www.samajalive.in
Friday, December 12, 2025
15.1 C
Bhubaneswar

ବାଙ୍କୀରେ ଅବକାରୀ ଚଢଉ, ୧୮୦୦ଲିଟର ପୋଚ ନଷ୍ଟ

ବାଙ୍କୀ: ସୋମବାର ଦିନ ସକାଳେ ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ବାଙ୍କୀ ବ୍ଲକ ବରପୁଟ ପଞ୍ଚାୟତ ଅନ୍ତର୍ଗତ ପଶାଣିଆ ଗ୍ରାମ୍ୟ ଜଙ୍ଗଲ ଅଞ୍ଚଳରେ ଚଢାଉ କରାଯାଇଛି। ଏଠାରେ ୧୮୦୦ଲିଟର ମଦରନ୍ଧା ପାଇଁ ପ୍ରସ୍ତୁତ ଥିବା ପୋଚକୁ ଜବତ କରାଯିବା ସହ ନଷ୍ଟ କରିଦିଆଯାଇଛି। ଏହି ଅଞ୍ଚଳର ୨ଟି ସ୍ଥାନରେ ଚଢାଉ କରାଯାଇ ବେଆଇନ ଭାବରେ ରନ୍ଧା ହେବାକୁ ଥିବା ମଦ ଉପକରଣକୁ ମଧ୍ୟ ନଷ୍ଟ କରାଯାଇଛି।
ସୂଚନା ଯୋଗ୍ୟ ଯେ ଏହି ଅଞ୍ଚଳରେ ବ୍ୟାପକ ଚୋରାମଦ ରନ୍ଧାଯାଉଥିବାର ଅଭିଯୋଗ ଭିତ୍ତିରେ ବାରମ୍ବାର ଚଢାଉ କରାଯାଉଥିଲେ ମଧ୍ୟ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତମାନେ ଖସି ପଳାଉଥିବାରୁ ଅବକାରୀ ବିଭାଗ କୌଣସି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହେଉନାହିଁ। ଏହି ଚଢାଉରେ ବାଙ୍କୀ ଅବକାରୀ ବିଭାଗ ଅଧିକାରୀ ଟେଲେସପର ଲାକ୍ରା, ଏଏସଆଇ ଦୀପକ କୁମାର ସାମଲ, କନେଷ୍ଟବଳ ସଞ୍ଜୟ କୁମାର ରାଉତ, ସନ୍ତୋଷ କୁମାର ମହାରଣା, ଗୀତାଞ୍ଜଳି ବେହେରା ପ୍ରମୁଖ ସାମିଲ ଥିଲେ। ସୂଚନାଯୋଗ୍ୟ ଯେ ଅକ୍ଟୋବର ୭ତାରିଖ ଦିନ ମଧ୍ୟ ଏହି ପରି ଏକ ଚଢାଉରେ ୨୫୦୦ ଲିଟର ପୋଚ ଜବତ କରାଯାଇ ନଷ୍ଟ କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories