www.samajalive.in
Thursday, December 11, 2025
13.1 C
Bhubaneswar

ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ଲେଫ୍ଟନାଂଟ ପଦବୀକୁ ଦୁଇ ଓଡ଼ିଆ ଯବାନଙ୍କ ପଦୋନ୍ନତି

ଭାରତୀୟ ସେନାରେ ଏକ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ସେବାରତ ଦୁଇ ଓଡ଼ିଆ ଯବାନ ସୁନୀଲ କୁମାର ବିଶ୍ୱାଳ ଏବଂ ଅବିନାଶ ଜେନା ପଦୋନ୍ନତି ପାଇ ଲେଫ୍ଟନାଂଟ ଅଧିକାରୀ ପାହ୍ୟା ହାସଲ କରିଛନ୍ତି। ଦୁହିଁଙ୍କୁ ସ୍ୱତନ୍ତ୍ର ବର୍ଗରେ ଭାରତୀୟ ସେନାର ଲେଫ୍ଟନାଂଟ ଭାବେ ସ୍ଥାୟୀ କମିଶନ ମିଳିଛି। କର୍ତ୍ତବ୍ୟରତ ଭାରତୀୟ ସେନା ଯବାନଙ୍କ ପାଇଁ ଆୟୋଜିତ ହେଉଥିବା ସର୍ଭିସ ସିଲେକ୍ସନ ବୋର୍ଡ (ଏସଏସବି) ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଲେଫ୍ଟନାଂଟ ସୁନୀଲ ଏବଂ ଲେଫ୍ଟନାଂଟ ଅବିନାଶ ଏହି ଗୌରବ ହାସଲ କରିଛନ୍ତି। ଚଳିତ ବର୍ଷ ଜାତୀୟସ୍ତରରେ ପ୍ରାୟ ୫ହଜାର ପ୍ରାର୍ଥୀ ଏସଏସବି ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୧୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାର ସୁନୀଲ ଓ ଅବିନାଶ ଏଥିରେ କୃତକାର୍ଯ୍ୟ ହୋଇ ରାଜ୍ୟର ଗୌରବ ବୃଦ୍ଧି କରିଛନ୍ତି।

ସୂଚନାଯୋଗ୍ୟ ଯେ ଲେଫ୍ଟନାଂଟ ସୁନୀଲ କୁମାର ବିଶ୍ୱାଳ ଭାରତୀୟ ସେନାରେ ଦୀର୍ଘ ୧୫ ବର୍ଷ ଧରି କାର୍ଯ୍ୟ କରିସାରିଛନ୍ତି। ଆର୍ମୀ ସର୍ଭିସ କର୍ପସରେ (ସ୍ଥଳସେନା ସେବା ବାହିନୀ) ସିଏଲକେ ଭାବେ ରହି ଦେଶ ସେବା କରିବାର ସୌଭାଗ୍ୟ ତାଙ୍କୁ ମିଳିଛି। ଢେଙ୍କାନାଳ ଜିଲ୍ଲା ଗେଙ୍ଗୁଟିଆ ଅନ୍ତର୍ଗତ ଗୁରୁଜଙ୍ଗ ଗ୍ରାମର ଚାଷୀ ମଧୁସୂଦନ ବିଶ୍ୱାଳଙ୍କ ପୁଅ ହେଉଛନ୍ତି ଲେଫ୍ଟନାଂଟ ସୁନୀଲ। ଅନ୍ୟପକ୍ଷରେ ଲେଫ୍ଟନାଂଟ ଅବିନାଶ ଜେନାଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲିର ସତ୍ୟ ନାରାୟଣ କଲୋନୀରେ। ତାଙ୍କ ପିତା ବିଜୟ କୁମାର ଜେନା ଜଣେ ଶିକ୍ଷକ। ତାଙ୍କର ମଧ୍ୟ ଭାରତୀୟ ସେନାର ଆଭିଏସନ କର୍ପସରେ ଆଭିଓନିକ୍ସ ସୁପରଭାଇଜର ଭାବେ୧୬ ବର୍ଷର ଅଭିଜ୍ଞତା ରହିଛି। ଏସଏସବିରେ ଉତୀର୍ଣ୍ଣ ହେବା ପରେ ଉଭୟ ନିକଟରେ ଆଇଏମଏ ଡେରାଡୁନରୁ ପ୍ରଶିକ୍ଷଣ ସମାପ୍ତ କରିିଛନ୍ତି।

- Advertisement -

ଏହି ସଫଳତା ପରେ ଉଭୟ ସେମାନଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଯେ କର୍ତବ୍ୟରତ ଭାରତୀୟ ସେନା ଯବାନଙ୍କ ପାଇଁ ସ୍ଥାୟୀ ଭାବେ ଲେଫ୍ଟନାଂଟ ପଦବୀକୁ ଉନ୍ନୀତ ହେବା ସକାଶେ ଏସଏସବି ପରୀକ୍ଷାରେ ସୁଯୋଗ ରହିଛି। ସେମାନଙ୍କର ଏହି ସଫଳତା ଭାରତୀୟ ସେନାରେ ଥିବା ଅନ୍ୟ ଓଡ଼ିଆ ଯବାନମାନଙ୍କୁ ଏ ଦିଗରେ ଅନୁପ୍ରାଣିତ କରିବ ବୋଲି ଦୁହେଁ ଆଶାବ୍ୟକ୍ତ କରିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories