ବୋଲଗଡ : ଗତ ୨୫ବର୍ଷ ଧରି ଶାସନର ମଙ୍ଗୁଆଳ ଧରିଥିବା ବିଜେଡି ଦଳର ମୁଖ୍ୟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକମାନଙ୍କୁ ସ୍ୱଚ୍ଛ ଶାସନ ଦେବା ପାଇଁ ରାଜସ୍ୱ ବିଭାଗକୁ ‘ମୋ ସରକାର’ରେ ଅର୍ନ୍ତଭୁକ୍ତ କରିଥିଲେ ମଧ୍ୟ ଠିକଦାରଙ୍କ ନିମ୍ନମାନର କାର୍ଯ୍ୟଯୋଗୁଁ ବୋଲଗଡ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ବିପଦ ସଙ୍କୁଳ ଅବସ୍ଥାରେ ଥାଇ ଛାତରୁ ପାଣି ଗଳୁଛି। କେତେବେଳେ ଯେ ଏହା କୌଣସି ବଡ ଦୁର୍ଘଟଣା ଘଟାଇବା ତାହାକୁ ନେଇ କାର୍ଯ୍ୟାଳୟର କର୍ମଚାରୀମାନେ ଭୟଭୀତ ଅବସ୍ଥାରେ କାଳାତିପାତ କରୁଛନ୍ତି। ଫ୍ୟାନ ଲାଗିଲା ମାତ୍ରକେ ଛେଲା ଛେଲା ସିମେଣ୍ଟ ଖସିବା ସହିତ ଜଣେ ସାଧାରଣ ଜନାତାଙ୍କ ମୁଣ୍ଡ ଫାଟିଥିବାର ନଜିର ରହିଛି। ଅସରାଏ ବର୍ଷା ହେଲେ ଜରୁରୀ ଦସ୍ତାବିଜ୍ ଯଥା ବହୁ ପୁରୁଣା ମ୍ୟାପ ଏବଂ କାଗଜାତ ନଷ୍ଟ ହୋଇଯାଇଛି। ଏହି ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଦେଶ ନେଇଥିବା ଠିକାଦାରଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହିତ ରାଜସ୍ୱ ବିଭାଗର ଗୃହଟିକୁ ତୁରନ୍ତ ମରାମତି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
Popular Categories



