www.samajalive.in
Sunday, December 7, 2025
23.1 C
Bhubaneswar

କରୋନା ରୋଗୀଙ୍କ ଚିକିତ୍ସାରେ ଶୀଘ୍ର ବନ୍ଦ ହୋଇପାରେ ପ୍ଲାଜମା ଥେରାପି

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଜାରି ଥିବା ପ୍ଲାଜମା ଥେରାପି ବା ପ୍ଲାଜମା ଚିକିତ୍ସା ପଦ୍ଧତି ଶୀଘ୍ର ବନ୍ଦ ହୋଇପାରେ। ଏବେ ସାରା ଦେଶରେ ଏହି ଥେରାପି ଦ୍ୱାରା ବହୁଳ ଭାବରେ ଚିକିତ୍ସା କରାଯାଉଛି। ଚଳିତ ବର୍ଷ ଅଗଷ୍ଟରେ ଦେଶରେ ମେଡିକାଲ ରିସର୍ଚ୍ଚ କାଉନସିଲ (ଆଇସିଏମଆର) ଦ୍ୱାରା କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ କୋଭିଡ -୧୯ ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପି ବିଫଳ ହୋଇଛି। ଏହି ଅଧ୍ୟୟନରୁ ଜଣାପଡିଛି ଯେ ଗୁରୁତର ଅସୁସ୍ଥ ରୋଗୀମାନଙ୍କ କ୍ଷେତ୍ରରେ ପ୍ଲାଜମା ମୃତ୍ୟୁହାର ହ୍ରାସ କରିବାରେ ସକ୍ଷମ ହୋଇନଥିଲା ଏବଂ କୋଭିଡ -୧୯କୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇନଥିଲା।

କୋଭିଡ -୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ଏହାକୁ ଜାତୀୟ କ୍ଲିନିକାଲ୍ ପରିଚାଳନାରେ ପରୀକ୍ଷାମୂଳକ ଚିକିତ୍ସା ଭାବରେ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି। ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ପ୍ଲାଜମା ଥେରାପିକୁ ଶୀଘ୍ର ବନ୍ଦ କରାଯାଇପାରେ। ସେ କହିଛନ୍ତି ଯେ ଜାତୀୟ ନିର୍ଦ୍ଦେଶାବଳୀରୁ ପ୍ଲାଜମା ଥେରାପି ହଟାଇବା ପାଇଁ ମିଳିତ ମନିଟରିଂ ଗ୍ରୁପ୍ ସହ ଆଲୋଚନା ଚାଲିଛି। ସୂଚନାଯୋଗ୍ୟ ଯେ ଓଡ଼ିଶା, ଦିଲ୍ଲୀ ଏବଂ ମହାରାଷ୍ଟ୍ର ସମେତ କେତେକ ରାଜ୍ୟ ମଧ୍ୟ କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ଭାବେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories