www.samajalive.in
Friday, December 12, 2025
23.1 C
Bhubaneswar

ଜଳଖିଆରେ ଖାଆନ୍ତୁ ଡ୍ରାଏଫୁଟ୍‌ସ

ଖାଦ୍ୟ ବି​‌ଶେଷଜ୍ଞଙ୍କ ମତରେ ପ୍ରତିଦିନ ଜଳଖିଆ ପେଟପୂରା କରିବା ଉଚିତ। ଏହା ଦ୍ବାରା ଦିନମାନ ଆମ ଶରୀରକୁ ଶକ୍ତି ମିଳିଥାଏ। ଜଳଖିଆରେ ଯେ କୌଣସି ବ୍ୟଞ୍ଜନ ଖାଇଲେ, ତାହା ଶୀଘ୍ର ହଜମ ମଧ୍ୟ ହେଉଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି।

୧- ଜଳଖିଆରେ କେହିକେହି ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା, ଇଡ୍‌ଲି ତ’ ଅନ୍ୟମାନେ ପୁରୀ-ତରକାରି ଖାଇବାକୁ ପସନ୍ଦ କରୁଥିବାର ଦେଖାଯାଏ। ସକାଳବେଳା ଖାଇବା ସମୟରେ ଅଳ୍ପ ପରିମାଣର ଡ୍ରାଏଫ୍ରୁଟସ୍ ସାମିଲ କରାଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ।
୨- ପେସ୍ତାବାଦାମ, କିସ୍‌ମିସ୍‌କୁ ପାଣିରେ ବତୁରାଇ ରାତିରୁ ରଖିଦଅନ୍ତୁ। ଜଳଖିଆରେ ଏସବୁ ଖାଇପାରିବେ। ତ୍ବଚା, କେଶକୁ ଉତ୍ତମ ପୋଷକତତ୍ତ୍ବ ଯୋଗାଉଥିବା ଏସବୁ ଡ୍ରାଏଫ୍ରୁଟ୍‌ସ ଶରୀରକୁ ମଧ୍ୟ ଶକ୍ତି ଯୋଗାଇଥାଏ।
୩- ଦାନ୍ତ, ହାଡ଼କୁ ମଜଭୁତ୍ କରୁଥିବା ଏହି ଡ୍ରାଏଫ୍ରୁଟ୍‌ସ୍ ସ୍ମୃତି ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ। ଦୃଷ୍ଟି ଶକ୍ତି ବୃଦ୍ଧି ନିମନ୍ତେ ଦୈନିକ ୧୦-୧୨ଟି କଳା କିଶ୍‌ମିଶ୍ ଖାଇବା ହିତକାରୀ।
୪- ଭିଟାମିନ୍ ‘ଇ’ ଭରପୂର ପେସ୍ତାବାଦାମ ଖାଇଲେ କୋଲେଷ୍ଟରଲ୍‌ ସ୍ତର କମ୍ ହେବା ସହ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖେ। ପ୍ରୋଟିନ୍, ଫାଇବର୍, ମାଙ୍ଗାନିଜ୍ ଓ ଅନ୍ୟାନ୍ୟ ତତ୍ତ୍ବ ଭରପୂର ଡ୍ରାଏଫ୍ରୁଟସ୍‌ ଖାଇଲେ ଶରୀରରେ କର୍କଟପ୍ରତିରୋଧୀ ଶକ୍ତି ବୃଦ୍ଧି ପାଇଥାଏ।
୫- ଶରୀରର ରୋଗପ୍ରତିରୋଧକ ବୃଦ୍ଧି କରିବାରେ ଏଇ ଡ୍ରାଏଫ୍ରୁଟସ୍‌ର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ। ଏଣୁ ନିୟମିତ ଭାବେ ଏସବୁ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ।

Hot this week

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

Related Articles

Popular Categories