ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଡ଼. ବିଜୟଲକ୍ଷ୍ମୀ ରମାନନଙ୍କ ରବିବାର ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ବିଜୟଲକ୍ଷ୍ମୀ ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଥିଲେ। ସେ ତାଙ୍କ ଝିଅ ଘରେ ରବିବାର ରାତି ୮ଟା ୫୦ମିନିଟ ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ୨ ଅଗଷ୍ଟ, ୧୯୫୫ରେ ବାୟୁସେନାରେ ଜଣେ ଅଧିକାରୀ ଭାବରେ ନିଯୁକ୍ତ ହୋଇଥିଲେ। ସେ ୨୨ ଅଗଷ୍ଟ ୧୯୭୨ରେ ୱିଙ୍ଗ କମାଣ୍ଡର ହୋଇଥିଲେ। ୨୮ ଫେବୃଆରୀ ୧୯୭୯ରେ ସେ ଚାକିରିରୁ ଅବସର ନେଇଥିଲେ।
ବାୟୁସେନାର ପ୍ରଥମ ମହିଳା ଅଧିକାରୀ ଡ଼. ବିଜୟଲକ୍ଷ୍ମୀ ରମାନନଙ୍କ ପରଲୋକ
Popular Categories



