୋଜ ପଟ୍ଟନାୟକ, ଭରତ ଅୱସ୍ତି, ଭାରତଭୂଷଣ ବେମାଲ, ଗୋବିନ୍ଦ ପାତ୍ର, ଘାସିରାମ ମାଝୀ, ରଂଜିତ ଦାସ, ଦୁର୍ଗାପ୍ରସାଦ ପଣ୍ଡା, ଗୌରୀଶଙ୍କର ପଣ୍ଡା, ବେଣୁମାଧବ ତ୍ରିପାଠୀ ପ୍ରମୁଖ ଜିଲ୍ଲା କଂଗ୍ରେସ ସଭାପତିମାନେ ଯୋଗ ଦେଇଥିଲେ।

- Advertisement -

ଆଗାମୀ ଦୁଇଟି ଉପନିର୍ବାଚନ ନିମନ୍ତେ ନିରବଚ୍ଛିନ୍ନ ପ୍ରତିବଦ୍ଧତାର ସହ କଂଗ୍ରେସ ପ୍ରାର୍ଥୀ ଦ୍ୱୟଙ୍କୁ ଜିତାଇବା ନିମନ୍ତେ ସାହଯ୍ୟ ସହଯୋଗ ଓ ପ୍ରଚାର ଉପଲକ୍ଷେ ସମୟ ବାହାର କରିବାକୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଓ ପ୍ରଭାରୀ ଡ. ଏ.ଚେଲାକୁମାର ପରାମର୍ଶ ଦେଇଛନ୍ତି। ଦୁଇମାସ ମଧ୍ୟରେ ଜିଲ୍ଲା ଓ ବ୍ଳକ ପୁର୍ନଗଠନ କରାଯାଇ ଲୋକମାନଙ୍କ ପାଖରେ ଲୋକମାନଙ୍କର ବହୁବିଧ ସମସ୍ୟାକୁ ନେଇ କଂଗ୍ରେସ ଦୃଢ଼ତାର ସହ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନେବ ବୋଲି ଦୃଢ଼ ସଂକଳ୍ପବଦ୍ଧ। ୨୦୨୪ ରେ କଂଗ୍ରେସ ସରକାରକୁ ଫେରାଇ ଆଣିବା ଲକ୍ଷ୍ୟରେ ବ୍ୟକ୍ତିଗତ ସ୍ୱାର୍ଥକୁ ତ୍ୟାଗ କରି ଓଡିଶାର ଜନସାଧାରଣଙ୍କ ସ୍ୱାର୍ଥ ଲାଗି ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ଡ. ଚେଲାକୁମାର ମତବ୍ୟକ୍ତ କରିଥିଲେ। ସଭା ପ୍ରାରମ୍ଭରେ ବିଶିଷ୍ଟ କଂଗ୍ରେସ ନେତା ସ୍ୱର୍ଗତ ଗୁରୁପଦ ନନ୍ଦ ଓ ସ୍ୱର୍ଗତ ହରମୋହନ ଦାସଙ୍କ ବିୟୋଗରେ ଦୁଇମିନିଟ୍‍ ନୀରବ ପ୍ରାର୍ଥନା କରାଯିବା ସହ ଦିବଂଗତ ନେତାଦ୍ୱୟଙ୍କ ଅମର ଆତ୍ମାର ସଦ୍‍ଗତି ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରିଶେଷରେ ପିସିସି କାର୍ଯ୍ୟକାରୀ ସଭାପତି  ପ୍ରଦୀପ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories