www.samajalive.in
Friday, December 12, 2025
16.1 C
Bhubaneswar

ଆଇପିଏଲ୍ କ୍ରିକେଟ ବେଟିଂ ଜୋରଦାର: ବଲାଙ୍ଗିରରେ ଲକ୍ଷ ଲକ୍ଷ ଟଙ୍କାର କାରବାର

ବଲାଙ୍ଗିର:ସମ୍ପ୍ରାନ୍ତଙ୍କ ଖେଳ କ୍ରିକେଟ। ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ଅଧିନାୟକ ହେନ୍ସି କ୍ରୋନିଏ ଫିକ୍ସିଂ କରି ଅପବାଦ ମୁଣ୍ଡାଇଥିଲେ। ସେହିପରି ପାକିସ୍ତାନ ଦଳ ଉପରେ ବି ଏହି ଫିକ୍ସିଂର ଅପବାଦ ରହିଛି। ସେହିପରି ପୂର୍ବରୁ ବୁକିଙ୍କ ମ୍ୟାଚ୍ ଫିକ୍ସିଂ କଥା ଚର୍ଚ୍ଚାରେ ରହୁଥିଲା। ଏଥିସହିତ ସ୍ପଟ୍ ଫିକ୍ସିଂ କଥା ବି ଆନ୍ତର୍ଜାତୀୟ ମ୍ୟାଚଗୁଡ଼ିକୁ ଶୁଣିବାକୁ ମିଳେ। ହେଲେ ଆଇପିଏଲ୍ କ୍ରିକେଟ ଭାରତରେ ଏଥର ହେଉ ନଥିଲେ ବି ସାଉଦି ଆରବରେ ଆୟୋଜିତ ହେଉଛି। କିନ୍ତୁ ବଲାଙ୍ଗିରରେ ବି କ୍ରିକେଟ ବେଟିଂ ଜୋରଦାର ହେଉଛି। କିଏ ଜିତିବ ଓ କିଏ ହାରିବ ତାକୁ ନେଇ ବୋଲି ଲାଗୁଥିବା ବେଳେ କିଏ ମାଲେମାଲ ହେଉଛି ତ ପୁଣି କିଏ ଟଙ୍କା ହାରି ପଶ୍ଚାତାପ କରୁଛି। ଏଭଳି ଢଙ୍ଗରେ ଏବେ ବଲାଙ୍ଗିର ସହରରେ ଆଇପିଏଲ୍ କ୍ରିକେଟ ବେଟିଂ ଜୋରଦାର ହେବାରେ ଲାଗିଛି।

ବେଙ୍ଗାଲୁରୁ ଓ ମୁମ୍ବାଇରୁ ସିଧାସଳଖ ଏହା ପରିଚାଳିତ ହେଉଛି। ଏହାର ଫ୍ରାଞ୍ଚାଇଜି ନେଇ ବିଭିନ୍ନ ସଂସ୍ଥା ଏହି ବେଟିଂ ଚଳାଇଛନ୍ତି। ତେବେ ନେଟୱାର୍କ ଚେନ୍ ଭଳି ଏହି କାରବାରକୁ ଅଧିକରୁ ଅଧିକ ବ୍ୟାପକ କରାଯାଉଛି। ପ୍ରତି ମ୍ୟାଚ ଉପରେ ବୁକିମାନଙ୍କ ନଜର ରହିଥିବା ବେଳେ ଛକା, ଚୌକା ସହ କିଏ ଭଲ ଖେଳିବ ଓ କେଉଁ ଦଳ ବିଜୟୀ, ପରାସ୍ତ ହେବେ ତାକୁ ନେଇ ବୋଲି ଲାଗୁଛି। ହଜାରେ ଟଙ୍କାରୁ ବେପାର ଆରମ୍ଭ ହେଉଥିବା ବେଳେ ଯେଉଁ ଦଳର ବିଜୟୀ ପାଇଁ ଜଣେ ବୋଲି ଲଗାଉଛି ତାହା ହେଲେ ନିର୍ଦ୍ଧାରିତ ହିସାବର ଉଠୁଥିବା ରେଟ୍‌ରୁ ଅଧିକ ମିଳୁଛି। ଏପରିକି କିଛି ସ୍ଥାନରେ ଜଣେ ଜଣେ ଉଭୟ ଦଳ ପାଇଁ ବି ବୋଲି ଲଗାଉଛନ୍ତି। କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ ନ୍ୟାୟରେ ସେମାନେ ମୂଳ ଧନ ପାଇବାକୁ ଲକ୍ଷ୍ୟ ରଖୁଛନ୍ତି। ତେବେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇ ଖେଳକୁ ଅନୁଧ୍ୟାନ କରି ଟଙ୍କା ଖଟାଉଥିବା ଜଣାପଡିଛି। ପୁରୁଣା କିଛି ମାଫିଆ ଏବେ ଏହି କ୍ରିକେଟ ବେଟିଂରେ ସକ୍ରିୟ ହୋଇ ବେଶ ମାଲେମାଲ ହେଉଛନ୍ତି। ଆଉ ବଲାଙ୍ଗିର ସହରରେ ଛୋଟରୁ ନେଇ ବଡ ବଡ ଫ୍ରାଞ୍ଚାଇଜି ସବୁ ଏହି ବେଟିଂ କାରବାରରେ ସଂପୃକ୍ତ ରହିଥିବା ଜଣାପଡିଛି।

- Advertisement -

କରୋନା ଓ ନବରାତ୍ର ପୂଜା ପାଇଁ ବିଶେଷ କରି ପୁଲିସ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ଏହାର ସୁଯୋଗ ନେଇ ଆଇପିଏଲ୍ ବ୍ୟାଟିଂରେ ସଂପୃକ୍ତ ଥିବା ଲୋକେ ସକ୍ରିୟ ହୋଇ ଉଠିଛନ୍ତି। ସାଉଦି ଆରବରେ ଆଇପିଏଲ୍ ଚାଲିଥିଲେ ବି ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ ଦଳ ଉପରେ ବେଶୀ ନଜର ରହିଛି ବେଟିଂ କରୁଥିବା ଲୋକଙ୍କର। ସେହିପରି ଚେନ୍ନାଇ ସୁପର୍କିଙ୍ଗସ, ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଚାବ, ଆର୍ସିବି ଉପରେ ଯେଉଁମାନେ ଆଶା ରଖି ଟଙ୍କା ଲଗାଇଥିଲେ ସେମାନେ ବିପୁଳ କ୍ଷତି ସହୁଥିବା ସୂଚନା ମିଳିଛି। ତେଣୁ ବେଆଇନ ଭାବେ ବଡ ବଡ ସଂସ୍ଥାମାନେ ଚଳାଇଥିବା ଆଇପିଏଲ୍ ବେଟିଂ ଉପରେ ରୋକ୍ ଲଗାଇବାକୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories