www.samajalive.in
Friday, December 12, 2025
14.1 C
Bhubaneswar

ଧାନ ଫସଲ ନଷ୍ଟ କଲେ ବାର୍‍ହା

କଲମପୁର  : ବର୍ଷାରେ ଅନିୟମିତତା ତଥା ଧାନ ବିହନ ଓ ସାରର ଅଭାବ ଭଳି ପ୍ରତିକୂଳ ପରିସ୍ତିତିରେ ଚାଷୀ ଆରମ୍ଭ କରିଥିଲେ ଚାଷ କାର୍ଯ୍ୟ। ଏହି ସମୟରେ ରୋଗ ପୋକର ପ୍ରଭାବ କାରଣରୁ ଅଧିକ ଖର୍ଚ୍ଚାନ୍ତ ହୋଇ ବିଭିନ୍ନ କୀଟନାଶକ ସିଂଚନ କରି ନିଜ ଚାଷକୁ ସୁରକ୍ଷିତ ରଖିଥିଲେ। ଏବେ ଧାନ ବାହାରିବା ସହ ମମତା, ଲଲାଟ, ସୁରଜ, ତରଙ୍ଗିଣୀ, ସିନ୍ଧୁ ଭଳି ବହୁ ମଧ୍ୟମ କିସମ ଧାନ ପାକଳ ଅବସ୍ଥାରେ। କିନ୍ତୁ ଲଘୁଚାପର ସୂଚନା ଓ ମେଘୁଆ ପାଗ ଲାଗି ରହିଥିବାରୁ ଚାଷୀ ଧାନ ଅମଳ କରି ପାରୁ ନାହାଁନ୍ତି। ଏଭଳି ସ୍ଥିତିରେ ଜଙ୍ଗଲି ବାର୍‍ହା ପାକଳ ଧାନକୁ ଖାଇବା ସହ ମାଡି ଦେଉଥିବାରୁ ଚାଷ ସବୁ ନଷ୍ଟ ହେବା ସହ କ୍ଷତିଗ୍ରସ୍ଥ ହେଉଛନ୍ତି ଚାଷୀ। ଏହା କେବଳ ଚଳିତ ବର୍ଷର ଘଟଣା ନୁହେଁ ପ୍ରତିବର୍ଷ ଏଭଳି ଆମେ କ୍ଷତି ସହି ଆସୁଛୁ ବୋଲି କହନ୍ତି ପାଜେନ ଗାଁର ଚାଷୀ ଉପେନ୍ଦ୍ର ଭଞ୍ଜ। ବନ୍ୟ ଜନ୍ତୁର ପ୍ରଭାବ ଦ୍ୱାରା ଚାଷ ନଷ୍ଟ ହେଉଥିବାରୁ କ୍ଷତିଗ୍ରସ୍ଥ ଚାଷୀଙ୍କୁ ବନ ବିଭାଗ ଦ୍ୱାରା ସହାୟତା ଯୋଗାଇବାର ବ୍ୟବସ୍ଥା ରହିଛି। କିନ୍ତୁ ବନ ବିଭାଗ ଚାଷୀଙ୍କ ଏହି ସବୁ କ୍ଷତି ଆକଳନ କରି ରିପୋର୍ଟ ଦେବାରେ ଅବହେଳା କରୁଥିବାରୁ ଚାଷୀମାନେ ସହାୟତା ପାଇ ପାରୁ ନାହାଁନ୍ତି। ଅନ୍ୟପଟେ ରିତିମତ ଚାଷ କ୍ଷତି କରୁଥିବାରୁ ଚାଷୀ ମଧ୍ୟ ବାର୍‍ହା ଦାଉରୁ ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ଜମି ମଧ୍ୟରେ ଲୁଗା ବାନ୍ଧିବା, ଜମିର ଚାରି ଦିଗରେ ଦୌଡି ବାନ୍ଧିବା ଭଳି ପଦକ୍ଷେପ ନେଉଥିଲେ ମଧ୍ୟ କୌଣସି ସଫଳତା ପାଇ ପାରୁ ନାହାଁନ୍ତି ଚାଷୀମାନେ। ଦଳ ଦଳ ହେଇ ବାରହା ପଲ ଆସୁଥିବାରୁ ପାଜେନ ଗାଁର ଉପେନ୍ଦ୍ର ଭଞ୍ଜ, ରାଜିନ ମାଝୀ, ସଦା ପଟେଲ, ଟହ୍‍କଧର ପଟେଲ, ଉଦିଆ ମାଝୀ, ମନ୍ମଥ କୁମାର ପଟ୍ଟନାୟକ, ଗୌଡକେନ୍ଦୁଗୁଡାର ପାରେ ଚଲାନ, ଗଙ୍ଗା ଚଲାନ, ପଂଚା ବାଗ, ତ୍ରିଲୋଚନ ଜାନୀ, ଅର୍ଜୁନ ଚଲାନ, ପୋଟସେ ଗ୍ରାମର ଶେ, ଦେବ ବାଗ ପ୍ରମୁଖ ଚାଷୀଙ୍କ ସମେତ ଘୋଡାବନ୍ଧା, ଗଞ୍ଜେଇଗୁଡା, ବରଦୋଳି, ତୋତ୍ରାଗୁଡା, ଝରାବାହାଲି, ବନ୍ଧକନା, ବ୍ରାହ୍ମଣକେନ୍ଦୁଗୁଡା ଆଦି ଗ୍ରାମର ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ତେଣୁ ତୁରନ୍ତ ଏଥିପ୍ରତି ବନ୍ୟ ବିଭାଗ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories