www.samajalive.in
Thursday, December 11, 2025
16.1 C
Bhubaneswar

ବାସ୍ତୁ ଉପାୟ : ଏଭଳି କିଛି ସହଜ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ

ବହୁ ସମୟରେ ଏପରି ଦେଖାଯାଏ ଯେତେ ପରିଶ୍ରମ କଲେ ମଧ୍ୟ କାର୍ୟ୍ୟରେ ସଫଳତା ମିଳିପାରି ନଥାଏ। ଏହାର କାରଣ ହେଉଛି ଦୁଃଭାଗ୍ୟ ଓ ନକରାତ୍ମକ ଶକ୍ତିର ପ୍ରଭାବ। ସଫଳତା ପାଇଁ ପରିଶ୍ରମ ଓ ଭାଗ୍ୟର ସହଯୋଗ ନିତ୍ୟାନ୍ତ ଆବଶ୍ୟକ। ବାସ୍ତୁ ଶାସ୍ତ୍ରରେ ଏପରି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି, ଯାହାକୁ ଆପଣେଇ ଦୁଃଭାଗ୍ୟକୁ ଦୂର କରି ପାରିବା। ଜାଣନ୍ତୁ ଏହା ବିଷୟରେ…..
ସକାଳ ସମୟରେ ବିଛଣା ତ୍ୟାଗ କରିବା ପରେ ପ୍ରଥମେ ଈଶ୍ୱରଙ୍କ ନାମ ସ୍ମରଣ କରିବା ଉଚିତ।
ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ।
ଅମାବାସ୍ୟା ଦିନ ଅସହାୟଙ୍କୁ ଖାଇବାକୁ ଦିଅନ୍ତୁ।
ପିତୃପୁରୁଷଙ୍କୁ ସ୍ନେହର ସହ ସ୍ମରଣ କରନ୍ତୁ।
ଘରେ ପ୍ରସ୍ତୁତ ଭୋଜନରୁ ପ୍ରତିଦିନ ଗୋମାତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ।
ରାତିରେ ଶୋଇବା ସମୟରେ ଏକ ପାତ୍ରରେ ପାଣି ଭର୍ତ୍ତି କରି ବିଛଣା ନିକଟରେ ରଖି ଦିଅନ୍ତୁ। ସକାଳେ ଉଠିବା ମାତ୍ରେ ସେହି ପାଣି ଏକ ବୃକ୍ଷ ମୂଳରେ ଢାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।
ସନ୍ଧ୍ୟା ସମୟରେ ଘରେ ଝାଡ଼ୁ କିମ୍ବା ସଫାସୁଫି କାର୍ୟ୍ୟ କରନ୍ତୁ ନାହିଁ। ସନ୍ଧ୍ୟାରେ ଝାଡ଼ୁ କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ।
ଘରେ ପ୍ରତିଦିନ ଭଗବାନଙ୍କୁ ସତେଜ ଫୁଲ ଓ ଶୃଙ୍ଗାର ଦ୍ରବ୍ୟ ଅର୍ପଣ କରନ୍ତୁ।
ସକାଳ ଓ ସନ୍ଧ୍ୟାରେ ନିୟମିତ ଆଳତୀ କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ସୌଭାଗ୍ୟ ପ୍ରାପ୍ତି ପାଇଁ ସପରିବାର ତୀର୍ଥ ଯାତ୍ରାରେ ଯିବା ଉଚିତ। ଏପରି କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ଉନ୍ନତି, ସୁଖସମୃଦ୍ଧି ବୃଦ୍ଧି ଓ ପରିବାର ପିଲାମାନଙ୍କ ମନ ନିର୍ମଳ ରହିଥାଏ।
ସର୍ବଦା ପିଲାମାନଙ୍କ ଦ୍ୱାରା ଦାନ କରାନ୍ତୁ। ଏପରି କରିବା ଦ୍ୱାରା ସମଗ୍ର ପରିବାରକୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories