www.samajalive.in
Monday, December 8, 2025
13.1 C
Bhubaneswar

ପଞ୍ଚାୟତ କାମ ନିମ୍ନମାନର; ଅଧିକାରୀଙ୍କ ବିରୋଧରେ ଘଣ୍ଟ ଘୋଡ଼ା ଅଭିଯୋଗ

ଜଗତସିଂହପୁର:  ଜଗତସିଂହପୁର ଜିଲାର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଉନ୍ନତିକରଣ ଯୋଜନା ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ତେବେ ଏ ସମ୍ପର୍କରେ ଅଭିଯୋଗ ସତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଯୋଗୁଁ ଦୁର୍ନୀତିଗ୍ରସ୍ତଙ୍କୁ ପ୍ରୋତ୍ସାହିତ କରିବା ପରି ହେଉଛି । ଏହାକୁ ନେଇ   ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏରସମା ବ୍ଲକର ପଏଦା ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ରୀୟ ଅର୍ଥ କମିସନ ଓ ରାଜ୍ୟ ଅର୍ଥ କମିସନ ଅନୁଦାନ ଅର୍ଥରେ ସରକାରୀ ଉନ୍ନତିକରଣ ଯୋଜନାଗୁଡିକ ନିମ୍ନମାନର ହେଉଥିବା ଅଭିଯୋଗ ହେଉଥିବା ସମୟରେ ସରକାରୀ ଦଳର ନେତା ଓ ବିଭାଗୀୟ କର୍ମଚାରୀ ଘଟଣାଗୁଡିକ ଚାପିଦେବାକୁ ଚେଷ୍ଟା କରୁଥିବା  ଦୁର୍ନୀତି ପ୍ରତିରୋଧ ସଂଗ୍ରାମ ସମିତିର ଆବାହକ ଅଜୟ ସାହୁ ସୂଚନା ଅଧିକାର ନିୟମରେ ପାଇଥିବା ତଥ୍ୟ ଆଧାରରେ ଅଭିଯୋଗ କରିଛନ୍ତି।

- Advertisement -

ଚତୁର୍ଦଶ ଅର୍ଥ କମିସନ ଅନୁଦାନ ଅର୍ଥରେ ଚମ୍ପାହାଟ-ଡିହସାହି ବଜାର ଉନ୍ନତି କରଣ ପାଇଁ ଆସିଥିବା ଅର୍ଥର ଉଚିତ ବିନିଯୋଗ ହୋଇ ନ ଥିବା ଅଭିଯୋଗ ହୋଇଛି ।  ଏହି କାମଟି ପଞ୍ଚାୟତ ପିଇଓ ଉମାଶଙ୍କର ମଲ୍ଲିକଙ୍କ ନାମରେ କାର୍ଯ୍ୟାଦେଶ ମିଳିଥିଲା ଓ ଏଷ୍ଟିମେଟ ପୂର୍ବରୁ କାମ ସାରି ବିଲ ପାସ କରାଯାଇଥିବା ତଥ୍ୟରେ ଉଲେଖ କରାଯାଇଛି। ଏବିଷୟରେ ଆବାହକ ଶ୍ରୀ ସାହୁ ସହକାରୀ ଯନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବାରୁ ସେ ଦିଆଯାଇଥିବା ଉତ୍ତର ଠିକ ବୋଲି ଉଲ୍ଲେଖ କରି ତାଙ୍କୁ ବ୍ଲାକମେଲିଂ ନ କରିବାକୁ ଓଲଟି ତାଗିଦ୍ କରିଛନ୍ତି ।

ତଥ୍ୟ ଅନୁସାରେ ବଜାର ଉନ୍ନତି କରଣ ପାଇଁ କାର୍ଯ୍ୟାଦେଶ ୩୦ ମାର୍ଚ୍ଚ ୨୦୨୦ରେ ଦିଆଯାଇଥିଲା। ମାତ୍ର ଉନ୍ନତି କରଣ ଏଷ୍ଟିମେଟ ଡିସେମ୍ବର ୨୦୨୦ରେ କରାଯାଇଥିବା ଉଲ୍ଲେଖ କରାଯାଇଛି। ଅନ୍ୟ ପକ୍ଷରେ ଶ୍ରୀ ସାହୁ ଉନ୍ନତି କରଣ କାମରେ ମାତ୍ର ୨୦ ହଜାର ଟଙ୍କା ଭିତରେ ଖର୍ଚ୍ଚ କରି ଦେଢ ଲକ୍ଷ ଟଙ୍କା ବିଲ ପାସ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଅନୁରୂପ ଭାବରେ   ପଏଦା ପଂଚାୟତର କ୍ଲବ ଘର ନିକଟରେ ମାତ୍ର ୪୦ ହଜାର ଟଙ୍କା, ଦିବାଟିଆ ଗ୍ରାମର ତିନି ଛକରେ ୧୫ ହଜାର ଟଙ୍କା ଖର୍ଚ୍ଚ କରି ନିର୍ମାଣ କରାଯାଇଥିବା ଡ୍ରେନ ନାମରେ ଲକ୍ଷ ଲକ୍ଷ ଟଙ୍କା ବିଲ କରି ଅର୍ଥ ହଡପ କରାଯାଇଛି ବୋଲି ପୂର୍ବତନ ସରପଞ୍ଚ ଅଭିଯୋଗ କରିଛନ୍ତି । ପଞ୍ଚାୟତର ଗୋଠ ଦଣ୍ଡା ମେଲଣ ପଡିଆ ପୋତେଇରେ ୩ ଲକ୍ଷ ଟଙ୍କା ଭିତରେ ଖର୍ଚ୍ଚ କରି ମିଥ୍ୟା ମଷ୍ଟର ରୋଲ ମାଧ୍ୟମରେ ତିନୋଟି ପର୍ଯ୍ୟାୟରେ ୯ ରୁ ୧୧ ଲକ୍ଷ ଟଙ୍କା ହଡପ କରାଯାଇଥିବା ପୂର୍ବତନ ସରପଂଚ ଅଭିଯୋଗ କରିଛନ୍ତି। ସେ ମଧ୍ୟ କହିଛନ୍ତି ଠିକାଦାର ଓ ବିଭାଗୀୟ କର୍ମଚାରୀଙ୍କ ସଲାସୁତରା ଯୋଗୁଁ ଅଧିକାରୀ କେନ୍ଦ୍ରୀୟ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ସମ୍ମୁଖରେ ସଠିକ ତଥ୍ୟ ଉପସ୍ଥାପନ ନକରି ଘଟଣାକୁ ଚାପି ଦେଇଛନ୍ତି। ଗୋଠ ଦଣ୍ଡା ମେଲଣ ପଡିଆର ଗୋଚର ଜମିର କିସମ ପରିବର୍ତନ ନକରି ଜୋର ଜବରଦସ୍ତ ମିଶନ ଶକ୍ତିର ଏକ ସଂଘ ଘର ନିର୍ମାଣ ନିର୍ମାଣ କରିଥିଲେ। ଏବିଷୟରେ ତହସିଲଦାଙ୍କ ନିକଟରେ ଅଭିଯୋଗ କରାଯିବା ପରେ ସ୍ଥାନୀୟ କୁଜି ନେତା ଓ କୁଜି ଗୁଣ୍ଡା ଅଭିଯୋଗକାରୀଙ୍କୁ ଧମକ ଚମକ ଦେଇ କହିଥିଲେ ସରକାର ଆମର ଆମେ ଯାହା ଚାହିଁବୁ ତାହା କରିବୁ। ଅନ୍ୟପକ୍ଷରେ ମିଶନ ଶକ୍ତିର ଏକ ସଂଘ ଘର ଅଧା ପନ୍ତରିୟା କରି କାମ ଠାରୁ ଅଧିକ ଅର୍ଥ ଉଠାଇବା ଘଟଣା ଏବେ ଚର୍ଚ୍ଚର ବିଷୟ ହେଇଛି।
ବ୍ୟକ୍ତିଗତ ଜମିରେ ସରକାରୀ ଅର୍ଥ
ନିୟମ ଅନୁସାରେ ବ୍ୟକ୍ତି ବା ବ୍ୟକ୍ତି ବିଶେଷଙ୍କ ଅଧିକାରରେ ଥିବା ପର୍ଯ୍ୟନ୍ତ ସରକାରୀ ଅର୍ଥ ବା ସର୍ବସାଧାରଣ ହିତପାଇଁ ଆସୁଥିବା ଅର୍ଥ ଖର୍ଚ୍ଚ କରାଯାଇ ପାରିବ ନାହିଁ। ମାତ୍ର ଆମ ଗାଁ ଆମ ବିବାଶ ଯୋଜନା ନାମରେ ଲକ୍ଷାଧିକ ଅର୍ଥ କୋଠ ଘର ନାମରେ ଖର୍ଚ୍ଚ କରି ଅର୍ଥ ହଡପ କରାଯାଇଛି। ପୁଣି ଏହି କୋଠ ଘର କାମକୁ ବ୍ରାହ୍ମଣ ପରିବାରର ଜଣେ ମଦ୍ୟପ ଗୁଣ୍ଡା ଶାସକ ଦଳର ଏଜେଣ୍‍ ଭାବରେ କାମ କରିଥିଲା। ଏହି ଏଜେଣ୍ଟ ଆବାସ ଯୋଜନା ମାଧ୍ୟମରେ ଘର କରାଇବା ନାମରେ ଅର୍ଥ ଆଦାୟ ମଧ୍ୟ କରିଥାଏ। ଗ୍ରାମର ତିନି ଛକରେ ୧୫ ହଜାର ଟଙ୍କା ଖର୍ଚ୍ଚ କରି  ଲକ୍ଷାଧିକ ଟଙ୍କା ବିଲ କରି ଅର୍ଥ ହଡପ କରାଯାଇଛି। ଅନ୍ୟ ପକ୍ଷରେ କାମ ଗୁଡିକ ବିଭାଗୀୟ କର୍ମଚାରୀଙ୍କ ନାମରେ ରଖି ଶାସକ ଦଳର ଏଜେଣ୍‍ମାନେ କରି ସରକାରୀ ତହବିଲ ଲୁଟରେ ବ୍ୟସ୍ତ ରହୁଥିବା ସାଧାରଣରେ ଆଲୋଚନା ହେଲେ ବି ମଦ୍ୟପ ଗୁଣ୍ଡାମାନଙ୍କ ଭୟରେ ବିରୋଧ କରି ପାରୁ ନଥିବା ଦେଖାଯାଇଛି।

 

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories