www.samajalive.in
Monday, December 8, 2025
16.1 C
Bhubaneswar

ଭାରତ-ବାଂଲାଦେଶ ମଧ୍ୟରେ ୨୮ରୁ ଆରମ୍ଭ ହେବ ବିମାନ ଚଳାଚଳ

ବାଂଲାଦେଶ ଓ ଭାରତ ମଧ୍ୟରେ ଏୟାର୍‍ ବବଲ୍‍ ବ୍ୟବସ୍ଥା ମାଧ୍ୟମରେ ଚଳିତ ମାସ ୨୮ ତାରିଖରୁ ବିମାନ ଚଳାଚଳ ପୁଣିଥରେ ଆରମ୍ଭ ହେବ। ଏକ ଫେସବୁକ ପୋଷ୍ଟ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇ ବାଂଲାଦେଶର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ତିନୋଟି ବାଂଲାଦେଶୀ ଏୟାରଲାଇନସ୍‍ ବିମାନ ବାଂଲାଦେଶ, ୟୁଏସ୍‍ ବାଂଲା ଏୟାରଲାଇନସ୍‍ ଓ ନୋଭୋ ଏୟାର୍‍ ପ୍ରଥମ ପର୍ଯାୟରେ ଭାରତକୁ ସାପ୍ତାହିକ ୨୮ଟି ଉଡାଣ କରିବ। ସେହିପରି ୫ଟି ଭାରତୀୟ ବିମାନ ସେବାସଂସ୍ଥା ଏୟାର୍‍ ଇଣ୍ଡିଆ, ଭିସ୍ତାରା, ଇଣ୍ଡିଗୋ, ସ୍ପାଇସ୍‍ ଜେଟ ଓ ଗୋଏୟାର୍‍ ପକ୍ଷରୁ ମଧ୍ୟ ଦୁଇ ଦେଶ ମଧ୍ୟରେ ସପ୍ତାହରେ ୨୮ଟି ବିମାନ ଉଡାଣ କରିବ।

- Advertisement -

ବାଂଲାଦେଶ ଏୟାରଲାଇନସ୍‍ର ବିମାନଗୁଡିକ ଢାକାରୁ ଦିଲ୍ଲୀ, କୋଲକାତା ଓ ଚେନ୍ନାଇ ମଧ୍ୟରେ ଯାତ୍ରା କରିବାକୁ ଥିବାବେଳେ ଭାରତୀୟ ବିମାନଗୁଡିକ ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ମୁମ୍ବାଇରୁ ଢାକାକୁ ଯାତ୍ରା କରିବ। ପ୍ରାୟ ଆଠମାସ ପରେ ଦୁଇ ଦେଶ ମଧ୍ୟରେ ପୁଣିଥରେ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କରୋନା ମହାମାରୀ କାରଣରୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ବାତିଲ୍‍ କରାଯାଇଥିଲା। ଏୟାର୍‍ ବବଲ୍‍ ବ୍ୟବସ୍ଥା ମାଧ୍ୟମରେ ଅକ୍ଟୋବର ୨୮ ତାରିଖରୁ ଏହି ବିମାନସେବା ପୁଣିଥରେ ଆରମ୍ଭ ହେଉଥିବାରୁ ବାଂଲାଦେଶରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରିଆ ସ୍ୱାମୀ ଟୁଇଟ୍‍ ଯୋଗେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories