www.samajalive.in
Monday, December 8, 2025
27.1 C
Bhubaneswar

ଖରିଫ୍‍ ଋତୁରେ ସଂଗ୍ରହ ହେଲାଣି ୭୬ ଲକ୍ଷ ଟନ୍‍ ଧାନ

ଚଳିତ ଖରିଫ୍‍ ଋତୁରେ ସରକାରଙ୍କ ଦ୍ୱାରା ୭୬ ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଛି। ୬ ଲକ୍ଷ ୬୯ ହଜାରରୁ ଅଧିକ କୃଷକଙ୍କଠାରୁ ଏହି ଧାନ ସଂଗ୍ରହ କରାଯାଇଛି। କୃଷି ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ,ସରକାର ସର୍ବନିମ୍ନ ସହାୟତା ମୂଲ୍ୟ ଦେଇ କୃଷକମାନଙ୍କଠାରୁ ଧାନ ସଂଗ୍ରହ କରିବା ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଏ ବାବଦରେ କୃଷକମାନଙ୍କୁ ୧୪ ହଜାର ୪୯୫ କୋଟି ଟଙ୍କା ଦିଆଯାଇଛି।

ରାଜ୍ୟଗୁଡ଼ିକରୁ ମିଳିଥିବା ପ୍ରସ୍ତାବକୁ ଭିତ୍ତିକରି ୪୧ ଲକ୍ଷ ଟନ୍‍ ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ସଂଗ୍ରହ ପାଇଁ ଅନୁମୋଦନ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଏହିସବୁ ଶସ୍ୟ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଗୁଜୁରାଟ, ହରିୟାଣା, ଉତ୍ତରପ୍ରଦେଶ, ଓଡ଼ିଶା, ରାଜସ୍ତାନ ଓ ଆନ୍ଧ୍ରପ୍ରଦେଶରୁ ସଂଗ୍ରହ କରାଯିବ। ସରକାର ନୋଡାଲ ଏଜେନ୍ସୀ ମାଧ୍ୟମରେ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ୭୨୩ ଟନ୍‍ ମୁଗ ଏବଂ ହରଡ଼ ସଂଗ୍ରହ କରିଛନ୍ତି। ତାମିଲନାଡୁ, ମହାରାଷ୍ଟ୍ର ଏବଂ ହରିୟାଣାର ୬୮୧ ଜଣ ଚାଷୀଙ୍କଠାରୁ ସଂଗୃହୀତ ଏହି ଡାଲିଜାତୀୟ ଖାଦ୍ୟଶସ୍ୟ ବାବଦରେ ସରକାର ୫ କୋଟି ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ୨୦୨୦-୨୧ ଖରିଫ ଋତୁ ପାଇଁ କପା ଗତ ପହିଲାରୁ ସଂଗ୍ରହ କରାଯାଉଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories