www.samajalive.in
Tuesday, December 9, 2025
26.1 C
Bhubaneswar

ନୟାଗଡ଼ରେ ନକଲି ନୋଟ୍‌ କାରବାର

ନୟାଗଡ଼: ନୟାଗଡ଼ ସହରରେ ଚାଲିଥିବା ଏକ ନକଲି ନୋଟ କାରବାର ରାକେଟ୍‍ର ପୁଲିସ ପର୍ଦ୍ଦାଫାସ କରିଛି। ଏହି ପରିପ୍ରେକ୍ଷୀରେ,ଜଣେ ଅଭିଯୁକ୍ତ ଗିରଫ ହୋଇଥିଲା ଅନ୍ୟ ଜଣଙ୍କୁ ପୁଲିସ ଥାନାରେ ଅଟକ ରଖିଛି। ଗିରଫ ଅଭିଯୁକ୍ତ ଠାରୁ ୧ଲକ୍ଷ ୨୫ହଜାର ଟଙ୍କାର ୨୫୦ଖଣ୍ଡ ୫୦୦ ଟଙ୍କିଆ ନକଲି ନୋଟ, ଛପାଇବା ନିମନ୍ତେ ବ୍ୟବହୃତ ଯନ୍ତ୍ରପାତି, ପ୍ରିଣ୍ଟର, କମ୍ପ୍ୟୁଟର, କେମିକାଲ ଇତ୍ୟାଦି ପୁଲିସ ଜବତ କରିଛି। ଏହି ଘଟଣାର ଅଭିଯୁକ୍ତ ଖଣ୍ଡପଡ଼ା ଥାନା କୋସ୍କା ଫାଣ୍ଡି ଶରଧାପୁର ଗ୍ରାମର ଦିବ୍ୟ ଅଞ୍ଜନ ହୋତା ନୟାଗଡ଼ ଟାଉନର ରାଜାବଗିଚାରେ ଏକ ଭଡ଼ା ଘରେ ରହୁଥିଲା।

ସେଠାରେ ପୁଲିସ ଚଢ଼ଉ କରି ନକଲି ନୋଟ ଛପାଇବା ନିମନ୍ତେ କାଗଜ,କେମିକାଲ, ଡ଼େସଟେପ ପ୍ରିଣ୍ଟର ଇତ୍ୟାଦି ଜବତ କରିଛି ବୋଲି ଥାନା ଅଧିକାରୀ ଜୟଦୀପ ମହାନ୍ତି କହିଛନ୍ତି।

- Advertisement -

ଉଲ୍ଲେଖନୀୟ ଯେ, ଘଡୁଆଳଠାରେ ଥିବା ୟାମାହା ଶୋରୁମରୁ ଏକ ବାଇକ କିଣିବା ପାଇଁ ଖଣ୍ଡପଡ଼ା ଥାନା କୋସ୍କା ଫାଣ୍ଡି ଶରଧାପୁର ଗ୍ରାମର ଦିବ୍ୟ ଅଞ୍ଜନ ହୋତା ଯାଇଥିଲା। ବାଇକ କିଣିବା ପାଇଁ ସେ ଶୋରୁମ ମାଲିକଙ୍କୁ ୧ଲକ୍ଷ ୩୦ହଜାର ଟଙ୍କା ଦେଇଥିଲା। ତେବେ,ଏହି ନୋଟ ଗୁଡ଼ିକ ଦେଖି ଶୋରୁମ ମାଲିକଙ୍କ ସନ୍ଦେହ ହେବାରୁ ସେ ତୁରନ୍ତ ଟାଉନ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲାବେଳେ ଫତେଗଡ଼ ଥାନା ଅଞ୍ଚଳର ଅନ୍ୟଜଣଙ୍କୁ ଅଟକ ରଖାଯାଇଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ପୁଲିସ ଘଟଣାର ଅଧିକ ଅନୁସନ୍ଧାନ ଚଳାଇଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories